କଂଗ୍ରେସ ପାଇଁ ଥିଲା ସବୁଠାରୁ ଖରାପ ସମୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

କଂଗ୍ରେସ ପାଇଁ ଥିଲା ସବୁଠାରୁ ଖରାପ ସମୟ

୧୯୭୧ରେ ହୋଇଥିଲା ୫ମ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କେନ୍ଦ୍ରରେ ବହୁମତ ପାଇଥିଲା। “ଗରିବି ହଟାଓ” ସ୍ଲୋଗାନ ଦେଇ ୩୫୨ ସିଟ୍ ସହ କଂଗ୍ରେସ କ୍ଷମତାକୁ ଫେରିଥିଲା। ଅବଶ୍ୟ ସେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ରୋକିବା ପାଇଁ ସ୍ୱର ଉଠିଥିଲା। କିନ୍ତୁ ସେ ନିରାଶ ହୋଇନଥିଲେ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧକୁ ଧର୍ଯ୍ୟର ସହ ସାମ୍ନା କରିବା ସହ ଦୃଢ ନିଷ୍ପତ୍ତି ନେଇଥିଲେ। ଯାହାର ପରିଣାମ ସ୍ୱରୂପ  ବାଙ୍ଗ୍‌ଲାଦେଶ ମୁକ୍ତି ଲାଭ କରିଥିଲା। ଭାରତର ଏହି ସଫଳତାକୁ ସବୁ ଭାରତୀୟ ସମର୍ଥନ କରିଥିଲେ। ତେବେ ଚୀନ୍‌ ଓ  ଅମେରିକା ଏହାକୁ ବିରୋଧ  କରିଥିଲେ ।  ତତ୍କାଳୀନ ସୋଭିଏତ ସଙ୍ଘ ଓ ପୂର୍ବ ବ୍ଲକ୍‌ ଦେଶଗୁଡ଼ିକ ଛାଡ଼ି ଦେଲ ଅନ୍ୟ ରାଷ୍ଟ୍ରମାନଙ୍କ ଠାରୁ ମଧ୍ୟ କମ୍ ସମର୍ଥନ ମିଳିଥିଲା।

ତେବେ ଏହି ସମୟ ଥିଲା କଂଗ୍ରେସ ତଥା ଇନ୍ଦିରାଙ୍କ ପାଇଁ ସବୁଠାରୁ କଠିନ ସମୟ। ସେତେବେଳେ ଦେଶ ପ୍ରଚଣ୍ଡ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିଲା। ଯୁଦ୍ଧରେ ବ୍ୟୟ ହୋଇଥିବା ଅର୍ଥ ଓ ସୈନ୍ୟବଳ ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା। ବୋଝ ଉପରେ ଲଳିତାବିଡ଼ା ପରି ସେହି ସମୟରେ ଅନ୍ତର୍ଜାତୀୟ ସ୍ତରରେ ତୈଳଦରର ଅହେତୁକ ବୃଦ୍ଧି ଓ ବାଣିଜ୍ୟିକ ଉତ୍ପାଦନ ହ୍ରାସ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଏହି ସମୟରେ ୧୯୭୧ ନିର୍ବାଚନରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ଆଣିଲେ ଆଲ୍ଲାହାବାଦ ହାଇକୋର୍ଟ । ୧୯୭୫ ଜୁନ ୧୨ରେ ଏହି ନିର୍ବାଚନକୁ ଅବୈଧ ଘୋଷଣା କଲେ। ହେଲେ ଇନ୍ଦିରା ଗାନ୍ଧୀ ଇସ୍ତଫା ଦେବା ବଦଳରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଦେଲେ । ସମସ୍ତ ବିରୋଧୀଙ୍କୁ ଜେଲ୍ ପଠାଇ ଦେଲେ। ଜରୁରୀ ପରିସ୍ଥିତି ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଚାଲିଥିଲା। ଏହି ପରିସ୍ଥିତି କଂଗ୍ରେସ ପାଇଁ ପରବର୍ତ୍ତୀ ସମୟରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା।



from Odisha Reporter https://ift.tt/2VWTdIS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages