ଆପଣଙ୍କ ବଗିଚାରେ ଥିବା ଗଛ ମରିଯାଉଛି କି? ଏହି ସବୁ ଗଛ ଲଗାଇଲେ ବର୍ଷସାରା ଫୁଟିବ ଫୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଆପଣଙ୍କ ବଗିଚାରେ ଥିବା ଗଛ ମରିଯାଉଛି କି? ଏହି ସବୁ ଗଛ ଲଗାଇଲେ ବର୍ଷସାରା ଫୁଟିବ ଫୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଲୋକ ଫୁଲ ଗଛ ଲଗାଇବାକୁ ଖୁବ୍‌ ଭଲ ପାଆନ୍ତି। ସେଥିପାଇଁ ବାଲ୍‌କୋନି ହେଉ କିମ୍ବା ଛାତ ଉପରେ ଅଥବା ଘର ଅଗଣାରେ ଫୁଲଗଛ ଲଗାନ୍ତି। ଫୁଲ ଗଛ ଚତୁପାର୍ଶ୍ୱରେ  କିଛି ସମୟ ବିତାଇଲେ ମନକୁ ଶାନ୍ତି ମିଳେ। ହେଲେ ଗଛ ଲଗାଇବା ଯେତିକି କଷ୍ଟ ନୁହେଁ, ଗଛର ଯତ୍ନ ନେବା ତାଠୁ ଅଧିକ କଷ୍ଟକର।

ଖରାଦିନେ ଗଛଗୁଡିକ ପାଇଁ ଟିକେ ଯତ୍ନଶୀଳ ହେବାକୁ ପଡେ। ଯଦି ବ୍ୟସ୍ତ ବହୁଳ ଜୀବନ ଭିତରେ ଆପଣଙ୍କୁ ଗଛର ଯତ୍ନ ନେବାକୁ ସମୟ ମିଳୁନାହିଁ ତେବେ ଆପଣ ଖରା ଦିନେ ଏମିତି କିଛି ଗଛ ଲଗାଇ ପାରିବେ ଯେଉଁ ଗଛ ପାଇଁ ଆପଣଙ୍କୁ କମ୍‌ ସମୟ ଦେବାକୁ ପଡିବ।

ତେବେ ପଢ଼ନ୍ତୁ ଖରାଦିନେ ବଗିଚାରେ କେଉଁ ସବୁ ଗଛ ଲଗାଇ ବଗିଚାକୁ ସୁନ୍ଦର କରିବେ।

ସଦାବିହାରୀ ଗଛ

ଏହି ଗଛକୁ ଲଗାଇବାର ଫାଇଦା ହେଉଛି ଏହି ଗଛରେ କମ୍‌ ପାଣି ଦେଲେ ମଧ୍ୟ ଗଛ ଛାଉଁଳିପଡେନି। ଏହି ଗଛ ସାର ମଧ୍ୟ ଏତେ ଆବଶ୍ୟକ କରିନ ଥାଏ। ତେଣୁ ଏହାକୁ ଆପଣ ଯେଉଁଠି ଚାହିଁଲେ ଲଗାଇ ପାରିବେ।

କାଗଜ ଫୁଲ ଗଛ

ଏହି ଗଛ ପ୍ରାୟ ସମସ୍ତଙ୍କ ବଗିଚାରେ ରହିଥାଏ। ଯେତେ ଖରା ହେଲେ ମଧ୍ୟ ଏହି ଗଛ ମରିନଥାଏ। ତେଣୁ ଏହି ଗଛକୁ ଆପଣ ବଗିଚା କିମ୍ବା ଛାତ ଉପରେ ବା ଫୁଲ କୁଣ୍ଡରେ ଲଗାଇପାରିବେ। ଏହି ଗଛ ଅନେକ ରଙ୍ଗର ମଧ୍ୟ ମିଳିଥାଏ। ତେଣୁ ଆପଣ ବଜାରରୁ ଏହି ଗଛର ଯେ କୌଣସି ରଙ୍ଗର ଫୁଲ ଗଛ ଆଣି କୁଣ୍ଡରେ ଲଗାଇ ପାରିବେ।

ମନ୍ଦାର ଗଛ

ମନ୍ଦାର ଫୁଲ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ତେଣୁ ଆପଣ ଛାତ ଉପରେ ଏହି ଗଛ ଲଗାଇଲେ ବର୍ଷ ତମାମ ଏହି ଗଛରେ ଫୁଲ ଫୁଟିଥାଏ। ଏହି ଗଛକୁ ଯଦି ଆପଣ ୨ ଦିନ ପାଣି ନ ଦେଉଛନ୍ତି ତାହାଲେ ଏହି ଗଛ ମାରିବ ନାହିଁ। ବଜାରରେ ମଧ୍ୟ ବିଭିନ୍ନ ରଙ୍ଗର ଫୁଲ ଆପଣଙ୍କୁ ମିଳିଯିବ। ଏହାକୁ ଆପଣ ବଗିଚାରେ ଲଗାଇଲେ ଏହା ଆପଣଙ୍କ ବଗିଚାକୁ ଏକ ଅଲଗା ରୂପ ଦେବ।

ଟଗର ଗଛ

ଟଗର ଗଛ ଯେ କୌଣସି ସ୍ଥାନରେ ବଢ଼ିଥାଏ। ଏବଂ ଏହି ଫୁଲ ସବୁ ମାସରେ ମଧ୍ୟ ଫୁଟିଥାଏ। ପ୍ରାୟ ସମସ୍ତଙ୍କ ବାଡ଼ିରେ ଏହି ଗଛ ରହିଥାଏ। ତେଣୁ ଆପଣ ଏହି ଗଛ କୁଣ୍ଡରେ ଲଗାଇଲେ ଏହା ଆପଣଙ୍କୁ ବର୍ଷ ତମାମ ଫୁଲ ଦେବ। ଖରାଦିନେ ମଧ୍ୟ ଏହି ଗଛ ମରିବନାହିଁ।

ଅସୋକ ଫୁଲ ଗଛ

ଏହି ଗଛ ମଧ୍ୟ ସହଜରେ ମରିନଥାଏ। ତେଣୁ ଆପଣ ଏହାକୁ ଆପଣଙ୍କ ବଗିଚା ବା ଛାତ ଉପରେ ସବୁଦିନ ରଖିପାରିବେ। ଏହି ଗଛ ମଧ୍ୟ ଅନେକ ରଙ୍ଗ ଏବଂ ଆକାରର ରହିଛି। ଏହି ଗଛକୁ ଖରାଦିନେ ମଧ୍ୟ ପାଣି ନଦେଲେ ଏହା ଦୁଇ ଦିନ ଯାଏ ରହିଥାଏ।

ମଲ୍ଲୀ ଗଛ

ଏହି ଗଛ ସବୁ ଦିନେ ଫୁଲ ଦେଇ ନଥାଏ। ସତ କିନ୍ତୁ ଯେତେବେଳେ ଏଥିରେ ଫୁଲ ହୁଏ ଏହାର ବାସ୍ନା ଚାରିଆଡେ ମହକିଥାଏ। ଏହି ଗଛ ଟାଣ ହୋଇଥିବାରୁ ଖରାଦିନେ ଏହାର ପତ୍ର ଝଡ଼ିଗଲା ପରେ ମଧ୍ୟ ପୁଣି ବର୍ଷା ଦିନେ ଏହାର ପତ୍ର ହୋଇ ଫୁଲ ହୁଏ।

ପ୍ରାୟତଃ ଏହି ଫୁଲ ଖରାଦିନେ ଅଧିକା ଫୁଟିଥାଏ। କିନ୍ତୁ ଏବେ ବଜାରରେ ମିଳୁଥିବା ମଲ୍ଲୀ ଗଛରେ ସବୁଦିନ ଫୁଲ ଫୁଟୁଥିବା ଦେଖିବାକୁ ମିଳୁଛି। ତେଣୁ ଏହି ଗଛ ମଧ୍ୟ ଆପଣ ଆଣି ବଗିଚାରେ ଲଗାନ୍ତୁ। ଏହାର ଅଧିକା ଯତ୍ନ ନ ନେଲେ ମଧ୍ୟ ଏହା ମରିବ ନାହିଁ।



from Odisha Reporter https://ift.tt/2OyilTR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages