ଥୋପ ଗିଳୁନାହାନ୍ତି ଅନନ୍ତ ଜେନା, ଦ୍ଵନ୍ଦ୍ଵରେ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଥୋପ ଗିଳୁନାହାନ୍ତି ଅନନ୍ତ ଜେନା, ଦ୍ଵନ୍ଦ୍ଵରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନ ଏବଂ ୩ ବିଧାନସଭା ଆସନକୁ ପୁଣିଥରେ ନିଜ କବଜାରେ ରଖିବାକୁ ବିଜେଡି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଦଳୀୟ ଟିକେଟ୍ ପାଇଁ ଚାପ ପକାଉଥିବାରୁ ବିଜେଡି ପକ୍ଷରୁ ତାଙ୍କୁ ଆଜି ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ ଦଳର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ।

ପୂର୍ବତନ ମେୟର ଶ୍ରୀ ଜେନା ଭୁବନେଶ୍ୱରରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଲବି କରୁଥିଲେ। କିନ୍ତୁ ତାଙ୍କ ବିରୋଧରେ ସେକ୍ସ ସିଡିକୁ ବିରୋଧୀ ଦଳ ପ୍ରସଙ୍ଗ କରିବାର ଆଶଙ୍କା କରି ବିଜେଡି ତାଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ବିଡିଏ ଅଧ୍ୟକ୍ଷ ଭାବେ ଥଇଥାନ କରିଥିଲା। କିନ୍ତୁ ଶ୍ରୀ ଜେନା ଏହି ନିଯୁକ୍ତିକୁ ବିରୋଧ କରି ଏପର୍ଯ୍ୟନ୍ତ ସେହି ଦାୟିତ୍ୱ ଗ୍ରହଣ କରିନାହାନ୍ତି। ତେବେ ଇତିମଧ୍ୟରେ ସେ ଅନ୍ୟ ଦଳରୁ ଟିକେଟ୍ ନେବା ପାଇଁ ପ୍ରୟାସ କରୁଥିବାର ସୂଚନା ମିଳିବା ପରେ ବିଜେଡି ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀକୁ ପଦୋନ୍ନତି ଦେଇଛି। ଏହାସହିତ ସେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ ପୂର୍ବଭଳି କେନ୍ଦୁଝର ଜିଲ୍ଲା ପଟଣା ବିଧାନସଭା ପାଇଁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ।

ସୂଚନା ଅନୁସାରେ, ଶ୍ରୀ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲେ ମଧ୍ୟ ସେ ଏହି ପଦବୀକୁ ଏପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। ଶ୍ରୀ ଜେନାଙ୍କ ହାତରେ ଭୁବନେଶ୍ୱରର ବିଶାଳ ବସ୍ତି ଭୋଟ୍ ଥିବାରୁ ବିଜେଡି ଦ୍ୱନ୍ଦ୍ୱରେ ପଡ଼ିଛି। ତେଣୁ ଶ୍ରୀ ଜେନାଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଶ୍ରୀ ଜେନା ଏବେ ଅନ୍ୟ ଦଳ ସହ ଯୋଗସୂତ୍ରରେ ରହି ବିଧାନସଭା ଟିକେଟ୍ ହାତେଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ତେଣେ ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ତରାଇଙ୍କ ଉପରୁ ନିଲମ୍ବନ ଆଦେଶକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିନେଇଛନ୍ତି।



from Odisha Reporter https://ift.tt/2Jg4Nxc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages