ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ଦୁର୍ଘଟଣା: ଚାଲିଗଲା ଆଉ ଜଣେ ଯବାନଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ପୁଲିସ୍‌ ଭ୍ୟାନ୍‌-ଟ୍ରକ୍‌ ଦୁର୍ଘଟଣା: ଚାଲିଗଲା ଆଉ ଜଣେ ଯବାନଙ୍କ ଜୀବନ

policevan

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଗତ ଶୁକ୍ରବାର ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟଣାରେ ଆଉ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଘଟଣା ଦିନ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ଓଏସ୍‌ଏପିର ଏହି ମୃତ ଯବାନଙ୍କ ନା ବିପ୍ରବ ସାହୁ। ତାଙ୍କ ଘର ଗଜପତି ଜିଲ୍ଲାରେ।

ଘଟଣା ଦିନ ଶଙ୍କର ପ୍ରସାଦ ପନ୍ତ ଓ ପ୍ରଶାନ୍ତ ବେହେରାଙ୍କ ମୃତ୍ୟୁ ଘଟିଥିଲା।

ଗତ ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍‌ଏଚ୍‌-୪୯ରେ ଏହି ଦୁର୍ଘଟଣା ଘଟିଥିଲା। ଏତେ ଜୋରରେ ଧକ୍କା ହୋଇଥିଲା ଯେ ପୁଲିସ୍ ଭ୍ୟାନ୍‌ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଥିଲା।

ଭ୍ୟାନ୍‌ରେ ପ୍ରାୟ ୪୦ ଜଣ ପୁଲିସ୍ କର୍ମଚାରୀ ଥିଲେ। ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନ୍‌ର ଏହି ଯବାନମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନେ ଝାରସୁଗୁଡ଼ାରୁ ବନହରପାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ଘଟଣା ଘଟିବା ଦିନ ମୁଖ୍ୟମନ୍ତ୍ରୀ ମୃତ ଦୁଇ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ସହିତ ସେମାନଙ୍କ ପରିବାରର ଜଣେ ଲେଖାଏଙ୍କୁ ଚାକିରି ଦେବାକୁ ଘୋଷଣା କରିଥିଲେ। ଏହା ସହିତ ଆହତମାନଙ୍କର ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2TeT0Ug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages