ଏଠାରେ ଭକ୍ତ ଦେହରେ କଣ୍ଟା ଫୋଡ଼ାଇଲେ ବାବା ସନ୍ତୁଷ୍ଟ ହେବାର ରହିଛି ବିଶ୍ୱାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଏଠାରେ ଭକ୍ତ ଦେହରେ କଣ୍ଟା ଫୋଡ଼ାଇଲେ ବାବା ସନ୍ତୁଷ୍ଟ ହେବାର ରହିଛି ବିଶ୍ୱାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ହେଉଛି ଏକ ପୁରାତନ ସଂସ୍କୃତି ଏବଂ ଐତିହାସିକ ସହର। ଇତିହାସକୁ ଆମେ ଯଦି ଦେଖିବା ଏହା କଳିଙ୍ଗର ଏକ ଅଂଶ ଥିଲା । ୧୫୬୮ମସିହା ବେଳକୁ ବାଲେଶ୍ୱର ଜିଲ୍ଲା ମୋଗଲ୍‌ ସାମ୍ରାଜ୍ୟରେ ଅର୍ନ୍ତଭୁକ୍ତ ଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ଆସିବା ପରେ ବାଲେଶ୍ୱରରେ ବ୍ରିଟିଶ୍‌ ଉପନିବେଶ ପ୍ରତିଷ୍ଠା ହେଲା।

ବ୍ରିଟିଶ୍‌ ଶାସନ ସମୟରେ ବାଲେଶ୍ୱରରେ ଅନେକ ଇଂରେଜ ଅଫିସର୍‌ ଏବଂ ବ୍ୟବସାୟୀ ରହୁଥିଲେ। ଏବେ ମଧ୍ୟ ଥରେ ବୁଲି ଆସିଲେ ବାଲେଶ୍ୱରରେ ଇଂରେଜମାନଙ୍କ ସମାଧି ସବୁ ଦେଖିବାକୁ ପାଇବେ। ବାଲେଶ୍ୱରରେ ଜଳପଥ  ଥିବା ଯୋଗୁ ଇଂରେଜ ଶାସନ ସମୟରୁ ଏହା ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଥିଲା। ଏହାବ୍ୟତୀତ ସହର ପାର୍ଶ୍ୱ ଦେଇ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ ହେଉଛି।

ତେବେ ଆପଣ ତ ବାଲେଶ୍ୱର ସହରର ଇତିହାସ ବିଷୟରେ ଜାଣିଲେ। ଏବେ ବାଲଶ୍ୱରର ଏକ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ବାଲେଶ୍ୱରରେ ଏକ ପୂରାତନ ଶୈବ ପୀଠ ରହିଛି।  ଯେଉଁଠାରେ ବର୍ଷ ସାରା ଭକ୍ତଙ୍କ ଗହଳି ଜମେ। ଏହା ହେଉଛି ବାବା ଚନ୍ଦନେଶ୍ୱରଙ୍କ ପୀଠ।

କିପରି ଯିବେ

୬୦ନଂ ଜାତୀୟ ରାଜପଥ ଦେଇ ଆପଣ ଚନ୍ଦନେଶ୍ୱର ଯାଇପାରିବେ। ଏହି ରାସ୍ତା କୋଲ୍‌କାତା ଅଭିମୁଖେ ଯାଇଛି। ଗାଡ଼ିରେ ଯିବା ବେଳେ ଆପଣ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ମନୋରମ ଦୃଶ୍ୟ ଉପଭୋଗ କରିପାରିବେ। ଏପରି ଲାଗିବ ଯେ, ପ୍ରକୃତି ରାଣୀ ଚାରିଆଡ଼େ ତାର ସୁନ୍ଦରତା ଅର୍ପଣ କରିଦେଇଛି।

ବାଲେଶ୍ୱରରେ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର ଏକ ଛୋଟ ସହରରେ ଅବସ୍ଥିତ। ବର୍ଷ ତମାମ ସେଠାରେ ଟୁରିଷ୍ଟ ମାନଙ୍କର ଭିଡ଼ ଲାଗିରହିଥାଏ।
ଆସନ୍ତୁ ଜଣିବା ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର ବିଷୟରେ..

ଯଦି ଆପଣ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରକୁ ଯିବାକୁ ଚାହୁଁଛନ୍ତି, ତାହାଲେ ବାଲେଶ୍ୱରରୁ ବସ୍‌ରେ କିମ୍ବା କାର୍‌ରେ ସେଠାକୁ ଯାଇ ପାରିବେ। ବାଲଶ୍ୱରରୁ ଏହାର ଦୂରତା ପ୍ରାୟ ୯୩ କି.ମି.। ତେବେ ଆପଣ ଚାହିଁଲେ ଟ୍ରେନ୍‌ରେ ମଧ୍ୟ ଯାଇପାରିବେ। ଜଳେଶ୍ୱରରୁ ଏହାର ଦୂରତା ହେଉଛି ମାତ୍ର ୩୬ କିମି।  ଜଳେଶ୍ୱରକୁ ବାଲେଶ୍ୱର ଜିଲ୍ଲାର ଭାତ ହାଣ୍ଡି ବୋଲି କୁହାଯାଏ।

ଆପଣ ବାବାଙ୍କ ମନ୍ଦିରର ସିଂହ ଦ୍ୱାରା ଦେଇ ଭିତରକୁ ପ୍ରବେଶ କଲେ ବାବା ଚନ୍ଦନେଶ୍ୱରଙ୍କ ସୁନ୍ଦର ଧଳା ରଙ୍ଗର ମନ୍ଦିର ଦେଖିପାରିବେ। ମନ୍ଦିରର ନିର୍ମାଣ ଶୈଳୀରେ ଆପଣ ପଶ୍ଚିମବଙ୍ଗର  କାରୁକାର୍ଯ୍ୟ ଦେଖିବାକୁ ପାଇବେ। ମନ୍ଦିର ବେଢ଼ାରୁ ଗର୍ଭଗୃହକୁ ଗଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଆପଣ ସେଠାରେ ବାବା ଚନ୍ଦନେଶ୍ୱରଙ୍କ ଲିଙ୍ଗଙ୍କ ଦର୍ଶନ ପାବେ ନାହିଁ। କାରଣ ବାବା ନିରାକାର। ଏବଂ ଆଉ ଗୋଟେ କଥା ହେଲା ବାବାଙ୍କ ମନ୍ଦିରରେ ଷଣ୍ଢମାନଙ୍କର ଅବାଧ ପ୍ରବେଶ ରହିଛି। ସେଠାରେ ପ୍ରତି ସୋମବାର ଏବଂ ସଂକ୍ରାନ୍ତିରେ ବହୁ ଶ୍ରଦ୍ଧାଳୁ ବାବାଙ୍କ ପାଖରେ ଜଳାଭିଷେକ କରିଥାନ୍ତି। ସେଠାରେ ଭକ୍ତମାନଙ୍କ ପାଇଁ ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଦର୍ଶନ ସମୟ ନିର୍ଦ୍ଧାରଣ କରାଯାଇଛି।

ବାବା ଚନ୍ଦନେଶ୍ୱରଙ୍କ ସବୁଠୁ ବଡ଼ ପର୍ବ ହେଉଛି ଚଡ଼କ ଯାତ୍ରା। ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ଲକ୍ଷ ଲକ୍ଷ ଭକ୍ତ ସେଠାରେ ଏକାଠି ହୁଅନ୍ତି। ଆଉ ଚଡ଼କ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ପାଟ ପର୍ବ। ସେହି ପର୍ବରେ ଭାଗ ନେଉଥିବା ଭକ୍ତଙ୍କୁ “ପାଟଭକ୍ତା” ବୋଲି କୁହାଯାଏ। ନିଜର ମାନସିକ ପୂରଣ ପାଇଁ ପାଟଭକ୍ତାମାନେ ଉପବାସ କରି ବାବା ଚନ୍ଦନେଶ୍ୱରଙ୍କ ନିକଟରେ ନିଜକୁ ଅର୍ପଣ କରିଥାନ୍ତି। ଆଉ ଏହି ପାଟ ପର୍ବ ସମୟରେ ଆପଣ ସେଠାକୁ ଗଲେ ପାଟ ଭକ୍ତାମାନେ ନିଜ ଦେହରେ ଶହ ଶହ ଲୁହା କଣ୍ଟା ଫୋଡ଼ାଇ ସଜ୍ଜିତ ହୋଇ ମନ୍ଦିରକୁ ଶୋଭାଯାତ୍ରାରେ ଯାଉଥିବା ଦେଖିପାରିବେ।

