
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଣୀବିହାର ପରିସରରେ ରହୁଥିବା ୬୦ରୁ ଅଧିକ ଅଣଛାତ୍ରଙ୍କୁ ଗତକାଲି ବାହାର କରି ଦିଆଯାଇଛି।
୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ୭ ନମ୍ବର ଛାତ୍ରାବାସରେ ଚଢ଼ାଉ କରି ଏହି ଅଣଛାତ୍ରମାନଙ୍କୁ ବାହାର କରିଥିଲେ। ଏହାସହ ହଷ୍ଟେଲ୍ରୁ ବହୁ ପରିମାଣର ମଦ ବୋତଲ ଜବତ କରାଯାଇଛି।
ହଷ୍ଟେଲ୍ର କିଛି ରୁମ୍କୁ ଅନେକ ଦିନ ଧରି ଏହି ଅଣଛାତ୍ରମାନେ କବ୍ଜା କରି ବାର୍ଷିକ ଭଡ଼ା ଆକାରରେ ମଧ୍ୟ ପ୍ରଦାନ କରିଥିଲେ।
ଚଢ଼ାଉ ପରେ ୭ ନମ୍ବର ହଷ୍ଟେଲ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଅଧୀନକୁ ନେଇଯାଇଛନ୍ତି।
from Odisha Reporter https://ift.tt/2u1sS0l
No comments:
Post a Comment