
ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଜାମଥାର ଭିସିଏ ଷ୍ଟାଡିୟମରେ ୧୦ ରନ୍ କରିବା ମାତ୍ରକେ ଜାଡେଜା ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।
ଜାଡେଜା ତୃତୀୟ ଭାରତୀୟ କ୍ରିକେଟର୍ ଭାବେ ଅନ୍ତର୍ଜାତୀୟ ଦିନିକିଆରେ ୨୦୦୦ ରନ୍ ଏବଂ ୧୫୦ରୁ ଊଦ୍ଧ୍ୱର୍ ୱିକେଟ୍ ନେବାର ସଫଳତା ଅର୍ଜନ କରିଛନ୍ତି। ଏଥିସହ ସେ ଏବେ ସଚିନ ତେନ୍ଦୁଲକର ଓ କପିଲ୍ ଦେବଙ୍କ ଲିଷ୍ଟରେ ସାମିଲ୍ ହୋଇଛନ୍ତି।
କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନଙ୍କ ନାମରେ ୪୬୩ ଦିନିକିଆରେ ୧୮୪୨୬ ରନ୍ ଏବଂ ୧୫୪ ୱିକେଟ୍ ରହିଛି । ସେହିପରି ୧୯୮୩ ବିଶ୍ୱକପ୍ ବିଜେତା ଦଳର ଅଧିନାୟକ ରହିଥିବା କପିଲ୍ ଦେବ ଏହି ସୀମିତ ଓଭର ଫର୍ମାଟ୍ରେ ୩୭୮୩ ରନ୍ ଏବଂ ୨୫୩ ୱିକେଟ୍ ନେଇଛନ୍ତି।
ନିଜ କ୍ୟାରିୟରର ୧୪୯ତମ ଦିନିକିଆ ଖେଳୁଥିବା ଜାଡେଜା ଏପର୍ଯ୍ୟନ୍ତ ୧୭୧ ୱିକେଟ୍ ନେଇଛନ୍ତି । ନାଗପୁର ଦିନିକିଆରେ ଜାଡେଜା ୨୧ ରନ୍ କରି ଆଉଟ୍ ହୋଇଥିଲେ।
from Odisha Reporter https://ift.tt/2HgOiy9
No comments:
Post a Comment