ଜେଟ୍‌ ଏୟାରୱେଜ୍‌ର ସ୍ଥିତି ସୁଧାରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଜେଟ୍‌ ଏୟାରୱେଜ୍‌ର ସ୍ଥିତି ସୁଧାରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

jet_....

ନୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଜେଟ୍‌ ଏୟାରୱେଜ୍‌କୁ ବୁଡ଼ିଯିବାରୁ ରକ୍ଷା କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କୁ କେନ୍ଦ୍ରରୁ ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ମାଧ୍ୟମରେ ଏହି କମ୍ପାନୀ ଉପରେ ନଜର ରଖାଯାଇଛି। ଏପରିକି ଗତ କିଛି ମାସ ହେଲା ପ୍ରତି ସପ୍ତାହରେ ସ୍ଥିତିର ଅପ୍‌ଡେଟ୍‌ ନିଆଯାଉଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି ସେମାନେ ଋଣକୁ ଇକ୍ୱିଟିରେ ରୂପାନ୍ତରିତ କରି ଜେଟ୍‌ ଏୟାରୱେଜ୍‌ର ଶେଆର ନିଜ ହାତକୁ ନିଅନ୍ତୁ। ଏହାଫଳରେ ଏହି କମ୍ପାନୀକୁ ଦେବାଳିଆ ହେବାରୁ ରୋକାଯାଇପାରିବ। ମିଳିଥିବା ସୂଚନା ଅନୁସାରେ ଏହି ଶେଆରକୁ ଜେଟ୍‌ର ସ୍ଥିତି ସୁଧୁରିବା ପରେ ବିକ୍ରି କରାଯାଇପାରିବ।

ଏହା ବ୍ୟତୀତ ସରକାରଙ୍କ ୪୯% ଶେୟାର ଥିବା ନ୍ୟାସନାଲ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ଫଣ୍ଡ (ଏନ୍‌ଆଇଆଇଏଫ୍‌)କୁ ମଧ୍ୟ ଏହି କମ୍ପାନୀରେ ନିବେଶ କରିବା ପାଇଁ କୁହାଯାଇଛି। ଏହି ନିବେଶକାରୀ କମ୍ପାନୀ ସାଧାରଣତଃ ବିପଦରେ ଥିବା ଏବଂ ନୂଆ କମ୍ପାନୀରେ ନିବେଶ କରିଥାଏ।



from Odisha Reporter https://ift.tt/2HvnbAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages