ଭାରତରେ ୬ଟି ଆଣବିକ କେନ୍ଦ୍ର ପ୍ରତିଷ୍ଠା କରିବ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଭାରତରେ ୬ଟି ଆଣବିକ କେନ୍ଦ୍ର ପ୍ରତିଷ୍ଠା କରିବ ଆମେରିକା

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ସୁରକ୍ଷା ସୁଦୃଢ଼ କରିବା ପାଇଁ ଏବଂ ବେସାମରିକ ଆଣବିକ ସହଯୋଗ ବଢ଼ାଇବା ପାଇଁ ଚୁକ୍ତି କରିଛନ୍ତି। ଏଥି ସହିତ ଆମେରିକା ଭାରତରେ ୬ଟି ଆଣବିକ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଉଭୟ ରାଷ୍ଟ୍ର ମିଳିତ ଭାବରେ ଜାରି କରିଥିବା ଏକ ବିବୃତ୍ତିରେ କୁହାଯାଇଛି।

ୱାଶିଂଟନ୍‌ଠାରେ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖ୍‌ଲେ ଏବଂ ଆମେରିକାର ଅସ୍ତ୍ର ନିୟନ୍ତ୍ରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ଉପସଚିବ ଆନ୍ଦ୍ରେ ଥମ୍ପସନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ, ସମ୍ଭବତଃ ସୁରକ୍ଷାଗତ କାରଣରୁ ଏହି ଆଣବିକ କେନ୍ଦ୍ର ବାବଦରେ ଅନ୍ୟ କିଛି ବିଶେଷ ସୂଚନା ଏହି ବିବୃତ୍ତିରେ ଉପଲବ୍ଧ ନଥିଲା। ସୂଚନାଯୋଗ୍ୟ ଯେ, ଭାରତକୁ ଆମେରିକୀୟ ଆଣବିକ ରିଆକ୍ଟର ଆଣିବା ପାଇଁ ଗତ ୧୦ ବର୍ଷ ଧରି ଆଲୋଚନା ଚାଲୁ ରହିଛି। ଭାରତୀୟ ନିୟମ ଏବଂ ଅନ୍ତର୍ଜାତୀୟ ନିୟମ ମଧ୍ୟରେ ରହିଥିବା ବିଭେଦ କାରଣରୁ ଏଥିରେ ବିଳମ୍ବ ଘଟିଛି।

୨୦୨୪ ସୁଦ୍ଧା ଭାରତ ଆଣବିକ କ୍ଷମତା ବହୁଗୁଣିତ କରିବାକୁ ଚାହୁଁଛି। ଗତ ଅକ୍ଟୋବରରେ ରୁଷିଆ ସହିତ ମଧ୍ୟ ଆଣବିକ ଚୁକ୍ତି କରାଯାଇଛି, ଯାହା ଅଧୀନରେ ରୁଷିଆ ଭାରତରେ ୬ଟି ଆଣବିକ କେନ୍ଦ୍ର ସ୍ଥାପନ କରିବାର ଅଛି।



from Odisha Reporter https://ift.tt/2Uxkv89

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages