‘ନବୀନଙ୍କ ନାଲି ଆଖିକୁ ଡରିବି ନାହିଁ, ଜେଲ୍‌ରେ ରହି ବି ଜିତିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

‘ନବୀନଙ୍କ ନାଲି ଆଖିକୁ ଡରିବି ନାହିଁ, ଜେଲ୍‌ରେ ରହି ବି ଜିତିବି’

pitambar1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ଦାଏର ହୋଇଛି।  ନିର୍ବାଚନ ପାଇଁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବିଶ୍ୱନାଥ ବେହେରା ଏହି ଏତଲା ଦେଇଛନ୍ତି। ପୀତାମ୍ବର ଜଣେ କର୍ତ୍ତବ୍ୟରତ ପୁଲିସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ସେ ଏହି ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ପୀତାମ୍ବର ଆଚାର୍ଯ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ଦୁଇ ଜଣ ତାଙ୍କୁ ହଇରାଣ କରୁଥିବା ସେ କହିଛନ୍ତି।

ପୀତାମ୍ବର କହିଛନ୍ତି,“ମୋ ପ୍ରଚାରକୁ ବନ୍ଦ କରିବା ପାଇଁ ଯଦି ମୋ ନାଁରେ ଅପରାଧିକ ମାମଲା କରନ୍ତି, ମୁଁ ସ୍ୱାଗତ କରିବି। ଜେଲ୍‌ରୁ ରହି ଜିତିବି। ନବୀନ ବାବୁ ମୋତେ ପୁଲିସ୍‌ର ନାଲି ଆଖି ଦେଖାଇ କେବେ ଚପାଇ ପାରିବେ ନାହିଁ।”

ସେ କହିଛନ୍ତି ଯେ ତାଙ୍କୁ ହିଞ୍ଜିଳିରେ ପୁଲିସ୍‌ ପ୍ରଶାସନ ଦଳର କର୍ମକର୍ତ୍ତାଙ୍କ ସହ ଭେଟିବାକୁ ଦେଉନି। ତାଙ୍କ ପ୍ରଚାରଙ୍କୁ ବନ୍ଦ କରିବା ପାଇଁ ଏପରି କରାଯାଉଛି। ମାମଲା ଡର ଦେଖାଇ ତାଙ୍କୁ କେହି ଅଟକାଇ ପାରିବେନି।

ନିକଟରେ ହିଞ୍ଜିଳି ନିକଟସ୍ଥ ପିତ୍ତଳ ଛକରେ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ପୀତାମ୍ବରଙ୍କ ଗାଡ଼ିକୁ ଅଟକାଇଥିଲା। ତେବେ ତାଙ୍କ ଗାଡ଼ିକୁ କାହିଁକି ଅଟକାଯାଉଛି ବୋଲି ପୀତାମ୍ବର ସେମାନଙ୍କୁ ପ୍ରଶ୍ନ କରିଥିଲେ। ଏହା ପରେ ପୀତାମ୍ବର ଓ ଉପସ୍ଥିତ ପୁଲିସ୍‌ ଅଧିକାରୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ତା’ସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ସହିତ ବି ପୀତାମ୍ବରଙ୍କର ଯୁକ୍ତିତର୍କ ପରିସ୍ଥିତି ସୃଷ୍ଟି ହୋଇଥିଲା।

 

 



from Odisha Reporter https://ift.tt/2V3Epbe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages