ଦୁଷ୍କର୍ମ କରି ନିଆଁ ଲଗାଇ ଦେଇଥିଲେ, କିନ୍ତୁ ନିଜେ ଜଳି ଗଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଦୁଷ୍କର୍ମ କରି ନିଆଁ ଲଗାଇ ଦେଇଥିଲେ, କିନ୍ତୁ ନିଜେ ଜଳି ଗଲେ!

fire

ମାଲ୍‌ଦା: ବିଧବା ମହିଳାଙ୍କୁ ଦୁଷ୍କର୍ମ ଓ ପରେ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ। ଆଉ ସେଇ ନିଆଁରେ ପୋଡ଼ି ହୋଇ ଅଭିଯୁକ୍ତର ମୃତ୍ୟୁ। ପଶ୍ଚିମବଙ୍ଗ ମାଲ୍‌ଦା ଜିଲ୍ଲାରେ ଘଟିଛି ଏହି ଘଟଣା।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣେ ବିଧବା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲେ। ତା’ପରେ ସେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ତେବେ ଜଳୁଥିବା ଅବସ୍ଥାରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତିଙ୍କୁ ଜାବୁଡ଼ି ଧରି ପକାଇଥିଲେ। ଫଳରେ ତାଙ୍କ ଦେହରେ ବି ନିଆଁ ଲାଗି ଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଉକ୍ତ ମହିଳାଙ୍କ ମୁହଁ ଓ ହାତ ପୋଡ଼ି ଯାଇଛି। ତାଙ୍କୁ ମାଲ୍‌ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ମହିଳା ଜଣଙ୍କ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ବାରମ୍ବାର ହଇରାଣ କରି ଆସୁଥିଲା। ସୋମବାର ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସେ ତାଙ୍କ ଘରକୁ ପଶି ଆସିଥିଲା। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ତା’ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଏହି ସମୟରେ ସେ ତାଙ୍କୁ ଧରି ପକାଇଥିଲେ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ, ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ ଓ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରୁ ସେମାନଙ୍କୁ ମାଲ୍‌ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସକାଳେ ସେଠାରେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରୁ ପୁଲିସ୍ ଏକ କିରୋସିନି ଜାର୍‌ ଜବତ କରାଯାଇଛି।

ଉକ୍ତ ମହିଳା ଜଣଙ୍କ ସୁବାସ କଲୋନୀରେ ତାଙ୍କ ଦୁଇ ଝିଅ ସହ ରହନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସେଠାରୁ ୩୫ କିଲୋମିଟର ଦୂର ଚାଞ୍ଚଲରେ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଅନେକ ସମୟରେ ଉକ୍ତ ମହିଳାଙ୍କ ଘରକୁ ଆସୁଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2TviEDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages