
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀର ମୁଖ୍ୟ ତଥା ଭୁବନେଶ୍ୱରରୁ ବିଜେଡିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ନିର୍ବାଚନ ଆୟୋଗଙ୍କ ପାଖରେ ଆଜି ବିଜେପି ଫେରାଦ ହୋଇଛି।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଗତକାଲି ମାର୍ଚ୍ଚ ୨୬ ତାରିଖ ସଂଧ୍ୟାରେ ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିନା ଅନୁମତିରେ ର୍ୟାଲି ଓ ରୋଡ ଶୋ’ କରିଛନ୍ତି । ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତେ୍ୱ ସେ ଭୁବନେଶ୍ୱର ସହିଦ ନଗରଠାରେ ଖୋଲା ଜିପରେ ବୁଲି ଡ୍ରମ୍ ଓ ବ୍ୟାଣ୍ଡବାଜା ସହ ବିଜେଡି ଦଳ ପାଇଁ ପ୍ରଚାର କରିଛନ୍ତି। ଏହି ର୍ୟାଲିରେ ୧୦ଟି ଚାରିଚକିଆ ଯାନ, ୨୦୦ଟି ମୋଟର ସାଇକେଲ ସମେତ ସହ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ସଂଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ସହିଦ ନଗରରେ ବିନା ଅନୁମତିରେ ର୍ୟାଲି କରି ଶ୍ରୀ ପଟ୍ଟନାୟକ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ସଂଧ୍ୟା ୬ ଟାରୁ ୧୦ ପର୍ଯ୍ୟନ୍ତ ରୋଡ ଶୋ’ କରିବା ଯୋଗୁ ସାଧାରଣ ଲୋକ ବିଭିନ୍ନ ସମସ୍ୟା ସମ୍ମୁଖୀନ ହୋଇଛନ୍ତି ବୋଲି ଏନେଇ ବିଜେପି ପକ୍ଷରୁ ତଥ୍ୟ ପ୍ରମାଣ ମଧ୍ୟ ପ୍ରଦାନ କରାଯାଇଛିା ଶ୍ରୀ ପଟ୍ଟନାୟକ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବାରୁ ନିର୍ବାଚନ ଅଧିକାରୀ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟବ୍ରତ ନାୟକ ଏବଂ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।
from Odisha Reporter https://ift.tt/2CGtZr0
No comments:
Post a Comment