ସେଠାରେ ଆପଣ ପାଟ ଭକ୍ତାମାନଙ୍କୁ ନିଜ ଗାଲ ଏବଂ ଜିଭରେ ମଧ୍ୟ କଣ୍ଟା ଫୋଡ଼ାଇଥିବା ଦେଖିବାକୁ ପାଇବେ। ଲୋକଙ୍କ ମନରେ ଏହା ବିଶ୍ୱାସ ଅଛି ଯେ, ଏପରି କଷ୍ଟଦାୟକ ବ୍ରତ ପାଳନ କଲେ ବାବା ଚନ୍ଦନେଶ୍ୱର ସନ୍ତୁଷ୍ଟ ହୋଇଥାନ୍ତି। ଆଉ ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ ଯେ, ଛୋଟ ଛୋଟ ପିଲା ମଧ୍ୟ ସେମାନଙ୍କ ଦେହରେ କଣ୍ଟା ଫୋଡ଼ାଇଥାନ୍ତି। ଚନ୍ଦନେଶ୍ୱର ଯାତ୍ରା ସମୟରେ ସେଠାରେ ଥିବା ଏକ ନୀଳ ପୋଖରୀର ପାଣିକୁ ଭକ୍ତମାନେ ପବିତ୍ର ବୋଲି ମାନିଥାନ୍ତି।

ତେବେ ଆପଣ ଚନ୍ଦନେଶ୍ୱର ମନ୍ଦିର ବୁଲି ସାରିବା ପରେ ତାର ଅଳ୍ପ ଦୂରରେ ଥିବା ତାଳସାରୀ ସମୁଦ୍ର କୂଳ ବୁଲି ପାରିବେ। ଚନ୍ଦନେଶ୍ୱର ମନ୍ଦିରଠାରୁ ତାଳସାରୀ ବିଚ୍‌ କେବଳ ଅଢ଼େଇ କିମି। ଆପଣ ସେହି ରାସ୍ତା ଦେଇ ତାଳସାରୀ ଗଲେ ସାମୁଦ୍ରିକ ପବନ ଆପଣଙ୍କୁ ମତୁଆଲା କରିଦେବ ନିଶ୍ଚୟ।

ତାଳସାରୀ ହେଉଛି ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ସମୁଦ୍ର କୂଳ । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ସେଠାକୁ ଯାଇଥାନ୍ତି। ସେଠାରେ ଆପଣ ନାଲି କଙ୍କଡ଼ା ସହ ଝାଉଁ ଏବଂ ହେନ୍ତାଳ ବଣ ଦେଖିବାକୁ ପାଇବେ। ବିସ୍ତିର୍ଣ୍ଣ ଝାଉଁ ଜଙ୍ଗଲ, ସୁନେଲି ବାଲୁକା ରାଶି ଏବଂ ସୁନ୍ଦର ପବନକୁ ଆପଣ ଏଠାରେ ମନଭରି ଉପଭୋଗ କରିପାରିବେ।

ତେବେ ଆଉ ଡେରି କାହିଁକି, ଏହି ସୁନ୍ଦର ଶୈବ ପୀଠ ବୁଲିବା ସାଙ୍ଗକୁ ଥରେ ସି ବିଚ୍‌ର ମଜା ନେଇ ଆସନ୍ତୁ।



from Odisha Reporter https://ift.tt/2ubj83u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages