ଫାଇନାଲ୍‌ ହେଲାଣି ବରୁନ୍‌-ନତାଶାଙ୍କ ୱେଡିଂ ଡେଷ୍ଟିନେସନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଫାଇନାଲ୍‌ ହେଲାଣି ବରୁନ୍‌-ନତାଶାଙ୍କ ୱେଡିଂ ଡେଷ୍ଟିନେସନ !

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ସିଜନ୍‌ ଚାଲିଥିଲା। ୨୦୧୮ରେ ଅନୁଷ୍କା-ବିରାଟ, ଦୀପିକା- ରଣବୀର ଆଦି ସେଲିବ୍ରିଟି ହାତକୁ ଦି ହାତ ହେଲେ। ଚଳିତ ବର୍ଷ ମଧ୍ୟ ବହୁ ପ୍ରେମ ପକ୍ଷୀ  ଘର ସଂସାର କରିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି। ସେମାନଙ୍କ ମଧ୍ୟରେ ଆଲିଆ-ରଣବୀର ଓ ବରୁଣ-ନତାଶା ନାଁ ସାମିଲ୍ ରହିଛି। ତେବେ ସେମାନଙ୍କ ମଧ୍ୟରୁ ବରୁନ ଧୱନ ଏବଂ ନତାଶାଙ୍କ ବିବାହ ଖୁବ୍‌ ଶୀଘ୍ର ହେବ ବୋଲି ଶୁଣାଯାଉଛି। ଏହି ଚର୍ଚ୍ଚିତ ବିବାହ ଲାଗି ମାଲଦୀପକୁ ୱେଡିଂ ଡେଷ୍ଟିନେସନ ଭାବେ ପସନ୍ଦ କରାଯାଇଛି।

ପିଲାଦିନର ବାନ୍ଧବୀ ନତାଶାଙ୍କୁ ବିବାହ କରିବେ ବରୁନ୍‌। ନତାଶାଙ୍କୁ ନେଇ ବରୁନ୍‌ କେବେବି ଖୋଲାଖୋଲି କଥା ହେଉନଥିବା ବେଳେ ଏବେ ସେ ତାଙ୍କ ସୋଶାଲ୍‌ ମିଡିଆରେ ନତାଶାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଶେୟାର କରୁଛନ୍ତି। ଗତ କିଛି ଦିନ ହେବ ବରୁନ ଏବଂ ନତାଶାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନିକଟରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକାଙ୍କ ରିସେପ୍‌ସନ୍‌ ପାର୍ଟିରେ ନତାଶାଙ୍କୁ ବରୁନଙ୍କ ବାପା ମା’ଙ୍କ ସହ ଅମ୍ବାନୀ ହାଉସ୍‌ରେ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ବରୁନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ‘ମୋ ବାପା ମା’  ମୋତେ ଛାଡି ଆଉ କାହାକୁ ଆଡପ୍ଟ କରିନେଇଛନ୍ତି’ ।

ସୂଚନା ଅନୁଯାୟୀ, ଫିଲ୍ମ ‘କଲଙ୍କ’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ବରୁନ ଧୱନଙ୍କୁ ଏକ ଦମ୍‌ଦାର ଭୂମିକାରେ ଦେଖିବାକୁ ମିଳିବ। ବରୁନଙ୍କ ବ୍ୟତୀତ ଫିଲ୍ମରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ଆଦିତ୍ୟ କପୁର ଏବଂ ଆଲିୟା ଭଟ୍ଟଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ।

 



from Odisha Reporter https://ift.tt/2HgAp3R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages