ନିର୍ବାଚନର ମୁଖ୍ୟ ସ୍ୱର ଥିଲା ମଣ୍ଡଳ-ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ନିର୍ବାଚନର ମୁଖ୍ୟ ସ୍ୱର ଥିଲା ମଣ୍ଡଳ-ମନ୍ଦିର

ନୂଆଦିଲ୍ଲୀ: ଦଶମ ଲୋକସଭା ନିର୍ବାଚନ ଥିଲା ଏକ ମିଡ୍‌-ଟର୍ମ ନିର୍ବାଚନ । କାରଣ ପୂର୍ବ ସରକାର ଗଠନ ହେବାର ୧୬ ମାସ ପରେ ହିଁ ଭାଙ୍ଗି ଯାଇଥିଲା। ତେଣୁ ୧୦ମ ଲୋକସଭା ନିର୍ବାଚନ ହୋଇଥିଲା ୧୯୯୧ରେ। ଏହି ନିର୍ବାଚନରେ ଥିଲା ଦୁଇଟି ମୁଖ୍ୟ ଇସ୍ୟୁ। ଗୋଟିଏ ହେଲା ମଣ୍ଡଳ ଆୟୋଗ ଓ ଅନ୍ୟଟି ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌। ତେଣୁ ‘ମଣ୍ଡଳ-ମନ୍ଦିର’୧୯୯୧ ଲୋକସଭା ନିର୍ବାଚନର ସ୍ୱର ବୋଲି ସେତେବେଳେ ଆଲୋଚନା ହେଉଥିଲା ।

ଭି.ପି ସିଂହ ସରକାରରେ ଲାଗୁ ହୋଇଥିଲା ମଣ୍ଡଳ ଆୟୋଗ। ଏହି ଆୟୋଗ ଅନୁସାରେ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏ ନେଇ ଦେଶବ୍ୟାପୀ ବିଦ୍ରୋହର ସ୍ୱର ଶୁଣିବାକୁ ମିଳିଥିଲା। ସେହିପରି ରାମ ମନ୍ଦିର ବାବ୍ରୀ ମସଜିଦ୍ ଘଟଣାକୁ ଭାରତୀୟ ଜନତା ପାର୍ଟି ନିର୍ବାଚନରେ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା।

ମନ୍ଦିର ଓ ମସଜିଦ୍‌ ଘଟଣାକୁ ନେଇ ଦେଶର ଅନେକ ସ୍ଥାନରେ ଦଙ୍ଗା ଦେଖିବାକୁ ମିଳିଥିଲା ଏବଂ ମତଦାତାମାନେ ଧର୍ମ ଆଧାରରେ ନିର୍ବାଚନରେ ମତଦାନ କରିଥିବା ଦେଖିବାକୁ ମିଳିଥିଲା। ତେଣୁ ପୁଣି ଥରେ ଲୋକସଭା ନିର୍ବାଚନ ଜିତିବ କି ନାହିଁ ସେ ନେଇ କଂଗ୍ରେସର ଚିନ୍ତା ବଢ଼ିଯାଇଥିଲା।

୧୯୯୧ ନିର୍ବାଚନକୁ ତିନୋଟି ସ୍ତରରେ ମେ ୨୦, ଜୁନ୍‌ ୧୨ ଓ ୧୫ରେ କରାଯାଇଥିଲା। ଏହି ନିର୍ବାଚନ ଲଢେଇ କଂଗ୍ରେସ ଏବଂ ରାଷ୍ଟ୍ରୀୟ ମୋର୍ଚ୍ଚା ଓ ଜନତା ଦଳ(ଏସ୍‌), ଲେଫ୍ଟ ଫ୍ରଣ୍ଟ ଗଠବନ୍ଧନ ମଧ୍ୟରେ ହୋଇଥିଲା।

ସେହି ସମୟରେ ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଥିଲା। ୨୦ ମେ’ ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିଲା। ଏହାର ଗୋଟିଏ ଦିନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ନିର୍ବାଚନ ପ୍ରଚାରକୁ ଯାଇଥିବା ସମୟରେ ହତ୍ୟା କରାଯାଇଥିଲା। ସେଥିପାଇଁ ନିର୍ବାଚନକୁ ଜୁନ୍‌ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା।

ପରିଣାମ ସ୍ୱରୂପ କଂଗ୍ରେସ ଦଳ ୨୩୧ଟି ସିଟ୍‌ରେ ଜିତି ସବୁଠାରୁ ବଡ଼ ଦଳ ଭାବରେ ଛିଡ଼ା ହୋଇଥିଲା। ଯେତେବେଳେ କି ଭାଜପା ପାଖରେ ୧ବାସିଟ୍‌ ଓ ଜନତା ଦଳ ପାଖରେ ୫୯ ସିଟ୍‌ ରହିଥିଲା। ୧୯୯୧ ଲୋକସଭା ନିର୍ବାଚନରେ କଂଗ୍ରେସ ଜିତାପଟ ହୋଇଥିଲା। ୨୧ ଜୁନ୍‌ରେ କଂଗ୍ରେସର ପି. ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ରାଓ ଥିଲେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯିଏ କି କଂଗ୍ରେସ ଦଳରୁ ଥାଇ ମଧ୍ୟ ନେହେରୁ-ଗାନ୍ଧି ପରିବାରରୁ ବାହାରେ ଥିଲେ। ଏହା ପୂର୍ବରୁ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ କଂଗ୍ରେସ ନେତା ଲାଲ୍‌ ବାହାଦୂର ଶାସ୍ତ୍ରୀ। ସେ ମଧ୍ୟ ନେହେରୁ ପରିବାରରୁ ବାହାରେ ଥିଲେ।



from Odisha Reporter https://ift.tt/2ukX4DP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages