ପ୍ରଭୁ ଶ୍ରୀକୃଷ୍ଣଙ୍କ ପିତା-ମାତାଙ୍କର ଏମିତି ଘଟିଥିଲା ମୃତ୍ୟୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ପ୍ରଭୁ ଶ୍ରୀକୃଷ୍ଣଙ୍କ ପିତା-ମାତାଙ୍କର ଏମିତି ଘଟିଥିଲା ମୃତ୍ୟୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ପୁରାଣରେ ମହାଭାରତର କାହାଣୀ ବେଶ ମହତ୍ୱ ରଖେ। ମହାଭାରତ ହେଉଛି ଏକ ଜ୍ଞାନର ଉତ୍ସ। ରୋଚକ ଓ ରହସ୍ୟମୟୀର କାହାଣୀ ହେଉଛି ଏହି ମହାଭାରତ। କୁହାଯାଏ ମହାଭାରତ ହେଉଛି ନ୍ୟାୟର ଯୁଦ୍ଧ। ଏହି ଲଢ଼େଇ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ନଥିଲା। ବରଂ ଧର୍ମ-ଅଧର୍ମର ମହାସମର ଥିଲା। ମହାଭାରତ ଯୁଦ୍ଧରେ ଧର୍ମର ସଂସ୍ଥାପନ ପାଇଁ  ନିଜେ ପ୍ରଭୁ ଶ୍ରୀକୃଷ୍ଣ ସାରଥୀ ସାଜିଥିବା ସ୍ବୀକାର ମଧ୍ୟ କରିଛନ୍ତି। ହେଲେ ତମାମ ଲଢେଇରେ ଶ୍ରୀକୃଷ୍ଣ କେବେ ଅସ୍ତ୍ର ଉଠାଇ ନଥିଲେ। ତଥାପି ଯୁଦ୍ଧର ପରିଣାମ ତାଙ୍କୁ ଅଧିକ ଭୋଗିବାକୁ ପଡ଼ିଛି। ପୁତ୍ର ବିୟୋଗରେ ଗାନ୍ଧାରୀ ତାଙ୍କୁ ଅଭିଶାପ ଦେଇଥିଲେ।  ଯାହାର ଫଳସୂରୂପ ଯଦୁ ବଂଶର ବିଲୋପ ହୋଇଥିଲା। ବେଳେବେଳେ ମନରେ ପ୍ରଶ୍ନ ଆସେ, କୁରୁକ୍ଷେତ୍ର ଯୁଦ୍ଧକୁ ଯିବା ପରେ ଶ୍ରୀକୃଷ୍ଣଙ୍କ ମାତାପିତାଙ୍କ ପରସ୍ଥିତି କ’ଣ ହୋଇଥିଲା।

ମହାଭାରତ ଯୁଦ୍ଧ ପରେ ପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ଗାନ୍ଧାରୀଙ୍କୁ ଭେଟିଥିଲେ, ସେତେବେଳେ କୌରବ ଭାଇଙ୍କ ମୃତ୍ୟୁ ଖବର ତାଙ୍କୁ ଦେଇଥିଲେ। ପୁତ୍ରଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ବିଳାପ କରିଥିଲେ ଗାନ୍ଧାରୀ। ରାଗ ଏବଂ କ୍ରୋଧରେ ଜଳି ଯାଇଥିଲେ। ଆଉ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇ କହିଥିଲେ- ‘ଆପଣ ତ ଭଗବାନ। ଆପଣଙ୍କୁ ସବୁକିଛି ଜଣା। ପରିଣାମ ଭୟଙ୍କର ହେବା ପୂର୍ବରୁ ଆପଣ ଏହାକୁ ରୋକିବା ପାଇଁ ପ୍ରୟାସ କଲେନି କାହିଁକି।”

କାନ୍ଦ ବୋବାଳି କରି ଚିତ୍କାର କରିଥିଲେ ଗାନ୍ଧାରୀ । କହିଥିଲେ, ମୋ କୋଳ ବିନାଶ ହୋଇଗଲା। ତେଣୁ ଆପଣଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡ଼ିବ। ଆପଣଙ୍କ ବଂଶ ମଧ୍ୟ ଠିକ୍‌ ମୋ ପରି ବିନାଶ ହେବ। ଆପଣଙ୍କ ବଂଶର ସବୁ ଭାଇ ନିଜନିଜ ଭିତରେ କଳି ଝଗଡ଼ା ଲାଗି ମରିବେ। ଗାନ୍ଧାରୀଙ୍କ ଅଭିଶାପ ଶୁଣି ଶ୍ରୀକୃଷ୍ଣ ମୃଦୁ ହସ ଦେଲେ। ଆଉ ଜଣେ ଦୁଃଖୀ ମା’ର ଅଭିଶାପକୁ ସ୍ୱୀକାର କରିନେଲେ। ସେ ଜାଣିଥିଲେ ବର୍ତ୍ତମାନ ପୁତ୍ରମୋହରେ ଗାନ୍ଧାରୀ ପାଗଳ ହୋଇଯାଇଛନ୍ତି। ଏବେ ସେ କିଛି ବୁଝିପାରବେ ନାହିଁ। ବହୁ ବର୍ଷ ପରେ ଗାନ୍ଧାରୀଙ୍କ ଅଭିଶାପର ପ୍ରଭାବ ପଡ଼ିଥିଲା। ଆଉ ଯଦୁ ବଂଶ ସମୂଳେ ଧ୍ୱଂସ ହୋଇଗଲା।

ଆଉଏକ ଘଟଣାକ୍ରମରେ ଜଣେ ହରିଣ ଶିକାରୀ ତୀରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶରୀରରେ ବିଷ ଚରିଯାଇଥିଲା।  ଯାହାର ପରିଣାମ ସ୍ବରୂପ ଶ୍ରୀକୃଷ୍ଣଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ବାସ୍ତବରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂର୍ବ ଜନ୍ମର କର୍ମଫଳ ଭୋଗିବାକୁ ପଡ଼ିଥିଲା। ଯେତେବେଳେ କି ଶ୍ରୀରାମ ରୂପରେ ବାଳିଙ୍କୁ ପ୍ରତାରଣା କରି ସେ ହତ୍ୟା କରିଥିଲେ। ଅନ୍ୟପଟେ ଯେତେବେଳେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଖବର, ତାଙ୍କ ବାପା ବସୁଦେବଙ୍କ ପାଖରେ ପହଞ୍ଚିଲା, ସେ ପୁତ୍ର ବିୟୋଗ ଦୁଃଖକୁ ସମ୍ବରଣ କରିପାରି ନଥିଲେ। ପୁତ୍ରକୁ ଝୁରି ଝୁରି ବସୁଦେବଙ୍କର ମୃତ୍ୟୁ ଘଟିଥିଲା। ଆଉ ସ୍ୱାମୀଙ୍କ ମୃତ୍ୟୁରେ ପତ୍ନୀ ଦେବକୀ ମଧ୍ୟ ବିଚଳିତ ହୋଇପଡ଼ିଥିଲେ। ତାଙ୍କ କଥା ଭାବି ଭାବି ଶେଷରେ ଦେବକୀ ମଧ୍ୟ ଦେହତ୍ୟାଗ କରିଥିଲେ।



from Odisha Reporter https://ift.tt/2UcFdds

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages