
ନୂଆଦିଲ୍ଲୀ: ଦେଶରେ ବିମାନବନ୍ଦର ସଂଖ୍ଯା ବଢ଼ୁଥିବାବେଳେ ବିମାନ ଉଡ଼ାଣ ବାତିଲ ସଂଖ୍ଯା ବଢ଼ିବାରେ ଲାଗିଛି। ୨୦୧୭ ତୁଳନାରେ ୨୦୧୯ରେ ୩ ଗୁଣା ବିମାନ ଉଡ଼଼ାଣ ବାତିଲ ହୋଇଛି ବୋଲି ଡିରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ (ଡ଼ିଜିସିଏ) କହିଛି।
ଯଦି ଆଗାମୀ ଦିନରେ ଜେଟ ଏୟାରୱେଜ ବିମାନ ଅବସ୍ଥାରେ ସୁଧାର ଓ ବୋଇଙ୍ଗ ୭୩୭ ମ୍ଯାକ୍ସ ବିମାନ ଉଡ଼ାଣ ବାତିଲ ଉପରେ ନିଷ୍ପତ୍ତି ବଳବତ୍ତର ରୁହେ ତାହେଲେ ବାତିଲ ସଂଖ୍ଯା ଅଧିକ ହେବ ବୋଲି ଜଣାପଡ଼ିଛି।
ଡ଼ିଜିସିଏର ରିପୋର୍ଟ ଅନୁସାରେ ୨୦୧୭ରେ ପ୍ରତି ହଜାରେ ଉଡ଼ାଣରେ ଗୋଟିଏ ବିମାନ ବାତିଲ ହେଉଥିଲା। ୨୦୧୮ରେ ଏହା ଦୁଇଟି ଏବଂ ୨୦୧୯ରେ ମାର୍ଚ୍ଚ ମାସ ସୁଦ୍ଧା ୩ଟି ବିମାନ ବାତିଲ ହୋଇଥିବା ଜଣାପଡ଼ିଛି।
୨୦୧୭ରେ ୧.୬୮ ଲକ୍ଷ ଯାତ୍ରୀ ବିମାନ ଉଡ଼ାଣ ବାତିଲ ହେବାରୁ ପ୍ରଭାବିତ ହୋଇଥିବାବେଳେ ୨୦୧୮ରେ ଏହା ୩ ଲକ୍ଷ ୮ ହଜାର ହୋଇଛି। ତେବେ ଚଳିତ ବର୍ଷ ଆରମ୍ଭର ଦୁଇ ମାସ ମଧ୍ଯରେ ଏହି ସଂଖ୍ଯା ୧.୧୭ ଲକ୍ଷରେ ପହଞ୍ଚିଛି ବୋଲି ଡ଼ିଜିସିଏ କହିଛି।
from Odisha Reporter https://ift.tt/2FFt22N
No comments:
Post a Comment