ଆତଙ୍କୀଙ୍କ ନିଦ ହଜାଇବ ଏକେ ୨୦୩- ‘ମେଡ୍‌ ଇନ୍‌ ଆମେଥି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଆତଙ୍କୀଙ୍କ ନିଦ ହଜାଇବ ଏକେ ୨୦୩- ‘ମେଡ୍‌ ଇନ୍‌ ଆମେଥି’

ଆମେଥି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀ ଆମେଥିରେ ଅନେକ ବଡ଼ ପ୍ରକଳ୍ପ ଘୋଷଣା କରିଛନ୍ତି। ଆମେଥିରେ ହିଁ ଭାରତ ଏବଂ ରୁଷ୍‌ର ମିଳିତ ପ୍ରକଳ୍ପ ଏକେ ୨୦୩ ଆସଲ୍ଟ ରାଇଫଲ୍ ନିର୍ମାଣ କରାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ। ଏଥି ସହିତ ସେ କହିଥିଲେ, ଏବେ ଆମେଥି ଏକ ପରିବାର ପାଇଁ ନୁହେଁ ବରଂ ଏକେ-୨୦୩ ପାଇଁ ପରିଚିତ ହେବ। ଏହି ବନ୍ଧୁକ ଆତଙ୍କବାଦୀ ଏବଂ ନକ୍ସଲଙ୍କ ନିଦ ହଜାଇବ ବୋଲି ସେ କହିଛନ୍ତି।

କଂଗ୍ରେସକୁ ଆକ୍ରମଣ କରିବାର ସୁଯୋଗ ନେଇ ସେ କହିଥିଲେ, ୟୁପିଏ ସରକାର ସେନାର ଅସ୍ତ୍ର ବାବଦରେ କେବେ ଚିନ୍ତା କରିନାହାନ୍ତି। ଏପରିକି କେଉଁ ଅସ୍ତ୍ର କିଣାଯିବ ତାହା ମଧ୍ୟ ନିଷ୍ପତ୍ତି ନେଇ ପାରିନଥିଲେ।

ସେହିଭଳ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ବାବଦରେ ସେ କହିଥିଲେ, ଲୋକେ କଂଗ୍ରେସକୁ ମନେ ପକାଇବା ଦରକାର ଏହି ବୃହତ ଦଳରେ ଏମିତି କିଏ ଥିଲା, ଯେକି ଜ୍ୟାକେଟ୍‌ କିଣିବାରେ ରୋକ୍‌ ଲଗାଉଥିଲା।

ଏହି ନିର୍ବାଚନମଣ୍ଡଳୀରୁ ସଂସଦୀୟ ନିର୍ବାଚନ ଜିତିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିରୁ ପ୍ରାର୍ଥି ହୋଇଥିବା ସ୍ମୃତି ଇରାନୀ ଏଠାରେ ଅଧିକ କାମ କରିଛନ୍ତି ବୋଲି ମୋଦି କହିଥିଲେ। ସେ କହିଥିଲେ, ଯେଉଁମାନେ ଆମକୁ ଭୋଟ୍‌ ଦେଇନାହାନ୍ତି ଏବଂ ଯେଉଁମାନେ ଭୋଟ୍‌ ଦେଇଛନ୍ତି ସମସ୍ତେ ଆମ ଲୋକ। ସ୍ମୃତି ଇରାନୀ ଏଠାରେ ନିର୍ବାଚନ ଜିତି ନଥିଲେ ମଧ୍ୟ ଆମେଥିବାସୀଙ୍କ ହୃଦୟ ଜିତିଛନ୍ତି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ଏକେ ୨୦୩ ଏକେ-୪୭ ବର୍ଗର। ୭,୫୦,୦୦୦ ଆସଲ୍ଟ ରାଇଫଲ ନିର୍ମାଣ କରିବା ପାଇଁ ଭାରତ ରୁଷ୍‌ ସହିତ ଚୁକ୍ତି କରିଛି। ଏହି ବନ୍ଧୁକ ସ୍ଥଳ ସେନା, ବାୟ ସେନା ଏବଂ ନୌସେନାରେ ଭାରତ ନିର୍ମିତ ଇନ୍‌ସାସ୍‌ ଆସଲ୍ଟ ରାଇଫଲ୍‌ର ସ୍ଥାନ ନେବ।

ପରବର୍ତ୍ତୀ ସମୟରେ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ଏହା ବ୍ୟବହାର କରିବା ଆରମ୍ଭ କରିବେ। ଆସନ୍ତା ୧୫ରୁ ୨୦ ବର୍ଷ ମଧ୍ୟରେ ସମସ୍ତ ସୁରକ୍ଷା ବାହିନୀ ଏହି ବନ୍ଧୁକ ବ୍ୟବହାର କରିବେ। ସିଧାସଳଖ ଗୁଳିବିନିମୟ ଏବଂ ଅପରେସନ୍‌ର ସାମ୍ନା କରୁଥିବା ଯବାନଙ୍କୁ ୭.୬୯ ଏମ୍‌ଏମ୍‌ ୫୯ କାଲିବର ଆଡଭାନ୍ସଡ୍‌ ଆସଲ୍ଟ ରାଇଫଲ ଯୋଗାଇଦିଆଯିବା ପାଇଁ ଏକ ଆମେରିକୀୟ କମ୍ପାନୀ ସହିତ ଚୁକ୍ତି ହୋଇଛି।



from Odisha Reporter https://ift.tt/2XB6fxl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages