୧ ଏପ୍ରିଲ,ସୋମବାର: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

୧ ଏପ୍ରିଲ,ସୋମବାର: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ

ମେଷ: ଦିନଟି ଭଲରେ କଟିବ। ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ।

ମିଥୁନ: ପରିବାରର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହ ହସଖୁସିରେ ଦିନଟି କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ନୂଆ ପୋଷାକ କିଣିପାରନ୍ତି।

କର୍କଟ: ଦୁର୍ଘଟଣାର ଯୋଗ ରହିଛି ତେଣୁ ଗାଡି ଚଲାଇବା ବେଳେ ସତର୍କ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। ଗହଣା କିଣିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ସିଂହ: ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମାନ-ସମ୍ମାନ ବଢ଼ିବ।

କନ୍ୟା: ହଠାତ୍‌ କୌଣସି ଶୁଭ ଖବର ମିଳିପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି।

ତୁଳା: ମାନ-ସମ୍ମାନ, ପ୍ରତିଷ୍ଠା ମିଳିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ବିଛା: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ବାପାଙ୍କ ସହ ଝଗଡ଼ା ହୋଇପାରେ। ବିବାହ ସ୍ଥିର ହୋଇପାରେ।

ଧନୁ: ଜୀବନସାଥୀଙ୍କ ସହଯୋଗ ମିଳିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ।

ମକର: ନୂଆ କାର୍ଯ୍ୟ ଆରମ୍ଭ କରିବେ। କାହାକୁ ଋଣ ଦିଅନ୍ତୁ ନାହିଁ। କାହାକୁ ରାଗିକି କୌଣସି କଥା କୁହନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: ଭାବିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

ମୀନ: କାହାକୁ ଋଣ ଦେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଯଦି ଆବଶ୍ୟକ ଥାଏ, ତେବେ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ। ନହେଲ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।



from Odisha Reporter https://ift.tt/2UqNnCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages