ଟିକେଟ କଟିବାର କାରଣ ଧର୍ମେନ୍ଦ୍ର ନୁହେଁ ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଟିକେଟ କଟିବାର କାରଣ ଧର୍ମେନ୍ଦ୍ର ନୁହେଁ ତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ପଶ୍ଚିମ ଓଡିଶାର ଟାଣୁଆ ବିଜେପି ନେତା ସୁବାସ ଚୌହାନ୍‌ଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ରାଜ୍ୟ ନେତୃତ୍ୱ ଚାହୁଁଥିଲା। କିନ୍ତୁ ଏଭଳି ସର୍ତ୍ତରେ ଅମଙ୍ଗ ଥିଲେ ସୁବାସ। ମୁଖ୍ୟମନ୍ତ୍ରୀଙ୍କ ସହ ଲଢିବାକୁ ତାଙ୍କ ବ୍ୟକ୍ତିତ୍ୱ ସହ ଟକ୍କର ଦେଲା ଭଳି ଜଣେ ବ୍ୟକ୍ତିଙ୍କୁ ନିର୍ବାଚନୀ ମଇଦାନରେ ଉତାରିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଆଉ ସମ୍ପୃକ୍ତ ବ୍ୟକ୍ତି କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବୋଲି ସେ କହିଥିଲେ। ଯାହା ଆଜି ସୁବାସଙ୍କ ପାଇଁ କଣ୍ଟା ହେଲା ବୋଲି ଆଲୋଚନା ହେଉଛି।

ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ପ୍ରାର୍ଥୀଙ୍କ ନାମ ଘୋଷଣା ଚାଲିଥିବା ବେଳେ ଆଶା ଆଶଙ୍କାରେ ଅନେକଙ୍କ ଭାଗ୍ୟ ଏବେ ସୁତା ଖିଅରେ ଝୁଲୁଛି କହିଲେ ଅତ୍ୟୁକ୍ତି ହେବନି। ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ବିଜେଡି ନବୀନଙ୍କ ମନଲୋଭା ଯୋଜନାକୁ ପ୍ରଦର୍ଶନ କରୁଥିବା ବେଳେ ବିଜେପି ମୋଦି ହାୱାକୁ ଭରସିଛି। ବିକାଶ ଆଉ ପରିବର୍ତ୍ତନର କଥା କହି କଂଗ୍ରେସ ହାତ ଟେକା ସମର୍ଥନ ମାଗୁଛି। ହେଲେ ପ୍ରାର୍ଥୀ ଚୟନ ବେଳେ ଦେଖାଦେଉଥିବା ଅସନ୍ତୋଷ ଏବେ ୩ ପ୍ରମୁଖ ଦଳ ପାଇଁ ଠିଆକରିଛି ଅଡୁଆ। କେତେକ ଆଶାୟୀ ଟିକେଟ ନ ପାଇ ବିରୋଧୀ ଶିବିରରେ ଶରଣାପନ୍ନ ହେଉଛନ୍ତି ତ ଆଉ କେତେକ ବିଷ ଓଗାଳୁଛନ୍ତି। କିଏ ପ୍ରତ୍ୟକ୍ଷରେ ତ କିଏ ପରୋକ୍ଷରେ ନିଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରୁଛନ୍ତି।

ଆଜି ନଗଦକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବଡ଼ ରାଜନୈତିକ ପରିବର୍ତ୍ତନର ଆଭାଷ କଥା କହିଥିବା ବେଳେ ତାଙ୍କ ଉପରକୁ ସୁବାସଙ୍କ ଟିପ୍ପଣୀ ଚର୍ଚ୍ଚାର ବିଷୟ ହୋଇଛି। ସୁବାସ ବରଗଡ଼ ଲୋକସଭା ଆସନରୁ ଟିକେଟ ଆଶାୟୀ ଥିଲେ। ଏପରିକି ସେ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲେ। ତାଙ୍କ ସପକ୍ଷରେ ଜନମତ ଯାଇ ନ ଥିଲେ ମଧ୍ୟ ସର୍ବାଧିକ ୩,୭୨,୦୦୦ ଭୋଟ ପାଇ ବିଜେପିର ମାନ ରହିଥିଲେ ସୁବାସ। ଏହା ପରେ ଦୀର୍ଘ ୫ ବର୍ଷ ଦଳ ପାଇଁ ପ୍ରଚାର ଚଳାଇଥିଲେ। କିନ୍ତୁ ପରିଶେଷରେ ତାଙ୍କୁ ନିରାଶ ହେବାକୁ ପଡିଲା ବୋଲି ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖି ପ୍ରତିବାଦ କରିଛନ୍ତି।

