୧୪ ଘଣ୍ଟା ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

୧୪ ଘଣ୍ଟା ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହେଲା

bus1

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ବିପଦ ଆଶଙ୍କାର ଅବସାନ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ଆଇଓସିଏଲ୍‌ର ଇଞ୍ଜିନିୟରଙ୍କ ପ୍ରାୟ ୧୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ ଗ୍ୟାସ୍‌ ସ୍ଥାନାନ୍ତର କରାଯାଇଛି। ଫଳରେ ଆଉ କିଛି ବିପଦ ନାହିଁ ବୋଲି ଜଣାପଡ଼ିଛି। ଗ୍ୟାସ୍ ସ୍ଥାନାନ୍ତର ପରେ କ୍ରେନ୍‌ ସାହାଯ୍ୟରେ ଟ୍ୟାଙ୍କର ଓ ଟ୍ରକ୍‌କୁ ମଧ୍ୟ ରାସ୍ତାରୁ ହଟାଇ ଦିଆଯାଇଛି। ଫଳରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ରାହାଞ୍ଜରେ ଏହି ଗ୍ୟାସ୍ ଟ୍ୟାଙ୍କର ସହ ଏକ ମାଲ୍‌ ବୋଝେଇ ଟ୍ରକ୍‌ର ଧକ୍କା ହୋଇଥିଲ। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍‌ ହୋଇଥିଲା। ଏହାକୁ ନେଇ ସାରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ।

gasକୌଣସି ଅଘଟଣ ଘଟିବା ଆଶଙ୍କାରେ ପାଖ ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା। ପାଖ ଗାଁର ଲୋକଙ୍କୁ ଚୁଲି ନ ଲଗାଇବାକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ପରାମର୍ଶ ଦେଇଥିଲେ। ବିଦ୍ୟୁତ୍ ସରାବରାହକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଏହାସହ ରାସ୍ତାର ଉଭୟ ପଟୁ ଯାନବାହନ ଚଳାଚଳ ବନ୍ଦ ରଖାଯାଇଥିଲା।

କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ୟାସ୍‌ ଟ୍ୟାଙ୍କର ଉପରେ ବରାବର ପାଣି ଢ଼ଳା ଯାଇଥିଲା। ଭଦ୍ରକ ଜିଲ୍ଲାପାଳ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।



from Odisha Reporter https://ift.tt/2ENSm6f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages