ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ, ଗାଡ଼ି ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ, ଗାଡ଼ି ଭଙ୍ଗାରୁଜା

bjd

ଚାନ୍ଦବାଲି (ବାସୁଦେବ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପୂର୍ବରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ବିଜେଡିର ଏକ ଅସନ୍ତୁଷ୍ଟ ଗୋଷ୍ଠୀ ୩୦୦ରୁ ଅଧିକ ଗାଡ଼ି ଧରି ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଶୋଭାଯାତ୍ରା କରି ଯାଉଥିଲା। ତେବେ ଏହି ସବୁ ଗାଡ଼ି ଗୁଡ଼ିକରେ ଯେଉଁ ସବୁ ବ୍ୟାନର ଲାଗିଥିଲା, ସେଥିରେ ଲେଖାଥିଲା- ‘ବ୍ୟୋମକେଶ ହଟାଅ, ଚାନ୍ଦବାଲି ବଞ୍ଚାଅ’। ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା ଓ ତାଙ୍କ ନିବେଦନ କରି ‘ବ୍ୟୋମକେଶ ହଟାଅ, ଚାନ୍ଦବାଲି ବଞ୍ଚାଅ’ ବୋଲି ଲେଖାଯାଇଥିଲା। ତେବେ ପୁଲିସ୍ ବିଭିନ୍ନ ସ୍ଥାନରେ ଗାଡ଼ିଗୁଡ଼ିକୁ ଅଟକାଇ ଏହି ବ୍ୟାନ୍‌ର ଗୁଡ଼ିକୁ ଖୋଲି ଦେଇଥିବା ଏହି ଗୋଷ୍ଠୀର କର୍ମୀମାନେ କହିଛନ୍ତି।

gadiଭଦ୍ରକ-ଚାନ୍ଦବାଲି ରାସ୍ତାର ଶଗଡ଼ିଆ ନିକଟରେ ଏହି ଗୋଷ୍ଠୀର ଗାଡ଼ି ପହଞ୍ଚିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସମର୍ଥକମାନେ ସେମାନଙ୍କୁ ଅଟକାଇଥିଲେ ଓ ଗାଡ଼ିରେ ବିଧାୟକଙ୍କ ବ୍ୟାନର କାହିଁକି ଲାଗି ନାହିଁ ବୋଲି ପଚାରି ଥିଲେ। ଅଭିଯୋଗ ଅନୁଯାୟୀ, ବିଧାୟକଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଗୋଷ୍ଠୀର କର୍ମୀଙ୍କୁ ଗାଡ଼ିରୁ ଓହ୍ଲାଇ ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ସେମାନେ ୪ରୁ ଅଧିକ ଗାଡ଼ିକୁ ପିଟି ଭାଙ୍ଗି ପକାଇଥିଲେ। ଏହି ସମୟରେ ତିନି ଜଣ ମହିଳା ଆହତ ବି ହୋଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସମ୍ଭାଳି ନେଇଥିଲା।

78ଏ ଘଟଣା ପରେ ଅସନ୍ତୁଷ୍ଟ ଗୋଷ୍ଠୀର କର୍ମୀ ଓ ନେତାଙ୍କୁ ପୁଲିସ୍ ଆଉ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ ଛାଡ଼ି ନଥିଲା। ଫଳରେ ସେମାନେ ଅସନ୍ତୋଷ ଜାହିର କରିଥିଲେ ଓ ଏଥିରେ ହସ୍ତକ୍ଷେପ କରିବା ପାଇଁ ଭଦ୍ରକ-ଚାନ୍ଦବାଲି ରାସ୍ତାର ଦିଗଛିଆ ଛକରେ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଗାଡ଼ିକୁ ଅଧଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ।

ଏ ଘଟଣା ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ସେମାନେ (ଅସନ୍ତୁଷ୍ଟ ଗୋଷ୍ଠୀ) ବିଜେପି ସହିତ ମିଶି ଏ ପ୍ରକାର କାର୍ଯ୍ୟ କରୁଛନ୍ତି। କାହାକୁ ମାଡ଼ ମରାଯାଇଥିବା ଖବର ତାଙ୍କ ପାଖରେ ନାହିଁ। ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିନାହିଁ।



from Odisha Reporter https://ift.tt/2NCkVYi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages