ଓଡ଼ିଶାରୁ ହୋଇଥିଲା ମିଶନ୍‌ ଶକ୍ତି ମହା ଉତ୍‌କ୍ଷେପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଓଡ଼ିଶାରୁ ହୋଇଥିଲା ମିଶନ୍‌ ଶକ୍ତି ମହା ଉତ୍‌କ୍ଷେପଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତୀୟ ବୈଜ୍ଞାନିକଙ୍କ ‘ମିଶନ୍‌ ଶକ୍ତି’ର ସଫଳତା ପରେ ଭାରତ ମହାକାଶ ମହାଶକ୍ତିରେ ପରିଣତ ହୋଇଛି। ତେବେ ଏହି ଐତିହାସିକ ମିଶନ୍‌ର ଓଡ଼ିଶା ସହିତ ସମ୍ପର୍କ ରହିଛି। ଏହି ଆଣ୍ଟି ସ୍ୟାଟେଲାଇଟ୍ ମିଶାଇଲ୍‌ ଓଡ଼ିଶାର ଡକ୍‌ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପସ୍ଥିତ କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିବା ଜଣାପଡ଼ିଛି।

ପୋଖରାନ୍‌ଠାରେ ପରମାଣୁ ପରୀକ୍ଷା କରି ଭାରତକୁ କିଛି ଦଶନ୍ଧି ଆଗକୁ ନେଇଯାଇଥିବା ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍ଦୁଲ କଲାମଙ୍କ ନାମରେ ଏହି ଦ୍ୱୀପ ନାମିତ। ଏହା ପୂର୍ବରୁ ହ୍ୱିଲର ଦ୍ୱୀପ ନାମରେ ପରିଚିତ ଥିଲା। କଲାମଙ୍କ ଅନୁରୋଧ କ୍ରମେ ଏବଂ ତାଙ୍କ ତତ୍ତ୍ୱାବଧାନରେ ହିଁ ଏହା ନିର୍ମିତ ହୋଇଥିଲା। ଏଠାରୁ ଆକାଶ, ଅଗ୍ନି, ଅସ୍ତ୍ର, ବ୍ରହ୍ମୋସ୍, ନିର୍ଭୟ, ପ୍ରହାର, ପୃଥ୍ୱୀ ଏବଂ ସୌର୍ଯ୍ୟ ପରି ଲଢ଼ୁଆ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସରିଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ବିକଶିତ ବାଲିଷ୍ଟିକ୍‌ ମିସାଇଲ ଡିଫେନ୍ସ ଇଣ୍ଟସେପ୍ଟର କ୍ଷେପଣାସ୍ତ୍ର ନିମ୍ନ ଭୂକକ୍ଷ(ଲିଓ)ରେ ଅବସ୍ଥାପିତ ଏକ ଭାରତୀୟ ସ୍ୟାଟେଲାଇଟ୍‌କୁ ଲକ୍ଷ୍ୟଭେଦ କରିବା ପାଇଁ ପ୍ରେରଣ କରାଯାଇଥିଲା। ଏହି ଡିଫେନ୍ସ ଇଣ୍ଟସେପ୍ଟର କ୍ଷେପଣାସ୍ତ୍ରଟି ଦୁଇଟି କଠିନ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର। ଏହା ରେଞ୍ଜ ସେନ୍ସର ଡାଟାକୁ ବ୍ୟବାହାର କରି ଲକ୍ଷ୍ୟ ହାସଲ କରିଥାଏ।



from Odisha Reporter https://ift.tt/2CAuYZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages