ଭାରତରେ ଲଞ୍ଚ୍‌ ହେଲା ସ୍ମାର୍ଟ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଭାରତରେ ଲଞ୍ଚ୍‌ ହେଲା ସ୍ମାର୍ଟ ଫ୍ୟାନ୍‌

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ Ottomate ଏକ ସ୍ମାର୍ଟ ଫ୍ୟାନ୍‌ ଲଞ୍ଚ କରିଛି। ଏହାର ଏକ ବିଶେଷ କଥା ହେଉଛି, ଆପଣ ଏହାକୁ ଏକ ଆପ୍‌ ଯୋଗେ କଣ୍ଟ୍ରୋଲ୍‌ କରିପାରିବେ। ଏହି ଫ୍ୟାନ୍‌କୁ ସ୍ମାର୍ଟ ହୋମ୍‌ ସଲ୍ୟୁସନ୍‌ ପାଇଁ ଡେଟିକେଟ୍‌ କରାଯାଇଛି।
Ottomate କମ୍ପାନୀ ଏହି ସ୍ମାର୍ଟ ଫ୍ୟାନ୍‌ର ମୂଲ୍ୟ ୩୯୯୯ ଟଙ୍କା ରଖିଛି। ଏହାର ବିକ୍ରି ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଏବଂ ପରେ ଆପଣ Ottomate ୱେବ୍‌ସାଇଟ୍‌ରୁ ଏହାକୁ ପାଇପାରିବେ।

ଏହା ବ୍ୟତୀତ ୨ ଏପ୍ରିଲ୍‌ରୁ ଇ-କମର୍ସ ୱେବ୍‌ସାଇଟ୍‌ରୁ ଆପଣ ଏହାକୁ କିଣି ପାରିବେ। କମ୍ପାନୀ ଏହାକୁ ଅଫ୍‌ଲାଇନ୍‌ ଷ୍ଟୋର୍‌କୁ ମଧ୍ୟ ବିକ୍ରି କରିବ।
Ottomate ସ୍ମାର୍ଟ ଫ୍ୟାନ୍‌ର ବିଶେଷତ୍ୱ ହେଉଛି, ଏଥିରେ Qualcommର BLE 5.0 ଚିପ୍‌ ସେଟ୍‌ ଦିଆଯାଇଛି। ଏହା ସହିତ ଏଥିରେ CSR ମେସ୍‌ ମଧ୍ୟ ରହିଛି।

କମ୍ପାନୀର କହିବା ଅନୁସାରେ, ଏହି ଫ୍ୟାନ୍‌ରେ ଇଣ୍ଡଷ୍ଟ୍ରି ଗ୍ରେଡ୍‌ ଡିଜିଟାଲ୍‌ ଟେମ୍ପରେଚର୍‌ ଓ ହ୍ୟୁମିଡିଟି ସେନସର୍‌ ଦିଆଯାଇଛି। ଏହି ଫ୍ୟାନ୍‌କୁ ଆପଣ ସ୍ମାର୍ଟଫୋନ୍‌ ଆପ୍‌ ଓ ମୋବାଇଲ୍‌ ସାହାଯ୍ୟରେ ସହଜରେ କନେକ୍ଟ କରି ଅପରେଟ୍‌ କରିପାରିବେ।

ଆପ୍‌ରେ ଫ୍ୟାନ୍‌କୁ ଅପରେଟ୍‌ କରିବା ପାଇଁ ଆପଣଙ୍କୁ ପ୍ରଥମେ Ottomate ନାମରେ ପ୍ଲେ ଷ୍ଟୋର୍‌ର ଏକ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଏଥିରେ ଅନେକ ପ୍ରକାରର ମୋଡ୍‌ ରହିଛି, ଯାହାକୁ ଆପଣ ଚୟନ କରି ଫ୍ୟାନ୍‌ ଚଲାଇ ପାରିବେ।

ମାନୁଆଲ୍‌ ମୋଡ୍‌ରେ ଆପଣ ଫ୍ୟାନ୍‌ର ସ୍ପିଡ୍‌କୁ ସେଟ୍‌ କରିପାରିବେ। ସେହିପରି ଅଟୋ ମୋଡ୍‌ ସେଟ୍‌ କରିବା ପରେ ଡିଜିଟାଲ୍‌ ସେନ୍‌ସର୍‌ ଜରିଆରେ ଆପଣ ଘରର ତାପମାତ୍ରା ଓ ହ୍ୟୁମିଡିଟି ହିସାବରେ ସ୍ପିଡ୍‌ ସେଟ୍‌ କରିପାରିବେ।

ଫ୍ୟାନ୍‌କୁ ଚଲାଇବା ପାଇଁ ଆପ୍‌ରେ ଏକ ମାଷ୍ଟର ସୁଇଚ୍‌ ମଧ୍ୟ ରହିଛି। ଏହା ମାଧ୍ୟମରେ ଆପଣ ଫ୍ୟାନ୍‌କୁ ଅଫ୍‌-ଅନ୍‌ କରିପାରିବେ।
କମ୍ପାନୀର କହିବା ଅନୁସାରେ ଦେଶରେ ଏହାର ୧୦୦ରୁ ଅଧିକ ସର୍ଭିସ୍‌ ସେଣ୍ଟର୍‌ ରହିଛି ଏବଂ ଏହାକୁ କିଣିବା ପରେ ଗ୍ରାହକଙ୍କୁ ମାଗଣାରେ ଇନ୍‌ଷ୍ଟଲେସନ୍‌ ଓ ଡେମୋନଷ୍ଟ୍ରେସନ୍‌ ଯୋଗାଇ ଦିଆଯିବ।

ଏହି ଡିଜିଟାଲ୍‌ ସ୍ମାର୍ଟଫ୍ୟାନ୍‌କୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଜିଜାଇନ୍‌ ଓ ଡେଭେଲପ୍‌ କରାଯାଇଛି ବୋଲି କମ୍ପାନୀ ଦାବି କରିଛି।



from Odisha Reporter https://ift.tt/2XVnolA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages