
ଇସ୍ଲାମାବାଦ: ପାକିସ୍ତାନର ସମସ୍ତ ପ୍ରାଇଭେଟ୍ ଟିଭି ଚ୍ୟାନେଲ୍ରେ ଭାରତୀୟ ଫିଲ୍ମ, ସିରିଏଲ୍ ପ୍ରସାରଣକୁ ପାକିସ୍ତାନ ସୁପ୍ରିମକୋର୍ଟ ବ୍ୟାନ୍ କରିଛନ୍ତି। ମଙ୍ଗଳବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁଲୱାମା ଆକ୍ରମଣରେ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ପ୍ରଥମେ ପାକିସ୍ତାନ କଳାକାରଙ୍କୁ ଭାରତରେ ବାସନ୍ଦ କରାଯାଇଥିଲା।
ଏହାପରେ ପାକିସ୍ତାନ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ନ୍ୟାୟମୂର୍ତ୍ତି ଗୁଲଜାର୍ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ତିନି ଜଣ ସଦସ୍ୟ ମିଶି ପାକିସ୍ତାନ ଟିଭି ଚ୍ୟାନେଲ୍ରେ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରିତ ହେବନାହିଁ ବୋଲି ନିଷ୍ପତି ଶୁଣାଇଛନ୍ତି। ‘ରୋଡିଓ ପାକିସ୍ତାନ’ର ଖବରରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି।
from Odisha Reporter https://ift.tt/2Hja8B9
No comments:
Post a Comment