ତିଆରି ହେଲା ଏୟାର ଷ୍ଟ୍ରାଇକ୍‌ ଓ ମୋଦିଙ୍କ ଫଟୋ ଥିବା ଶାଢ଼ୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ତିଆରି ହେଲା ଏୟାର ଷ୍ଟ୍ରାଇକ୍‌ ଓ ମୋଦିଙ୍କ ଫଟୋ ଥିବା ଶାଢ଼ୀ

ନୂଆଦିଲ୍ଲୀ: ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ୨୬ ଜାନୁଆରୀରେ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ବାଲାକୋଟର ଜୈସ୍‌-ଇ-ମହମ୍ମଦ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥିଲା। ଏଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ। ମିରାଜ୍‌-୨୦୦୦ ଯୁଦ୍ଧ ବିମାନ ଯୋଗେ ଏହି ଆକ୍ରମଣ କରାଯାଇଥିଲା।

ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା। ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ସୁରଟରେ ଜଣେ ଶାଢ଼ୀ ବ୍ୟବସାୟୀ ଏକ ଶାଢ଼ୀ ତିଆରି କରିଛନ୍ତି।
ବ୍ୟବସାୟୀ ଜଣକ ହେଉଛନ୍ତି ବିନୋଦ କୁମାର ସୁରାଣା। ଯିଏ କେବଳ ୪ ଘଣ୍ଟା ମଧ୍ୟରେ ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ଏକ ଶାଢ଼ୀ ପ୍ରିଣ୍ଟ୍‌ କରିଛନ୍ତି। ୬ ମିଟରର ଏହି ଶାଢ଼ୀରେ ଏୟାର୍‌ ଷ୍ଟ୍ରାଇକ୍‌ ବିଷୟରେ କୁହାଯାଇଛି।
ପ୍ରିଣ୍ଟ୍‌ ହୋଇଥିବା ଶାଢ଼ୀରେ ଭାରତୀୟ ବାୟୁ ସେନାର ଯବାନ ଓ ଷ୍ଟ୍ରାଇକ୍‌ରେ ବ୍ୟବହାର ହୋଇଥିବା ଯୁଦ୍ଧ ବିମାନ ମିରାଜ୍-୨୦୦୦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ରହିଛି।

ଏହି ଶାଢ଼ୀ ତିଆରିର ଖବର ଶୁଣିବା ପରେ ଏହାକୁ କିଣିବା ପାଇଁ ଲୋକଙ୍କର ଲମ୍ୱା ଲାଇନ୍‌ ଦେଖିବାକୁ ମିଳିଛି। ଏହାକୁ ନେଇ ବ୍ୟବସାୟୀ ବିନୋଦ କହିଛନ୍ତି, “ସାଧାରଣତଃ ଗୋଟିଏ ଶାଢ଼ୀ ତିଆରି କରିବା ପାଇଁ ୭ ଦିନ ଲାଗିଥାଏ। କିନ୍ତୁ ଏହି ଶାଢ଼ିକୁ କେବଳ ୪ ଘଣ୍ଟାରେ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶାଢ଼ୀ ପାଇଁ ୨୦୦୦ ଅର୍ଡର ଆସିଲାଣି।“

ଏହି ଶାଢ଼ୀର ଏଇ ଭିଡିଓ ସୋଶାଲ ମିଡିଆରେ ଅପଲୋଡ୍‌ ହୋଇଛି, ଯେଉଁଥିରେ ଶାଢ଼ୀ ବିଷୟରେ କୁହାଯାଇଛି। ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି।


ତେବେ ଫ୍ୟାଶନ୍‌ ଦୃଷ୍ଟିକୋଣରୁ ଦେଖିରେ ଶାଢ଼ୀଟି ବହୁତ ସୁନ୍ଦର ଭାବରେ ଡିଜାଇନ୍‌ କରାଯାଇଛି। ଏଥିପାଇଁ ଏହାକୁ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ବଢ଼ିବାରେ ଲାଗିଛି।



from Odisha Reporter https://ift.tt/2UmsDs3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages