ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା; ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା; ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

naveen2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ରହିଛି।

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ବି ନିର୍ବାଚନ ଲଢ଼ିବେ।

ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ମନ୍ତ୍ରୀ ରମେଶ ମାଝିଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯାଇଥିବା ବେଳେ କୋରାପୁଟରୁ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରାଯାଇଛି। କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ, ବରଗଡ଼ରୁ  ପ୍ରସନ୍ନ ଆଚାର୍ଯ୍ୟ, ଆସିକାରୁ ପ୍ରମିଳା ବିଷୋୟୀ ଓ କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ବିଧାନସଭା ଆସନ ପାଇଁ ବି ନାଁ ଘୋଷଣା କରାଯାଇଛି। ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ନର୍ଲାରୁ ଭୂପିନ୍ଦର ସିଂହ, ଖରିଆରୁ ଲମ୍ବୋଧର ନିହାଲ ଓ ଭବାନୀପାଟଣାରୁ ଦୁଷ୍ମନ୍ତ ନାଏକ ପ୍ରାର୍ଥୀ ହୋଇଛନ୍ତି।



from Odisha Reporter https://ift.tt/2Cs8tpG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages