ଠାକୁର ଘରେ ଭୁଲରେ ବି ରଖନ୍ତୁ ନାହିଁ ଏସବୁ ମୂର୍ତ୍ତି , ନ ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଠାକୁର ଘରେ ଭୁଲରେ ବି ରଖନ୍ତୁ ନାହିଁ ଏସବୁ ମୂର୍ତ୍ତି , ନ ହେଲେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ଲୋକେ ଠାକୁର ଘର ନିର୍ମାଣ କରିଥାନ୍ତି। ସେଠାରେ ବିଭିନ୍ନ ଦେବୀ-ଦେବତାଙ୍କ ମୂର୍ତ୍ତି ଓ ଫଟୋ ରଖି ପୂଜାର୍ଚ୍ଚନା କରାଯାଇଥାଏ। ହେଲେ ଆପଣ ଜାଣନ୍ତି କି ଠାକୁର ଘରେ କେଉଁ ମୂର୍ତ୍ତି ରଖିବା ଉଚିତ ଓ ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ କହିବୁ ଠାକୁର ଘରେ କେଉଁ ମୂର୍ତ୍ତି ରଖିଲେ କ’ଣ ଫଳ ମିଳେ।

୧) ଜ୍ୟୋତିଷ ଶାସ୍ତ୍ର ଓ ହିନ୍ଦୁ ଧର୍ମ ଅନୁଯାୟୀ, ଭଗବାନ ଶିବଙ୍କ ଅବତାର ଭୈରବ ଦେବତା, ନଟରାଜ, ଶନି ଦେବତା ଓ ରାହୁ-କେତୁଙ୍କ ମୂର୍ତ୍ତି ଭୁଲରେ ବି ପୂଜା ଘରେ ରଖିବା ଉଚିତ ନୁହେଁ। ଏମାନଙ୍କ ମୂର୍ତ୍ତି ଠାକୁର ଘରେ ରଖିଲେ ନକାରତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ ବୋଲି କୁହାଯାଏ।

୨) ଅନେକ ଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯେ ଠାକୁର ଘରେ ଗୋଟିଏ ଭଗବାନଙ୍କର ଅନେକ ଫଟୋ ବା ମୂର୍ତ୍ତି ରହିଥାଏ। ଏଭଳି କରିବା ଉଚିତ୍‌ ନୁହେଁ। ଏଭଳି କଲେ ଘରର ସଦସ୍ୟଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼େ।

୩) ମନେ ରଖନ୍ତୁ ଠାକୁର ଘରେ ଭଗବାନଙ୍କ ମୂର୍ତ୍ତିକୁ ସବୁବେଳେ ଏମିତି ରଖିବେ ଯେପରି ଭଗବାନଙ୍କ ପିଠି ଦେଖାଯିବ ନାହିଁ। ନଚେତ ତାହା ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ।

୪) ଠାକୁର ଘରେ କେବେ ହେଲେ କୌଣସି ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ। କାରଣ ମୂର୍ତ୍ତି ଖଣ୍ଡିତ ଅବସ୍ଥାରେ ଠାକୁର ଘରେ ରହିଲେ ପୂଜା ସମ୍ପନ୍ନ ହୁଏ ନାହିଁ କି ପୂଜାର ଫଳ ମିଳେନାହିଁ।

୫) ଘର ମନ୍ଦିରରେ ଭଗବାନଙ୍କ ଠିଆ ହେବା ମୂର୍ତ୍ତି ରଖିବା ଅପେକ୍ଷା ଭଗବାନଙ୍କର ବସିଥିବା ଅବସ୍ଥାରେ ଫଟୋ କିମ୍ବା ମୂର୍ତ୍ତି ରଖିଲେ ଅଧିକ  ସୁଫଳ ମିଳିଥାଏ।



from Odisha Reporter https://ift.tt/2W5SWDu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages