ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଟ୍‌ଲେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଟ୍‌ଲେଟ୍‌

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): କଲରା ସ୍ୱାସ୍ଥ୍ୟ ଲାଗି ହିତକର। ଏହା ସମସ୍ତଙ୍କୁ ଜଣା। ହେଲେ ଏହାକୁ ଖାଇବା କଥା ଉଠିଲେ  ପିଲାଙ୍କ ସମେତ ବଡ଼ମାନେ ମଧ୍ୟ ବେଶି ଆଗ୍ରହ ପ୍ରକାଶ କରିନଥାନ୍ତି। କିନ୍ତୁ କଲରାରେ ପ୍ରସ୍ତୁତ ଚଟପଟି ଆଇଟମ୍‌ ଖାଇବାକୁ ସାଧାରଣତଃ ସମସ୍ତେ ପସନ୍ଦ କରିଥାନ୍ତି। ଏପରି ଏକ ଚଟପଟି ଆଇଟମ୍‌ ହେଲା କଲରା କଟ୍‌ଲେଟ୍‌। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍‌ ସହଜ ହୋଇଥିବା ବେଳେ ଖାଇବାକୁ ମଧ୍ୟ ବହୁତ ଟେଷ୍ଟି। ଏହାକୁ କିପରି ପ୍ରସ୍ତୁତ କରିବେ ଜାଣି ରଖନ୍ତୁ।

ଆବଶ୍ୟକ ସାମଗ୍ରୀ: କଲରା-୩ଟି,  ବଡ ପିଆଜ-୧ଟା, ବେସନ- ୧ କପ୍‌,  ଆବଶ୍ୟକ ମୁତାବକ- ହଳଦି, ଲଙ୍କା, ଲୁଣ, ଜିରା, ଧନିଆ,  ଗୋଟେ ଚାମଚ ପିଆଜ, ଅଦା, ରସୁଣ ପେଷ୍ଟ, ଆବଶ୍ୟକ ଅନୁଯାୟୀ ପାଣି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଲରା ଓ ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ସେଥିରେ ଆବଶ୍ୟକ ମୁତାବକ ବେସନ ପକାନ୍ତୁ। ଏହାପରେ ସ୍ୱାଦ ଅନୁଯାୟୀ ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାନ୍ତୁ। ଅଳ୍ପ ଅଳ୍ପ ପାଣି ଦେଇ ସମସ୍ତ ସାମଗ୍ରୀକୁ ଗୋଳାଇ ମୋଟା ଆଣ ଭଳି ପ୍ରସ୍ତୁତ କରି ଦିଅନ୍ତୁ।

ଏହାପରେ ଗ୍ୟାସ ଉପରେ ଏକ ପ୍ୟାନ ବସାଇ ଗରମ କରନ୍ତୁ। ପ୍ୟାନ ଗରମ ହେଲା ପରେ ସେଥିରେ ସୋରିଷ ତେଲ ୩ ରୁ ୪ ଚାମଚ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ କଲରା ଆଣକୁ ଛୋଟ ଛୋଟ ଗୁଳା କରି ଥାପି ଦିଅନ୍ତୁ। ଗ୍ୟାସକୁ ସିମ୍‌ କରି ପ୍ୟାନ୍‌କୁ ଘୋଡାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ତାହା ଶିଝିଯିବ।

ଏହାପରେ ତାହାକୁ ଓଲଟାଇ ଦିଅନ୍ତୁ। ୨ ପାର୍ଶ୍ୱ ଗୋଲଡେନ ବ୍ରାଉନ ହେବା ପରେ ଏହାକୁ ବାହାର କରି ଦିଅନ୍ତୁ। ଏହାପରେ ଗରମାଗରମ ପରସନ୍ତୁ କଲରା କଟ୍‌ଲେଟ୍‌। ବଡ଼ମାନେ ଏହାକୁ ଖାଇବା ସହ ପିଲାମାନେ ମଧ୍ୟ ଆଗ୍ରହ ପ୍ରକାଶ କରି ପାରନ୍ତି।



from Odisha Reporter https://ift.tt/2SZrOEd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages