
ବଣାଇ(ରଣଜିତ୍ ଚୌଧୁରୀ): ବଣାଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ, ଜେ.ଏମ୍.ଏମ୍., ସିପିଆଇଏମ୍ ପକ୍ଷରୁ ମେଣ୍ଟ ହୋଇଥିବା ବେଳେ ଓ ବିଧାୟକ ପ୍ରାର୍ଥୀ ଭାବେ ଲକ୍ଷ୍ମଣ ମୁଣ୍ଡାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏଠାରେ ସିପିଆଇଏମ୍ର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ରଣଜିତ୍ କିଶାନଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷାଣ ହୋଇ ପାରିନାହିଁ। ତ୍ରିମୁଖୀ ଲଢାଇ ହେବାକୁ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି ଜୋର୍ ଧରିଲାଣି।

ବିଜେଡି: ବିଜେଡି ଆଶାୟୀ ପ୍ରାର୍ଥୀ ଭାବେ ୧ ନମ୍ବର ତାଲିକାରେ ଥିବା ପୂର୍ବତନ ବିଧାୟକ ଭୀମସେନ୍ ଚୌଧୁରୀଙ୍କ ଆଶା ମଉଳି ଯାଇଛି। ବିଜେଡି ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା ହୋଇଛି। ଯେଉଁଥିରେ ବଣାଇ ବିଧାୟକ ପ୍ରାର୍ଥୀ ଭାବେ ରଞ୍ଜିତ୍ କିଷାନ୍ଙ୍କ ନାମ ଘୋଷଣା କରିଛି ଦଳ। ଫଳରେ ଭୀମସେନ୍ଙ୍କ ସହ ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ପାଣ୍ଡବ ଚରଣ ମୁଣ୍ଡା, କୁନି ମୁଣ୍ଡା, ମଞ୍ଜୁଲତା କିଷାନ ପ୍ରଭୃତ୍ତିଙ୍କ ଆଶା ମଉଳି ଯାଇଛି। ତେବେ ରଞ୍ଜିତ୍ଙ୍କୁ ଜନତା କିଭଳି ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ପରେ ଜଣାପଡିବ।
ବିଜେପି: ଏଠାରୁ ବିଜେପି ଟିକେଟରେ ଲଢିବା ପାଇଁ ଅନୀଲ ବାର୍ଲା, ଯୁବନେତା ଉଗ୍ରସେନ କିଷାନ, ଲୁଥାର ଓରାମ୍, ଡେଙ୍ଗୁରା ଓରାମ୍ ଓ ସେବତୀ ନାୟକ ଆଶାୟୀ ଅଛନ୍ତି। ତେବେ ଏଠାରେ ଚର୍ଚ୍ଚା ଟିକେଟ ଅନୀଲ୍ଙ୍କୁ ହିଁ ମିଳିବ। ଏଥର ବିଜେପି ଟିକେଟରୁ ଲଢିବାକୁ ପ୍ରସ୍ତୁତ ହୋଇଥିବା ଅନୀଲ ୨୦୧୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ଭାବେ ଲଢିଥିଲେ।
ରାଜନୈତିକ ପାଣିପାଗ: ୨୦୧୪ ସାଧାରଣ ନିର୍ବାଚନରେ ସିପିଆଇଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜେଡିଠାରୁ ମାତ୍ର ୧୮୧୮ଭୋଟ ବ୍ୟାବଧାନରେ ଜିତି ବିଧାୟକ ହୋଇଥିଲେ। ଏଣୁ ସେତେବେଳ ସିପିଆଇଏମ୍ ଲକ୍ଷ୍ମଣ ମୁଣ୍ଡା, ବିଜେଡିରୁ ସ୍ଵର୍ଗତ ଦୟାନିଧି କିଷାନ, କଂଗ୍ରେସରୁ ଭୀମସେନ୍ ଚୌଧୁରୀ, ଜେଏମ୍ଏମ୍ରୁ ପାତ୍ରାସ ଏକ୍କା ଏବଂ ସ୍ଵାଧୀନ ପାର୍ଥୀ ଭାବେ ଅନୀଲ ବାର୍ଲା ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇ ପରାଜୟ ବରଣ କରିଥିଲେ। ଏଥର ସ୍ଥିତି କିନ୍ତୁ ଭିନ୍ନ। କ’ଣ ହେବ, କିଛି କହି ହେଉନାହିଁ।
from Odisha Reporter https://ift.tt/2HsE5jf
No comments:
Post a Comment