କଂଗ୍ରେସ ଛାଡ଼ିଲେ ଦେବୀପ୍ରସନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

କଂଗ୍ରେସ ଛାଡ଼ିଲେ ଦେବୀପ୍ରସନ୍ନ

congress

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ କହିଛନ୍ତି,“ଦଳରେ ଆଉ ମୋତେ ଉପଯୁକ୍ତ ଗୁରୁତ୍ୱ ଦିଆଯାଉ ନଥିଲା। ତେଣୁ ମୁଁ ଦଳ ଛାଡ଼ିଲି।”

ଦେବୀପ୍ରସନ୍ନ କହିଛନ୍ତି ଯେ, ସେ ୧୯୯୨ରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସିଛନ୍ତି। ମାତ୍ର ବର୍ତ୍ତମାନ କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ରହିନାହିଁ। ଏବେ ଏହାର ବ୍ୟବସାୟୀକରଣ ହୋଇଗଲାଣି। ଦଳର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଠିକ୍‌ ଢଙ୍ଗରେ ହେଉ ନାହିଁ। ସର୍ଭେ ନାଁରେ ଦଳକୁ ନଷ୍ଟ କରାଯାଉଛି।

୨୦୦୯ରୁ ୨୦୧୪ ଯାଏ ଦେବୀପ୍ରସନ୍ନ ଜଳେଶ୍ୱରରୁ ବିଧାୟକ ହୋଇଥିଲେ। ସେ କଂଗ୍ରେସ ଟିକେଟ୍‌ରେ ଏହି ନିର୍ବାଚନ ଜିତିଥିଲେ। ୨୦୧୪ରେ ବି ସେ ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ବିଜେଡି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ହାରି ଯାଇଥିଲେ।



from Odisha Reporter https://ift.tt/2HGi7IV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages