ଅଶ୍ୱିନଙ୍କୁ ସେହି ଭୁଲ ଯୋଗୁ ହାରିଲା କିଙ୍ଗସ ଇଲେଭେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଅଶ୍ୱିନଙ୍କୁ ସେହି ଭୁଲ ଯୋଗୁ ହାରିଲା କିଙ୍ଗସ ଇଲେଭେନ୍

କୋଲକାତା: କୋଲକାତା ନାଇଟ ରାଇଡର୍ସ ବୁଧବାର ତା’ର ହୋମ ଗ୍ରାଉଣ୍ଡରେ କିଙ୍ଗସ ଇଲେଭେନ ପଞ୍ଜାବକୁ ୨୮ ରନରେ ପରାସ୍ତ କରିଛି। ନୀତୀଶ ରାଣା (୬୩), ରବିନ ଉଥାପ୍ପା (୬୭*)ଙ୍କ ଅର୍ଦ୍ଧଶତକ ପରେ ଆନ୍ଦ୍ରେ ରସେଲ (୪୮)ଙ୍କ ଆଉ ଏକ ବିସ୍ଫୋରକ ଇନିଂସ ବଳରେ କୋଲକାତା ୪ ୱିକେଟରେ ୨୧୮ ରନର ବିଶାଳ ସ୍କୋର କରିଥିଲା ଏବଂ ଟିମର ବୋଲରମାନେ ଏହି ସ୍କୋରକୁ ସଫଳତାପୂର୍ବକ ଡିଫେଣ୍ଡ କରିଥିଲେ।

ତେବେ ଏହି ମ୍ୟାଚରେ ଏକ ନାଟକୀୟ ମୋଡ ଦେଖିବାକୁ ମିଳିଥିଲା। କୋଲକାତା ଇନିଂସର ୧୬.୫ ଓଭରରେ ମହମ୍ମଦ ସାମି ଘରୋଇ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରସେଲଙ୍କୁ କ୍ଲିନ ବୋଲ୍ଡ କରିଥିଲେ। କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ ସେହି ସମୟରେ ନିଜ ଟିମର ଫିଲ୍ଡ ପ୍ଲେସମେଣ୍ଟ ଉପରେ ଧ୍ୟାନ ଦେଇନଥିଲେ ଏବଂ ଏହି ବଲଟି ନୋ’ ବଲ ହୋଇଥିଲା।

କାରଣ ପଞ୍ଜାବର ତିନିଜଣ ଫିଲ୍ଡର ୩୦-ୟାର୍ଡ ଭିତରେ ଥିଲେ। ନିୟମ ଅନୁଯାୟୀ ୩୦-ୟାର୍ଡ ଭିତରେ ଅତିକମରେ ୪ଜଣ ଖେଳାଳି ରହିବା ଦରକାର। ଫଳସ୍ୱରୂପ ରସେଲଙ୍କୁ ଏକ ବଡ଼ ଜୀବନଦାନ ମିଳିଥିଲା, ଯିଏ ଏହା ପରେ କିଙ୍ଗସ ଇଲେଭେନଠାରୁ ମ୍ୟାଚ ଛଡ଼ାଇ ନେଇଥିଲେ।

ରସେଲ ମାତ୍ର ୩ ରନ୍ କରିଥିବା ବେଳେ ବୋଲ୍ଡ ହୋଇଥିଲେ। କିନ୍ତୁ ରସେଲ ଏହି ଜୀବନଦାନର ପୂରା ଫାଇଦା ଉଠାଇଥିଲେ ଏବଂ ୧୭ ବଲରେ ୩ ଚୌକା ଓ ୫ ଛକା ସହ ୪୮ ରନ କରିଥିଲେ। ରସେଲ ଉଥାପ୍ପାଙ୍କ ସହ ମିଶି ଚତୁର୍ଥ ୱିକେଟ ପାଇଁ ୬୭ ରନର ପାର୍ଟନରଶିପ କରି କୋଲକାତାକୁ ୨୧୮ ରନରେ ପହଞ୍ଚାଇଥିଲେ। କୋଲକାତା ଶେଷ ୨୪ ବଲରେ ୬୫ ରନ୍ ଯୋଡ଼ିଥିଲା।

ରସେଲ ଯଦି ସେହି ବଲରେ ଆଉଟ ହୋଇଥାନ୍ତେ, ହୁଏତ କୋଲକାତା ଏବେ ରନ କରିପାରିନଥାନ୍ତା। କେକେଆରର ବିଶାଳ ସ୍କୋର ଜବାବରେ କିଙ୍ଗସ ଇଲେଭେନ ପଞ୍ଜାବ ୨୦ ଓଭରରେ ୪ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପକ୍ଷରୁ ପୁଣିଥରେ ଲୋକେଶ ରାହୁଲ (୧) ଫେଲ ମାରିଥିବା ବେଳେ କ୍ରିସ ଗେଲ (୨୦) ଓ ସର୍ଫରାଜ ଖାନ (୧୩) ନିରାଶ କରିଥିଲେ। ମୟଙ୍କ ଅଗ୍ରୱାଲ (୫୮) ଓ ଡେଭିଡ ମିଲର ଚତୁର୍ଥ ୱିକେଟ ପାଇଁ ୭୪ ରନର ଭାଗୀଦାରୀ କରିଥିଲେ।

ମୟଙ୍କଙ୍କ ଆଉଟ ପରେ ପଞ୍ଜାବର ରନ ଗତି ହ୍ରାସ ପାଇଥିଲା ଏବଂ ଦଳ ବିଜୟଠାରୁ ୨୮ ରନ ପଛରେ ରହିଯାଇଥିଲା। ମିଲର ୪୦ ବଲରେ ୫ ଚୌକା ଓ ୩ ଛକା ସହ ୫୯ ଓ ମନଦୀପ ସିଂହ ୧୫ ବଲରେ ୪ ଚୌକା ଓ ୧ ଛକା ସହ ୩୩ ରନ୍ କରି ଅପରାଜିତ ଥିଲେ। ବୋଲିଂରେ ମଧ୍ୟ ରସେଲଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ୨୧ ରନ ଦେଇ ୨ଟି ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।



from Odisha Reporter https://ift.tt/2U6TDQB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages