
ଭୁବନେଶ୍ୱର: ରେଲୱେ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ବର୍ଷିଛନ୍ତି।
ଓଡ଼ିଶାରେ ରେଲୱେର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟ୍ରେ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଜମି ଯୋଗାଉ ନାହାନ୍ତି ବୋଲି ମନୋଜ ସିହ୍ନା କହିଛନ୍ତି। ଯେତେଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇବେ ସେତେ ଶୀଘ୍ର ରେଳ ଲାଇନ୍ କାମ ଶେଷ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ସିହ୍ନା ବ୍ରହ୍ମପୁର ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ ଓ ଏସ୍କାଲେଟରର ଉଦ୍ଘାଟନ କରିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନଠାରେ ନୂତନ ଏସ୍କାଲେଟରର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଂଚାର ମନ୍ତ୍ରାଳୟର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଥିଲେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ।
ସେପଟେ ଇଷ୍ଟକୋଷ୍ଟ୍ ରେଲୱେ ଜୋନ୍ ଅନ୍ତର୍ଗତ ୱାଲଟିୟର ଡିଭିଜନର ବିଭାଜନ ପ୍ରସଙ୍ଗକୁ ନେଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିହ୍ନାକୁ ବିଜେଡି ବିରୋଧ କରିଥିଲା। କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କୁ ବିରୋଧ କରିଥିଲା। ଫଳରେ ଅନ୍ୟ ଏକ ଗେଟ୍ ଦେଇ ଶ୍ରୀ ସିହ୍ନା ଅଡିଟୋରିୟମକୁ ପ୍ରବେଶ କରିଥିଲେ।
from Odisha Reporter https://ift.tt/2VzE5kq
No comments:
Post a Comment