ମାତ୍ର ଗୋଟିଏ ଧାଡି କଥା ପାଇଁ ତାଙ୍କୁ ଆଜି ଏଭଳି ପରିଣାମ ଭୋଗ କରିବାକୁ ପଡିଲା ବୋଲି ତାଙ୍କ ଲେଖାରୁ ଜଣାପଡିଛି।

ସୂଚନାଯୋଗ୍ୟ, ବରଡ଼ଗ ଲୋକସଭା ପାଇଁ ସୁବାସଙ୍କ ଟିକେଟ କଟିଥିଲେ ମଧ୍ୟ ସେ ଏଠାରେ ହେବିୱେଟ୍‌ମାନଙ୍କ ମଧ୍ୟରେ ଗଣା ହୁଅନ୍ତି।ପୂର୍ଟିବରୁ ସେ ଟିକେଟ ପାଇବା ଲାଗି ଯୋଗ୍ୟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଧର୍ମେନ୍ଦ୍ରଙ୍କ ଉପରେ ଗୋଟିଏ ଟିପ୍ପଣୀ ତାଙ୍କୁ ଅଡୁଆରେ ପାକାଇ ଦେଲା ବୋଲି ଚର୍ଚ୍ଚା ହେଉଛି।

ତେବେ ସୁବାସ ଏଭଳି କହିବାର ଯଥାର୍ଥତା କ’ଣ, ତାହା ତର୍ଜମା କରାଯିବା କଥା। ଯେହେତୁ ନିର୍ବାଚନୀ ପୂର୍ବ ହାୱା ଧର୍ମେନ୍ଦ୍ରଙ୍କ ସପକ୍ଷରେ ବହୁଥିଲା ଏବଂ ବିଜେପି ସତ୍ତାଧାରୀ ହେଲେ ହୁଏତ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଧର୍ମେନ୍ଦ୍ର ହିଁ ମୁଖ୍ୟ ଦାବିଦାର ହେବେ ବୋଲି କୁହାଯାଉଥିଲା। ଏଣୁ ଏହାକୁ ଉପଲକ୍ଷ କରି ହୁଏତ ସୁବାସ ଏଭଳି ଟିପ୍ପଣୀ ଦେଇଥାଇ ପାରନ୍ତି ବୋଲି କୁହାଯାଇପାରେ। କିନ୍ତୁ ଏ କଥା ମଧ୍ୟ ସତ ଯେ, ଧର୍ମେନ୍ଦ୍ର ବିଜେପିର ପ୍ରମୁଖ ନେତା ତାଲିକାରେ ରହିଥିଲେ ମଧ୍ୟ କେବେ ପ୍ରତ୍ୟକ୍ଷ ନିର୍ବାଚନରେ ଲଢି ଭୋଟ ପାଇନାହାନ୍ତି। ଏଣୁ ସୁବାସ କ’ଣ ପାଇଁ ଏଭଳି ଟିପ୍ପଣୀ ଦେଇଥିଲେ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି।

ସୁବାସଙ୍କୁ ଏ ନେଇ ଯୋଗାଯୋଗ କରାଯିବାରୁ ସେ ସଂଗଠନରେ ଅଛନ୍ତି ଓ ରହି ଲୋକଙ୍କ ସେବା କରିବି ବୋଲି କହିଛନ୍ତି।



from Odisha Reporter https://ift.tt/2OqnGfC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages