ପିଲାଙ୍କୁ ହୋଇଛି କି ଡିସଲେକ୍ସିଆ ରୋଗ, ଜାଣନ୍ତୁ ଏହାର ପ୍ରତିକାର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ପିଲାଙ୍କୁ ହୋଇଛି କି ଡିସଲେକ୍ସିଆ ରୋଗ, ଜାଣନ୍ତୁ ଏହାର ପ୍ରତିକାର…

ନୂଆଦିଲ୍ଲୀ:  ସ୍ମାର୍ଟ ଇଣ୍ଡିଆ ହାକ୍‌ଥନ୍‌ ନିମନ୍ତେ ଆୟୋଜିତ ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଡିସଲେକ୍ସିଆ ରୋଗ ବିଷୟରେ କରିଥିବା ବାର୍ତ୍ତଳାପ ଯୋଗୁ ଟ୍ରଲ୍‌ର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସଲେକ୍ସିଆ ରୋଗରେ ପୀଡିତ ପିଲାଙ୍କ ସୁବିଧା ନିମେନ୍ତ କଣ ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ଡେରାଡୁନର ଆଇଆଇଟି ଛାତ୍ରଙ୍କ ସହ  ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ହୋଇଥିଲା। ଏହା ୪୦-୫୦ ବର୍ଷର ପିଲାଙ୍କ ପାଇଁ ଲାଭଦାୟକ ହେବ କି ବୋଲି ପିଏମ ପଚାରିଥିଲେ ।

ଏହାପରେ ଛାତ୍ରଜଣକ ହଁ କହିବାରୁ ତାହାହେଲେ ସେପରି ପିଲାଙ୍କ ମା’ମାନେ ବହୁତ ଖୁସି ହୋଇଯିବେ ବୋଲି କହିଥିଲେ। ଏହା କହି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସୋନିଆଙ୍କୁ ସମାଲୋଚନା କରିଥିବାରୁ ତାଙ୍କୁ ଟ୍ରଲ୍‌ର ଶିକାର ହେବାକୁ ପଡିଛି। ହେଲେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ଏହି ଡିସଲେକ୍ସିଆ ରୋଗ କ’ଣ, ଏହାର ଲକ୍ଷଣ କ’ଣ ଓ ପ୍ରତିକାର କଣ।

 

ଏହି ରୋଗରେ ପୀଡିତ ପିଲାମାନେ ମୁଖ୍ୟତଃ ଲେଖାପଢା କରିବାରେ ଦୁର୍ବଳ ହୋଇଥାନ୍ତି। ଫଳରେ ପାଠପଢାରେ ସେମାନେ ପଛେଇ ଯାଇଥାନ୍ତି।  ସେମାନେ ଅନ୍ତର୍ନିହିତ ଗୁଣର ଅଧିକାରୀ ହୋଇଥିବା ବେଳେ ତାହାର ପରିପ୍ରକାଶ କରିପାରି ନ ଥାନ୍ତି। ଅମୀର ଖାନଙ୍କ ଅଭିନୀତ ‘ତାରେ ଜମିନ ପର’ ଫିଲ୍ମରେ ଏହି ରୋଗ ବିଷୟରେ ସବିଶେଷ ଆଲୋଚନା ହୋଇଛି। ଏଥିରେ ଡିସଲେକ୍ସିଆ ରୋଗରେ ପୀଡିତ ହୋଇଥିବା କୁନି କଳାକାର ଦର୍ଶୀଲ ସଫାରୀଙ୍କର କିପରି ଚିକିତ୍ସା କରାଯାଉଛି ତାହା ଦର୍ଶାଯାଇଛି।

ଡିସଲେକ୍ସିଆ ରୋଗ ଏକ ଗମ୍ଭୀର ସମସ୍ୟା। ଏଥିରେ ପୀଡିତ ପିଲା ଓ ବଡ଼ମାନେ ପଢିବା, ଲେଖିବା ଓ ମନେ ରଖିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ସେମାନେ ବହୁ ବୁଦ୍ଧିମତା ହୋଇଥିବା ବେଳେ ଏହାର ଉପଯୋଗ କରିପାରି ନ ଥାନ୍ତି। ଏହି ରୋଗରେ ପୀଡିତ ପିଲାମାନେ ବହୁତ ମନ୍ଥର ଗତିରେ ଲେଖାପଢା କରୁଥିବା ବେଳେ ଶବ୍ଦର ସାମଞ୍ଜସ୍ୟ ତଥା ତାହାର ପ୍ରକୃତ ଅର୍ଥ ଏବଂ ଉପଯୋଗିତା ବିଷୟରେ ଜାଣି ପାରି ନ ଥାନ୍ତି।

ଏହି ରୋଗରୁ ପିଲାକୁ ବାହାର କରିବା ନିମନ୍ତେ ପ୍ରଥମତଃ ପରିବାର ଲୋକଙ୍କ ଧୈର୍ଯ୍ୟ ଦରକାର। ସେମାନଙ୍କୁ ପ୍ରତି ଶବ୍ଦର ତାତ୍ପର୍ଯ୍ୟ, ତାହାର ଆକ୍ଷରିକ ଶବ୍ଦ ତଥା ଚିତ୍ର ବିଷୟରେ ପିଲାଙ୍କୁ ଜ୍ଞାନ ଦେବା ଦରକାର। ଏପରି ପିଲାଙ୍କ ଉପରେ ଚିଡ଼ିବା, ରାଗିବା କିମ୍ବା ମାଡ଼ ମାରିବା ଉଚିତ ନୁହେଁ। ବରଂ ସେମାନଙ୍କୁ ପ୍ରତି ଶବ୍ଦ ବୁଝିବାକୁ ପ୍ରୋତ୍ସାହିତ କରିବା ସହ ଏଥିପାଇଁ ପର୍ଯ୍ୟାପ୍ତ ସମୟ ଦେବା ଦରକାର।

ଏହି ରୋଗ ହେବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ। ଯଦି ପରିବାରର ବାପା, ମା କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କର ପୂର୍ବରୁ କୌଣସି ମାନସିକ ରୋଗ ଥାଏ ତା ହେଲେ ପିଲାଙ୍କୁ ଡିସଲେକ୍ସିଆ ରୋଗ ହେବାର ଆଶଙ୍କା ଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି।



from Odisha Reporter https://odishareporter.in/life-style/treatment-for-dyslexia-children-348918

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages