
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜବତ ହେଲା ୧୦୦୦ କେଜି ବିସ୍ଫୋରକ। ୨୭ଟି ବସ୍ତାରେ ପ୍ୟାକ୍ କରି ଚାଲାଣ କରାଯାଉଥିବା ବେଳେ ଏହି ବିସ୍ଫୋରକ ଜବତ ହୋଇଛି।
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏହି ବିସ୍ଫୋରକ ଜବତ କରାଯାଇଛି। ଓଡ଼ିଶାରୁ ଏକ ଗାଡ଼ିରେ ଏହି ବିସ୍ଫୋରକ ଚାଲାଣ କରାଯାଇଥିଲା।
କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୁଲିସ୍ ସ୍ପେଶାଲ୍ ଟାକ୍ସଫୋର୍ସ ଚଢ଼ାଉ କରି ଏହି ବିସ୍ଫୋରକ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଇନ୍ଦ୍ରଜିତ୍ ଭୁଇ ଓ ପଦ୍ମଲୋଚନ ଦେ।
ଇନ୍ଦ୍ରଜିତ୍ର ଘର ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ମେଲକ ଗାଁରେ ହୋଇଥିବା ବେଳେ ପଦ୍ମଲୋଚନର ଘର ସେହି ବ୍ଲକ୍ ଅନ୍ତର୍ଗତ ମଥାନି ଗାଁରେ।
ସେମାନେ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣର ବିସ୍ଫୋରକ ନେଇ ଯାଉଥିଲେ ଓ କାହାଠାରୁ ଏ ବିସ୍ଫୋରକ ପାଇଥିଲେ, ସେ ନେଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି।
from Odisha Reporter https://ift.tt/2NQIjS4
No comments:
Post a Comment