ଏଥରର ହୋଲି ନିଆରା….ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ଏଥରର ହୋଲି ନିଆରା….ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପ୍ରତି ବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ ଓ ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା।

ଘର ସଜଡା ପ୍ରୟାସ ଭିତରେ ବଢିଛି କଂଗ୍ରେସ କର୍ମୀଙ୍କ ଉତ୍ସାହ। ରାଜ୍ୟ କାର୍ଯ୍ୟାଳୟରେ ଆଜି ପାଳିତ ହୋଲି ଉତ୍ସବରୁ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୋଧୁରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ହୋଲିର ମଜା ନେଇଥିଲେ। ତେବେ ଆଜିର ହୋଲି ଉତ୍ସବରେ ଅପ୍ରତ୍ୟାଶିତ ଅତିଥିଙ୍କୁ ବି ଦେଖିବାକୁ ମିଳିଥିଲା। କଂଗ୍ରେସ ସହ ନିର୍ବାଚନ ବୁଝାମଣା କରିଥିବା ସିପିଏମ୍ ନେତା ଜନାର୍ଦ୍ଦନ ପତି କଂଗ୍ରେସ ମୁଖ୍ୟାଳୟ ପହଞ୍ଚି ଦଳୀୟ କର୍ମୀଙ୍କ ସହ ହୋଲି ପାଳିଥିଲେ। ବରିଷ୍ଠ ନେତା ସୁରେଶ ରାଉତରାୟ ନିଜ ଅନ୍ଦାଜ୍‌ରେ କର୍ମୀଙ୍କ ସହ ହୋଲି ଖେଳି ଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ବଲାଙ୍ଗିର ଘରେ ହୋଲି ଉତ୍ସବର ଆୟୋଜନ କରିଥିଲେ।

ପ୍ରାର୍ଥୀ ତାଲିକା ଘୋଷଣା ଓ ଅନ୍ୟାନ୍ୟ ନିର୍ବାଚନ କାର୍ଯ୍ୟକୁ ନେଇ ବିଜେପି  ଅଫିସରେ ଗହଳିଚହଳି ନଥିଲା। ତେବେ ବ୍ୟସ୍ତତା ଭିତରରେ କର୍ମୀ, ଓ ଶୁଭେଚ୍ଛୁଙ୍କୁ  ସଦ୍ଭାବନାର ରଙ୍ଗ ଲଗାଇବାକୁ ଭୁଲି ନଥିଲେ ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ। ସମ୍ବଲପୁରସ୍ଥିତ ଘରେ ନିଜ ସମର୍ଥକଙ୍କ ସହ ହୋଲି ପାଳିଥିଲେ ସୁରେଶ। ଏପଟେ ସମ୍ବଲପୁରରେ ଥିବା ଶାଖା କାର୍ଯ୍ୟାଳୟରେ ବି ଜମି ଥିଲା ହୋଲି ଉତ୍ସବ। ବରିଷ୍ଠ ନେତା ଜୟନାରାୟଣ ମିଶ୍ର ସମର୍ଥକଙ୍କ ଗହଣରେ ହୋଲିର ମଜା ନେଇଥିଲେ। କେନ୍ଦୁଝରରେ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ମାଆ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ହୋଲିରୁ ପ୍ରଚାରର ଶୁଭ ଦେଇଛନ୍ତି। ଚାନ୍ଦବାଲି  ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଓ ବ୍ରହ୍ମପୁରରେ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ମଧ୍ୟ ସମର୍ଥକଙ୍କ ଗହଣରେ ହୋଲି ପାଳିଛନ୍ତି।

ପୁଲଓ୍ୱାମା ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏଥର ହୋଲି ପାଳି ନାହାନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିଲାଗି ଦଳୀୟ ଅଫିସ୍‌ ବି ଆଜି ଖାଁ ଖାଁ ଥିଲା। ତେବେ ଦଳର ନେତାମାନେ ନିଜ ନିଜ ଘରେ ହୋଲି ଉତ୍ସବର ଆୟୋଜନ କରିଥିଲେ। ଏଥର ହୋଲିର ନିର୍ବାଚନୀ ରଙ୍ଗ କେଉଁ ନେତାଙ୍କୁ କିଭଳି ରଙ୍ଗରେ ରଙ୍ଗାଉଛି ତାହା ଦେଖିବା କଥା।



from Odisha Reporter https://ift.tt/2U9nya0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages