କିଏ ଏହି ରହସ୍ୟମୟୀ ମହିଳା, ସତରେ କ’ଣ ସେ ଅଭିନନ୍ଦନଙ୍କ ପତ୍ନୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

କିଏ ଏହି ରହସ୍ୟମୟୀ ମହିଳା, ସତରେ କ’ଣ ସେ ଅଭିନନ୍ଦନଙ୍କ ପତ୍ନୀ ?

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ସମଗ୍ର ଭାରତବାସୀ ଅଭିନନ୍ଦନ ଜଣାଇ ଉଚ୍ଛସିତ ସ୍ୱାଗତ କରିଛନ୍ତି। ପାକିସ୍ତାନରେ ବନ୍ଦୀ ରହିବା ପରେ ଗତକାଲି ସେ ଭାରତ ଫେରିଛନ୍ତି। ଏବେ ଚାରିଆଡ଼େ ଅଭିନନ୍ଦନଙ୍କର ସାହାସିକତାର ଗାଥା ଶୁଣିବାକୁ ମିଳୁଛି। କିନ୍ତୁ ଅଭିନନ୍ଦନ ପାକିସ୍ତାନରେ ଥିବା ସମୟରେ  ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓରେ ଜଣେ ମହିଳା ନିଜକୁ ଜଣେ ସେନା ଅଧିକାରୀଙ୍କ ପତ୍ନୀ କହୁଥିବା ବେଳେ ସହିଦ୍‌ ଯବାନମାନଙ୍କ ବଳିଦାନକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରୁଛନ୍ତି।

କିନ୍ତୁ ସୋଶାଲ ମିଡିଆରେ ମହିଳା ଜଣକ ଅଭିନନ୍ଦନଙ୍କ ପତ୍ନୀ ବୋଲି ଭାଇରାଲ ହେଉଛି। ଯଦିଓ ମହିଳା ଜଣକ ସିଧାସଳଖ ନିଜକୁ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ପତ୍ନୀ ବୋଲି କହିନାହାନ୍ତି ତେବେ ଫେସ୍‌ବୁକ୍‌ ଏବଂ ହ୍ୱାଟସ୍‌ଆପ୍‌ରେ ତାଙ୍କୁ ଅଭିନନ୍ଦନଙ୍କ ପତ୍ନୀ ଦର୍ଶାଇ ଭାଇରାଲ କରାଯାଉଛି। ତେବେ ସତରେ କ’ଣ ଏହି ମହିଳା ଜଣକ ଅଭିନନ୍ଦନଙ୍କ ପତ୍ନୀ? ସୋଶାଲ ମିଡିଆ ଓ ହ୍ୱାଟସ୍‌ଆପରେ ବୁଲୁଥିବା ଏହି ଖବର ପଛର ଥିବା ସତ୍ୟତା ବିଷୟରେ ଆସନ୍ତୁ ଜାଣିବା ପ୍ରକୃତ ସତ କ’ଣ?  ତେବେ ସମ୍ପୃକ୍ତ ମହିଳା ଜଣକ ଅଭିନନ୍ଦନଙ୍କ ପତ୍ନୀ ନୁହନ୍ତି। ଏହା ଫେକ୍‌ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ‘ଇଣ୍ଡିଆ ୟୁଥ୍‌ କଂଗ୍ରେସ୍‌’ର ଅନ୍‌ଲାଇନ୍‌ ମାଗାଜିନ୍‌ ‘ୟୁବା ଦେଶ୍‌’ ୧ ମିନିଟ୍‌ ୮ ସେକେଣ୍ଡର ଏହି ଭିଡିଓଟିକୁ ଟ୍ୱିଟର୍‌ରେ ପୋଷ୍ଟ କରି , ମହିଳା ଜଣକ  ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ସ୍ତ୍ରୀ ବୋଲି ସନ୍ଦେଶ ଦେଇଥିଲା। ଆଉ ଲେଖିଥିଲା “ଦେଶପାଇଁ ବଳିଦାନ ଦେଉଥିବା ଯବାନଙ୍କୁ ନେଇ ବିଜେପି ରାଜନୀତି ନକରୁ।“ ଏହି ମେସେଜ୍‌ ଲେଖି ‘ୟୁବା ଦେଶ୍‌’ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିଲା।

ଏପରିକି ଫେସବୁକ୍‌ ୟୁଜର୍‌ ଦିନେଶ ସିଂହ ଯିଏ ନିଜକୁ ଜଣେ ‘National Students Union of India (NSUI)’ର ମେମ୍ୱର ବୋଲି କହି ଏହି ସମାନ ଭିଡିଓକୁ ପୋଷ୍ଟ କରିଥିଲେ। ପୋଷ୍ଟ ହେବା ପରେ ଭିଡିଓଟି ଫେସବୁକ୍‌ରେ ୧୪୦୦୦ଥର ଶେଆର୍‌ ହୋଇଛି।
ଏମିତି କି ପଞ୍ଜାବର କ୍ୟାବିନେଟ୍‌ ମିନିଷ୍ଟର୍‌ ନବଜୋତ୍‌ ସିଂହ ସିଦ୍ଧୁ ମଧ୍ୟ ଏହି ଭିଡିଓଟିକୁ ଟ୍ୱିଟର୍‌ରେ ରିଟ୍ୱିଟ୍‌ କରିଥିଲେ। ସିଦ୍ଧୁଙ୍କ ବ୍ୟତୀତ ‘ସମାଜବାଦୀ ପାର୍ଟି’ର ଏମ୍‌ଏଲ୍‌ଏ ରାଜେଶ୍‌ ଯାଦବ ଏବଂ କଂଗ୍ରେସ୍‌ ସେବା ଦଳ ମେମ୍ୱର ହରବିନ୍ଦର ସିଂହ ମଧ୍ୟ ଏହି ଭିଡିଓଟିକୁ ରି-ଟ୍ୱିଟ୍‌ କରିଥିଲେ।

ତେବେ ଭିଡିଓଟିକୁ ପୋଷ୍ଟ କରିବା ପୂର୍ବରୁ ଏହାକୁ କେହି ଧ୍ୟାନପୂର୍ବକ ଶୁଣିନାହାନ୍ତି। ଯେଉଁଥିରେ ମହିଳା ଜଣକ ସଫା କହିଛନ୍ତି ଯେ, ସେ ଜଣେ ଆର୍ମି ଅଫିସର୍‌ଙ୍କ ସ୍ତ୍ରୀ। ଭିଡିଓ ଆରମ୍ଭର ୨୧ ସେକେଣ୍ଡ୍‌ ସେ କହିଛନ୍ତି, ଥରେ ଚିନ୍ତା କରନ୍ତୁ ଅଭିନନ୍ଦନଙ୍କ ପରିବର ସଦସ୍ୟ ବର୍ତ୍ତମାନ କେଉଁ ଯନ୍ତ୍ରଣା ଓ ପରିସ୍ଥିତିରେ ଥିବେ। ଏହି ଭିଡିଓରେ ମହିଳା ଜଣକ କେବଳ ଅଭିନନ୍ଦନଙ୍କ ପରିବାର ସଦସ୍ୟଙ୍କ ପକ୍ଷ ନେଇ କହିଥିଲେ।

କେବଳ ଟ୍ୱିଟର୍‌ରେ ନୁହେଁ, ‘inkhabar.com’ ପୋର୍ଟାଲ୍‌ରେ ମଧ୍ୟ ଏହି ମହିଳାଙ୍କର ଫଟୋ ଦିଆଯାଇ ଅଭିନନ୍ଦନଙ୍କ ସ୍ତ୍ରୀଙ୍କର ଫଟୋଗ୍ରାଫ୍‌ ବୋଲି ଏକ ଖବର ପ୍ରକାଶ କରାଯାଇଥିଲା।

କିନ୍ତୁ ପରେ ଗୁଗୁଲ୍‌ରେ ଯାଞ୍ଚ କରିବା ପରେ ଅଭିନନ୍ଦନଙ୍କ ପତ୍ନୀ ତନଭୀ ମାରୱାହା ବୋଲି ଜଣାପଡ଼ିଥିଲା। ଅଭିନନ୍ଦଙ୍କ ପତ୍ନୀ ଭାରତୀୟ ବାୟୁ ସେନାର ପୂର୍ବତନ ସ୍ୱର୍ଡନ ଲିଡର୍‌ ଥିଲେ ବୋଲି ଜଣାପଡ଼ିଛି। ସେ ହେଲିକପ୍ଟର ପାଇଲଟ୍‌ ହିସାବରେ ଅବସର ନେଇଛନ୍ତି। ଏଥିସହ ଭିଡିଓରେ

ଭାଇରାଲ ହେଉଥିବା ମହିଳାଙ୍କ ଫଟୋ ସହ ତନଭୀଙ୍କ ଚେହେରାରେ ଆଦୌ ତାଳମେଳ ରହୁନାହିଁ। ଅପରପକ୍ଷରେ ଭାଇରାଲ ହେଉଥିବା ମହିଳା ଜଣକର ପରିଚୟ ମଧ୍ୟ ମିଳିଛି। ଟ୍ୱିଟର ଆକାଉଣ୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ,ସମ୍ପୃକ୍ତ ମହିଳା ଜଣକ ହେଉଛନ୍ତି ସିର୍ସା ରାଓ। ସେ ବର୍ତ୍ତମାନ ଆମ ଆଦମୀ ପାର୍ଟିର ସଦସ୍ୟ ଥିବା ଜଣାପଡ଼ିଛି। ତେବେ ରାଓଙ୍କ ସ୍ୱାମୀ ସେନାର ଜଣେ କୋଲୋନେଲ ଥିଲେ ବୋଲି ‘ଟାଇମ୍‌ସ ଅଫ ଇଣ୍ଡିଆ’ରେ ପ୍ରକାଶ ପାଇଛି।

 



from Odisha Reporter https://ift.tt/2NBLE7o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages