ସୋଶାଲ୍‌ ମିଡିଆରେ ଭ୍ରମାତ୍ମକ ପ୍ରଚାର, ସ୍ପଷ୍ଟ କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ସୋଶାଲ୍‌ ମିଡିଆରେ ଭ୍ରମାତ୍ମକ ପ୍ରଚାର, ସ୍ପଷ୍ଟ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସୋଶାଲ୍ ମିଡିଆରେ ଘୁରି ବୁଲୁଥିବା କଂଗ୍ରେସ୍‌ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍ ନୁହେଁ। ଏହି ଭ୍ରମାତ୍ମକ ତାଲିକା କେହି ମିଛରେ ପ୍ରଚାର କରୁଛି ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ୍‌ ମିଡିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାୟକ।

ଗତକାଲି କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ ପରେ ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ସୋଶାଲ୍ ମିଡିଆରେ ଯେଉଁ ତାଲିକା ପ୍ରକାଶ ପାଇଥିଲା ତାହା ଭ୍ରମାତ୍ମକ ବା ଭୁଲ୍‌ ବୋଲି ଦଳ ପକ୍ଷରୁ କୁହାଯାଇଛି

ପିଇସି ପ୍ରସ୍ତୁତ କରିଥିବା ସମ୍ଭାବ୍ୟ ତାଲିକା ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ନିକଟକୁ ପଠାଯାଇଛି। ସିଇସି ଏହି ତାଲିକାକୁ କାଣ୍ଟଛାଣ୍ଟ କରି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ପରେ ଏଆଇସିସି ଖୁବଶୀଘ୍ର ନାଁ ଘୋଷଣା କରିବ ବୋଲି କହିଛନ୍ତି ନାୟକ।

ସେପଟେ ଆସନ୍ତା ନିର୍ବାଚନ ଲାଗି କଂଗ୍ରେସରେ ପରିବାରବାଦକୁ ପ୍ରଶ୍ରୟ ଦିଆଯିବ ନାହିଁ । ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ ମିଳିବନି ବୋଲି ଆଜି ସ୍ପଷ୍ଟ କରିଛନ୍ତି ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ । ତେବେ ବାପା ଚାହିଁଲେ ଟିକେଟ ପୁଅକୁ ଦେଇପାରିବେ ବୋଲି ସେ କହିଛନ୍ତି। ନିର୍ବାଚନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2VIukQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages