ଅନୁପ୍ରବେଶ: ଆସାମ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଅନୁପ୍ରବେଶ: ଆସାମ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅନୁପ୍ରବେଶ ଏବଂ ଦେଶାନ୍ତରଣ ପ୍ରସଙ୍ଗରେ ଆସାମ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ସର୍ବୋଚ୍ଚ କୋର୍ଟ କହିଛନ୍ତି, ଏହି ରାଜ୍ୟ ବେଆଇନ ଅନୁପ୍ରବେଶ ପରି ଗୁରୁତର ପ୍ରସଙ୍ଗକୁ ହାଲକା ଭାବରେ ନେଉଛି। ସୁପ୍ରିମ୍‌କୋର୍ଟ କହିଛନ୍ତି, “ବହୁତ ହେଇଗଲା, ଏହି ପ୍ରସଙ୍ଗ ଏକ ମଜାରେ ପରିଣତ ହୋଇଯାଇଛି।”

ଶୁଣାଣି ସମୟରେ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ, ବିଦେଶୀମାନେ କୁଆନେ ଗଲେ? ଫରେନର୍ ଟ୍ରିବ୍ୟୁନାଲ କାମ କରୁଛି କି ନାହିଁ? ରାଜ୍ୟର ଆଇନ ବ୍ରବସ୍ଥା ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ କାମ କରୁଛି। ଏଥିସହିତ ସୁପ୍ରିମ୍‌କୋର୍ଟ ଆସାମ ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ ମେ’ ମାସ ୨୭ ତାରିଖ ଯାଏ ସମୟ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ କହିଥିଲେ, “ଏହି ପ୍ରସଙ୍ଗରେ ଆପଣଙ୍କୁ ତଥ୍ୟ ଦେବାପାଇଁ କେହି ଅଧିକାରୀ ଉପସ୍ଥିତ ନରହିବାରୁ ସ୍ପଷ୍ଟ ଆସାମ ସରକାର ଏହି ପ୍ରସଙ୍ଗକୁ କେତେ ଗୁରୁତର ସହିତ ବିଚାର କରୁଛନ୍ତି। ଶୁଣାଣି ସମୟରେ ଉପସ୍ଥିତ ଅଧିକାରୀ ଆସାମର ଡିଟେନ୍‌ସନ୍‌ ସେଣ୍ଟରରେ ସତ୍ୟପାଠ ଦାଖଲ କରନ୍ତି।”

ନିଜେ ସୁପ୍ରିମ୍‌କୋର୍ଟ ୨୦୦୫ ମସିହାରେ ଦେଇଥିବା ରାୟକୁ ମନେ ପକାଇ କହିଥିଲେ, ୨୦୦୫ ମସିହାରେ ଦିଆଯାଇଥିବା ରାୟରେ ସ୍ପଷ୍ଟ କୁହାଯାଇଥିଲା ଯେ ବାହ୍ୟ ଉଗ୍ରବାଦ କାରଣରୁ ଆସାମରେ ସମସ୍ୟା ବଢ଼ିବାରେ ଲାଗିଛି। ଆମ ଜାଣିବାକୁ ଚାହୁଁଛୁ ଯେ ଏହି ସମୟରେ ବାହ୍ୟ ଉଗ୍ରବାଦର ମୁକାବିଲା ପାଇଁ ଉଭୟ ଆସାମ ସରକାର ଏବଂ ଭାରତ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି।

କୋର୍ଟ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି, ଟ୍ରିବ୍ୟୁନାଲ କେତେ ଜଣଙ୍କୁ ବିଦେଶୀ ଘୋଷଣା କରିଛି, ଡିଟେନ୍‌ସନ୍‌ ସେଣ୍ଟରରେ କେତେଜଣଙ୍କୁ ଡିଟେନ୍‌ସନ୍‌ କରାଯାଇଛି ଏବଂ କେତେଜଣଙ୍କୁ ତାଙ୍କ ଦେଶକୁ ପଠାଯାଇଛି ଆସାମ ସରକାରଙ୍କୁ ଜଣାଇବାକୁ ହେବ।

ଏହାର ଉତ୍ତରରେ ଆସାମ ସରକାର କହିଥିଲେ, ଗତ ୧୦ ବର୍ଷରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିଦେଶୀ ଘୋଷଣା କରାଯାଇଛି। ୬ଟି ଡିଟେନ୍‌ସନ୍‌ କେନ୍ଦ୍ରରେ ୯୦୦ ଜଣ ଅନୁପ୍ରବେଶକାରୀଙ୍କୁ ରଖାଯାଇଛି।



from Odisha Reporter https://ift.tt/2TBFVou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages