ଝିଅ ଦୁଷ୍ଟାମୀକୁ ଡରି, ମା’ ଆପଣାଇଲେ ଏହି ଉପାୟ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଝିଅ ଦୁଷ୍ଟାମୀକୁ ଡରି, ମା’ ଆପଣାଇଲେ ଏହି ଉପାୟ…

ସିଓଲ:  ଦୂର ଯାତ୍ରା ବେଳେ ଛୋଟ ପିଲା ନିଜ ବାପାମା’ଙ୍କୁ ହଇରାଣ କରନ୍ତି। ଏଥିସହିତ ଅନ୍ୟମାନଙ୍କୁ ମଧ୍ୟ ବେଶ୍‌ ହଇରାଣ କରିଥାନ୍ତି। ସେମାନଙ୍କ କାନ୍ଦ, ଚିତ୍କାର ଓ ଦୁଷ୍ଟାମୀରେ ପାଖରେ ଥିବା ଅନ୍ୟ ଯାତ୍ରୀ ବେଳେବେଳେ ଅତିଷ୍ଠ ହୋଇପଡ଼ନ୍ତି। ପିଲାଙ୍କ ଦୁଷ୍ଟାମୀକୁ ତ ରୋକି ହେବନି । ତେଣୁ ପାଖ ଯାତ୍ରୀ କିପରି ବିରକ୍ତ ନ ହେବେ ସେଥିପାଇଁ ବିମାନରେ ଯାତ୍ରା କରୁଥିବା ଜଣେ ମହିଳା କଣ କଲେ ଆସନ୍ତୁ ଜାଣିବା ।
ମହିଳା ଜଣକ ସିଓଲରୁ ସାନ ଫ୍ରାନ୍ସିସ୍କୋ  ଯାତ୍ରା କରୁଥିଲେ। ବିମାନରେ ୧୦ ଘଣ୍ଟାର ଯାତ୍ରା । ଝିଅକୁ ନେଇ ଏତେ ସମୟ କିପରି ଯାତ୍ରା କରିବେ ମହିଳା ଜଣକ ଚିନ୍ତାରେ ପଡ଼ିଥିଲେ। ପାଖ ଯାତ୍ରୀଙ୍କୁ  କାଳେ ଝିଅ ହଇରାଣ କରିବ ଏବଂ ସେମାନେ ବିରକ୍ତ ହେବେ ଏଥିନିମନ୍ତେ ସେ ଆପଣାଇଥିଲେ କିଛି ଭିନ୍ନ ଉପାୟ।

ପ୍ରଥମ ଥର ଝିଅ ବିମାନ ଯାତ୍ରା କରୁଥିବାରୁ କାଳେ ଖାପ ଖୁଆଇ ନ ପାରି ଭୟଭୀତ ହେବ, କାନ୍ଦିବ ଏବଂ ଏହାଦ୍ୱାରା  ଅନ୍ୟ ଯାତ୍ରୀମାନେ ଅସନ୍ତୁଷ୍ଟ ହେବେ ଏହି ଭୟ ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା। ତେଣୁ ମହିଳାଜଣକ ଝିଅ ତରଫରୁ ପ୍ରାୟ ୨୦୦ ହ୍ୟାଣ୍ଡ ବ୍ୟାଗ ବିମାନର ସମସ୍ତ ଯାତ୍ରୀଙ୍କୁ  ବାଣ୍ଟିଥିଲେ।

ଉକ୍ତ ବ୍ୟାଗରେ  ଏକ ସୁନ୍ଦର ନୋଟ ରହିଥିବା ବେଳେ ଏକ ଇୟର ପ୍ଲଗ୍ସ, କ୍ୟାଣ୍ଡି ଓ ଏକ ନୋଟ ବୁକ୍‌ ମଧ୍ୟ ରହିଥିଲା। ଏହାବ୍ୟତୀତ କୁନି ଝିଅ ତରଫରୁ ଏକ ସୁନ୍ଦର ଲେଖା ଥିବା କ୍ଷମାପତ୍ର ମଧ୍ୟ ଉକ୍ତ ବ୍ୟାଗରେ ରହିଥିଲା। ଏହା ଦେଖି ସମସ୍ତ ଯାତ୍ରୀ ଖୁସି ହୋଇଥିବା ବେଳେ ଜଣେ ଏହାକୁ ଫେସବୁକ୍‌ରେ ସେୟାର କରିଥିଲେ।



from Odisha Reporter https://ift.tt/2BZf4b5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages