
ନୂଆଦିଲ୍ଲୀ: ରାଜନୀତିକ ସମ୍ବେଦନଶୀଳ ରାମଜନ୍ମଭୂମି ଏବଂ ବାବ୍ରୀ ମସ୍ଜିଦ୍ ବିବାଦରେ ମଧ୍ୟସ୍ଥତା ବାବଦରେ ଶୁଣାଣି କରି ସୁପ୍ରିମ୍କୋର୍ଟ ରାୟ ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍କୋର୍ଟ ଏହି ବିବାଦର ଗଭୀରତା ବାବଦରେ ଅବଗତ ଥିବା ଜଣାଇଛନ୍ତି।
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଯେତେ ଶୀଘ୍ର ସମ୍ଭବ ରାୟ ଦେବାପାଇଁ ଆମେ ଚେଷ୍ଟା କରୁଛୁ। ଏହି ଖଣ୍ଡପୀଠ ଗତ ମାସ ୨୬ ତାରିଖରେ ମଧସ୍ଥତା ବିଷୟରେ ଶୁଣାଣି ଆରମ୍ଭ କରି ମାର୍ଚ୍ଚ ୬ ବା ଆଜିର ତାରିଖକୁ ଶୁଣାଣି ଘୁଞ୍ଚାଇଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ଏ ନାଜୀର ମଧ୍ୟ ସଦସ୍ୟ ଅଛନ୍ତି।
ସୁପ୍ରିମ୍କୋର୍ଟ କହିଛନ୍ତି, ଆମକୁ ଇତିହାସ ବିଷୟରେ କୁହନି, ଆମେ ବି ଇତିହାସ ବିଷୟରେ ଜାଣିଛୁ। ମୋଗଲ ଶାସକ ବାବର କ’ଣ କରିଥିଲେ, ଏବଂ ତା’ପରେ କ’ଣ ହେଲା ତାକୁ ନେଇ ଆମେ ଶୁଣାଣି କରୁନାହୁଁ। ବର୍ତ୍ତମାନର ସ୍ଥିତିକୁ ନେଇ ଆମେ ଶୁଣାଣି କରୁଛୁ। ଏହି ଆକ୍ରମଣକୁ ପୂର୍ବବତ୍ ଫେରାଇଆଣି ହେବନାହିଁ, ସେତେବେଳେ ବାବର ଯାହାବି କରିଥାନ୍ତୁ, ଯିଏ ମଧ୍ୟ ରାଜା ଥାଆନ୍ତୁ, ମସଜିଦ୍ କି ମନ୍ଦିର ଥାଉ।
ଜଷ୍ଟିସ୍ ବୋବ୍ଡେ ଏହି ଶୁଣାଣିରେ କହିଛନ୍ତି, ଏହି ପ୍ରସଙ୍ଗ ଜମି ବିମାଦ ନୁହେଁ ବରଂ ଧାର୍ମକ ମନୋଭାବ ସହିତ ଜଡ଼ିତ। ଏଥିରେ ଜଣେ ମଧ୍ୟସ୍ଥି ବଦଳରେ ମଧ୍ୟସ୍ଥିଙ୍କ ପ୍ୟାନେଲ ମଧ୍ୟ ରହିପାରିବ। ଯେତେବେଳେ ଏହା ଚାଲୁ ରହିବ, ଏହା ପ୍ରକାଶ ପାଇବା ଉଚିତ ହେବନି। ଏହା ମୁହଁ ବନ୍ଦ କରାଯିବା ଭଳି ନହେଲେ ମଧ୍ୟ ମଧ୍ୟସ୍ଥତା ପ୍ରକ୍ରିୟା ଚାଲୁଥିବା ସମୟରେ ପଦକ୍ଷେପ ବାବଦରେ ନଜଣାଯିବା ଭଲ।
ମଧ୍ୟସ୍ଥତାକୁ ନେଇ ବିଭିନ୍ନ ପକ୍ଷ ମଧ୍ୟରୁ ମୁସଲିମ୍ ପକ୍ଷ ସହମତ ଥିବାବେଳେ ହିନ୍ଦୁଙ୍କ ପକ୍ଷରୁ କେବଳ ନିର୍ମୋହି ଆଖଡ଼ା ଏହାକୁ ସମର୍ଥନ ଜଣାଉଛି। ଅନ୍ୟପକ୍ଷରେ ରାମ ଲାଲ୍ଲା ବିରାଜମାନ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ମହନ୍ତ ସୁରେଶ ଦାସ ଏହାକୁ ବିରୋଧ କରି କହି ଆସିଛନ୍ତି ଯେ, ପୂର୍ବରୁ ମଧ୍ୟ ଏଭଳି ମଧ୍ୟସ୍ଥତାର ପ୍ରୟାସ କରାଯାଇଛି ଏବଂ ବିଫଳ ପ୍ରମାଣିତ ହୋଇସାରିଛି।
from Odisha Reporter https://ift.tt/2SLjgkf
No comments:
Post a Comment