‘ନୋଟ୍‌ବୁକ୍‌’କୁ ମିଳୁଛି ଜବରଦସ୍ତ ରେସପନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

‘ନୋଟ୍‌ବୁକ୍‌’କୁ ମିଳୁଛି ଜବରଦସ୍ତ ରେସପନ୍ସ

ମୁମ୍ବାଇ: ଗତକାଲି ରିଲିଜ୍‌ ହୋଇଥିବା ବଲିଉଡ୍‌ ମୁଭି ‘ନୋଟ୍‌ବୁକ୍‌’କୁ  ମିଳିଛି ଜବରଦସ୍ତ ରେସପନ୍ସ। ଫିଲ୍ମର କାହାଣୀକୁ ନେଇ ଦର୍ଶକ ଖୁସି ଥିବା ବେଳେ ଫିଲ୍ମର ରେଟିଂ ମଧ୍ୟ ଭଲ ରହିଛି। ଫିଲ୍ମ ସମୀକ୍ଷକ ଏହାକୁ ୩ ଷ୍ଟାର ରେଟିଂ ଦେଇଛନ୍ତି। ପ୍ରଥମ ଦିନରେ ଫିଲ୍ମଟି ୧ କୋଟି ଆୟ କରିବ ବୋଲି ନିର୍ମାତା ଆଶା ରଖିଥିବାବେଳେ ଏହା ଡେ ୱାନ୍‌ରେ ପାଖାପାଖି ୨ କୋଟି ଟଙ୍କା ଆୟ କରିଛି। କାଶ୍ମୀର ଉପତ୍ୟାକାର କାହାଣୀକୁ ନେଇ ଫିଲ୍ମ ‘ନୋଟ୍‌ବୁକ୍‌’ ତିଆରି ହୋଇଛି।

ଲଭ, ରୋମାନ୍ସ, ବ୍ରେକ୍‌ଅପ୍‌ ଆଉ ତା ସାଙ୍ଗକୁ ସସ୍‌ପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ। ଫିଲ୍ମ ଜରିଆରେ ଡେବ୍ୟୁ କରିଛନ୍ତି ପ୍ରନୂତନ ବେହଲ୍‌ ଓ ଜାହିର୍‌ ଇକବାଲ୍‌। କାଶ୍ମୀରର ଏକ ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକ ଭାବେ ନଜର ଆସିଛନ୍ତି ପ୍ରନୂତନ। ମାତ୍ର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଥିବା ଏହି ସ୍କୁଲରେ ପରେ ଶିକ୍ଷକ ଭାବେ ନିଯୁକ୍ତି ପାଆନ୍ତି ଜାହିର୍‌। ତେବେ ପ୍ରନୂତନଙ୍କ ନୋଟ୍‌ବୁକ୍‌କୁ ପଢ଼ି କିପରି ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିଚ୍ଛେଦ ହେଉଛି ତାକୁ ନେଇ ଫିଲ୍ମର କାହାଣୀ ଗତି କରୁଛି। ଚଳିତ ବର୍ଷର ସଲମାନ୍‌ ଖାନ୍‌ ପ୍ରଡକ୍ସନ୍‌ର ଏ ହେଉଛି ପ୍ରଥମ ସିନେମା। ତେଣୁ ସଲମାନ୍‌ ମଧ୍ୟ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ସେପଟେ କିନ୍ତୁ ‘ନୋଟ୍‌ବୁକ୍‌’କୁ ଟକ୍କର ଦେବା ଲାଗି ଗତକାଲି ପରଦାକୁ ଆସିଥିବା ‘ଜଙ୍ଗଲି’କୁ ନେଇ ସେତେ ଉତ୍ସାହ ଦେଖିବାକୁ ମିଳିନାହିଁ। ହାତୀ-ମଣିଷ ବନ୍ଧୁତାକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଜଙ୍ଗଲି’କୁ ମିଳିଛି ୨ରୁ ୩ ଷ୍ଟାର ରେଟିଂ। ଫିଲ୍ମରେ ଜବରଦସ୍ତ ଆକ୍ସନ ଥିବା ବେଳେ କାହଣୀରେ ସେତେଟା ଦମ୍‌ ନଥିବା ସମୀକ୍ଷକ କହିଛନ୍ତି।

ଫିଲ୍ମର ଲିଡ୍‌ରେ ଅଛନ୍ତି ଦମ୍‌ଦାର ଆକ୍ସନ ପାଇଁ ଜଣାଶୁଣା ବିଦ୍ୟୁତ୍ ଜାମୱାଲ୍। ବିଦ୍ୟୁତଙ୍କ ସହିତ ଆଶା ଭଟ୍ଟ, ଅତୁଲ କୁଲକର୍ଣ୍ଣୀ, ପୂଜା ସାବନ୍ତଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେରିକାର ଫିଲ୍ମ ଡାଇରେକ୍ଟର ଚକ୍‌ ରସେଲ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।



from Odisha Reporter https://ift.tt/2V77qCP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages