୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

electionJitu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଆଉ ୨୦ଟି ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି।

ତେଲକୋଇରୁ ଦଳ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାରୁ ଗୋପେଶ୍ୱର ନାଏକ, ଯଶୀପୁରରୁ ମହେନ୍ଦ୍ର ନାଏକ, ଉଦଳାରୁ ବେଣୁଧର ମହାପାତ୍ର, ବାରିପଦାରୁ ଦଶରଥ ସିଂହ, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବୀରେନ୍ ନାଏକ, ରେମୁଣାରୁ ପ୍ରତାପ ସେଠୀ ଓ ବାସୁଦେବପୁରରୁ ଅଶୋକ କୁମାର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି।

ସେହିପରି ଧାମନଗରରୁ ଡକ୍ଟର ବିଦ୍ୟାଧର ଜେନା ପ୍ରାର୍ଥୀ ହୋଇଥିବା ବେଳେ ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରିରୁ ଉମେଶ ଜେନା, ସୁକିନ୍ଦାରୁ ସରତ ରାଉତ, ପରଜଙ୍ଗରୁ ଯଶସ୍ୱିନୀ ରାଉତ, ନିଆଳିରୁ ମମତା ଭୋଇ, ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ପାଟକୁରାରୁ ଜୟନ୍ତ ମହାନ୍ତି, ତିର୍ତ୍ତୋଲରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ଅରୋ ପ୍ରସାଦ ମିଶ୍ର ଓ ନୟାଗଡ଼ରୁ ମନୋଜ କୁମାର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି।

ଏହା ସହିତ ଦଳ ଆଜି ଆଉ ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକ, କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ ମଧୁମିତା ସେଠୀ ଓ ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।



from Odisha Reporter https://ift.tt/2CKuiRx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages