ପୁଣି ପ୍ରଧାନମନ୍ତ୍ରୀ ହେଲେ ମନମୋହନ, ଦୃଢ ହେଲା ବିରୋଧୀ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ପୁଣି ପ୍ରଧାନମନ୍ତ୍ରୀ ହେଲେ ମନମୋହନ, ଦୃଢ ହେଲା ବିରୋଧୀ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୯ରେ ଦେଶ ପାଇଲା ତା ୧୫ତମ ଲୋକସଭା। ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳି ନ ଥିଲେ ମଧ୍ୟ ମେଣ୍ଟ ସରକାର ଗଠନ ହେଲା। ଯାହାର କାର୍ଯ୍ୟାବଧି ରହିଥିଲା ୧୮ ମେ ୨୦୧୪ ପର୍ଯ୍ୟନ୍ତ। କଂଗ୍ରେସ ନେତୃତ୍ୱାଧିନ ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍ ଆଲାଏନ୍ସ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଠନ ପାଇଁ ଯୋଗ୍ୟ ବିବେଚିତ ହେଲା।

ଏଥର ମଧ୍ୟ କଂଗ୍ରେସ ଉପାଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଭାବମୂର୍ତ୍ତି ଜନତାଙ୍କ ସମ୍ମୁଖରେ ଭିନ୍ନ ଢଙ୍ଗରେ ଉପସ୍ଥାପିତ କଲେ। ସମସ୍ତଙ୍କ ଆକଳନ ଭୁଲ୍‌ ପ୍ରମାଣିତ ହେଲା। ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରି ନ ଥିଲେ ସୋନିଆ। ବରଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨ୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ହେଲେ। ସରକାର ଆରମ୍ଭରୁ ବିଶୃଙ୍ଖଳିତ ହୋଇପଡିଲା। ଲୋକସଭାରେ ପୂର୍ବ ସରକାରଗୁଡିକ ପରି ଏଥର ସରକାରଙ୍କ ପଥ ନିଷ୍ପଣ୍ଟକ ନ ଥିଲା। ଏକ ସୁଦୃଢ ବିରୋଧୀଦଳ ଥିବାରୁ ସରକାରଙ୍କୁ ଅନେକ ସରକାରୀ ନିୟମ କାର୍ଯ୍ୟାନ୍ୱୟନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। ଏହି ଦୁର୍ବଳ ସରକାର ହିଁ ବିଜେପିଙ୍କୁ ଶକ୍ତି ଦେଲା ପରବର୍ତ୍ତି ସମୟରେ ବିଜୟ ପାଇଁ।

୨ୟ ପାଳିରେ ମନମୋହନ ସିଂହ ସରକାର ସମୁଦାୟ ୨୨୨ଟି ବିଲ୍‌ ଆଗତ କରିଥିଲେ। ତନ୍ମଧ୍ୟରୁ ୧୬୫ଟି ବିଲ୍‌ ଗୃହରେ ପାସ୍‌ ହୋଇଥିଲା। ୧୫ତମ ଲୋକସଭା ନିର୍ବାଚନ ସମୟରେ ପୂର୍ବ ସରକାର ସମୟରେ ରାଜ୍ୟସଭା ସଦସ୍ୟ ଥିବା ୧୪ ଜଣ ସଦସ୍ୟ ପ୍ରତ୍ୟକ୍ଷ ମତଦାନ ଜରିଆରେ ଲୋକସଭାକୁ ଆସିଥିଲେ।

ମେଣ୍ଟରେ କିଏ କିଏ ଥିଲେ କଂଗ୍ରେସ ସାଥିରେ

୨୦୦୯ ମେ ୨୨ରେ ମନମୋହନଙ୍କ ଶପଥ ଗ୍ରହଣ ସମାରୋହରେ ବିଭିନ୍ନ ଦଳରୁ ମେଣ୍ଟରେ ସାମିଲ ହୋଇଥିବା ୨୦ ଜଣ ସଦସ୍ୟଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇଥିଲା। ପରବର୍ତ୍ତି ସମୟରେ ୫୯ ଜଣ ସଦସ୍ୟ ମେ ୨୭ରେ ଶପଥ ନେଇଥିଲେ। ଏହି ମନ୍ତ୍ରୀ ମଣ୍ଡଳରେ ୫ ଜଣ ଅଣ କଂଗ୍ରେସ ମନ୍ତ୍ରୀ ଥିଲେ, ସେମାନେ ହେଉଛନ୍ତି ଏମ୍‌.କେ.ଆଝାଗିରୀ(ଡିଏମ୍‌କେ), ମୁକୁଲ ରଏ(ତୃଣମୂଳ କଂଗ୍ରେସ), ଶରଦ ପାୱାର (ନ୍ୟାସଲାଲିଷ୍ଟ କଂଗ୍ରେସ ପାର୍ଟି) ଏବଂ ଫାରୁକ୍‌ ଅବଦୁହ୍ଲା(ଜମ୍ମୁ କଶ୍ମୀର ନ୍ୟାସନାଲ କନ୍‌ଫରେନ୍ସ)।



from Odisha Reporter https://ift.tt/2CySru7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages