ଅଭିନନ୍ଦନ ଫେରିଲେ ଏମିତି କିଛି କରିବାକୁ ଯୋଜନା କରିଛନ୍ତି ଅନୁପ ଜଲୋଟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଅଭିନନ୍ଦନ ଫେରିଲେ ଏମିତି କିଛି କରିବାକୁ ଯୋଜନା କରିଛନ୍ତି ଅନୁପ ଜଲୋଟା !

ମୁମ୍ୱାଇ: ଭାରତ ଫେରି ଆସୁଛନ୍ତି ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭର୍ତମାନ୍‌। ଏଥିପାଇଁ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଛି। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନଙ୍କୁ ଫେରାଇ ଦେବେ ବୋଲି ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ବଲିଉଡ୍‌ ସେଲିବ୍ରିଟିମାନେ ଟ୍ୱିଟର୍‌ ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ନିଜ ପ୍ରତିକ୍ରିୟାରେ ଭଜନ ସମ୍ରାଟ୍‌ ଅନୁପ ଜଲୋଟା ଟ୍ୱିଟ୍‌ କରି କହିଛନ୍ତି, ଅଭିନନ୍ଦନ ଫେରିଲେ ସେ ତାଙ୍କୁ ଏକ ନିଆରା ଉପହାର ଦେବାକୁ ଚାହୁଁଛନ୍ତି।

ଆହୁରି ମଧ୍ୟ ଏହି ଖବରରେ ଖୁସି ହୋଇ ସେ ଲେଖିଛନ୍ତି, “ମତେ ଦୃଢ଼ ବିଶ୍ୱାସ ରହିଛି ଯେ ଆମ ଦେଶର ବୀର ଅଭିନନ୍ଦନ ସକୁଶଳେ  ଭାରତ ଫେରିବେ। ଫେରିବା ପରେ ମୁଁ ଅଭିନନ୍ଦନଙ୍କ ଅନୁମତି ନେଇ ମୁମ୍ୱାଇରେ ଭଜନ ଗାୟକଙ୍କ ସହିତ ଏକ ସଙ୍ଗୀତ ସମାରୋହର ଆୟୋଜନ କରିବାକୁ ଚାହୁଁଛି। ଯଦି ଏହା ସମ୍ଭବ ହୋଇପାରିବ ତେବେ ମୋ ଜୀବନକୁ ସାର୍ଥକତା ମିଳିବ। ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବି।”

ଏହି କଥା ଭଜନ ସମ୍ରାଟ୍‌ ନିଜ ପକ୍ଷରୁ ଘୋଷଣା କରିଛନ୍ତି। ଅଭିନନ୍ଦନଙ୍କ ପ୍ରତି ଏପରି ସମ୍ମାନ ଦେଖି ଅନୁପ ଜଲୋଟାଙ୍କର ଟ୍ୱିଟ୍‌କୁ ସୋଶାଲ ମିଡିଆରେ ଭାଇରାଲ୍‌ କରାଯାଉଛି। ସେହିପରି କେବଳ ଅନୁପ ଜଲୋଟା ନୁହଁନ୍ତି, ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଟ୍ୱିଟର୍‌ରେ ଏପରି କିଛି ଲେଖିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ପ୍ରୀତି ଲେଖିଛନ୍ତି, “ଆମେରିକାବାସୀ ଏହି କଥାକୁ ନେଉ ଚିନ୍ତିତ ଅଛନ୍ତି ଯେ, ରୁଷ୍‌ର ୬୫ ବର୍ଷ ପୁରୁଣା ମିଗ୍‌-୨୧ ବିମାନ ଆମେରିକାରେ ତିଆରି ହୋଇଥିବା ଏଫ୍‌-୧୬ ବିମାନକୁ ଭାରତ-ପାକ୍‌ ସୀମାରେ କିପରି ତଳେ ପକାଇଲା? ଏଥିରୁ ପାଇଲଟ୍‌ ଟ୍ରେନିଙ୍ଗ୍‌ ବିଷୟରେ ଜଣାପଡ଼ିଥାଏ। କୌଣସି ପ୍ଲେନ୍‌ ସେତେବେଳେ ବେଷ୍ଟ୍‌ ହୋଇଥାଏ ଯେବେ ଏଥିରେ ବେଷ୍ଟ୍‌ ପାଇଲଟ୍‌ ରହିଥାନ୍ତି।”



from Odisha Reporter https://ift.tt/2IYa8t5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages