ଏକା ପାରିଲାନି, ମିଳାଇଲା ହାତ: କ୍ଷମତାକୁ ଆସିଲା ଉପା ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଏକା ପାରିଲାନି, ମିଳାଇଲା ହାତ: କ୍ଷମତାକୁ ଆସିଲା ଉପା ସରକାର

ନୂଆଦିଲ୍ଲୀ:ବିଜେପି ନେତୃତ୍ୱ ଏନ୍‌ଡିଏ ସରକାରଙ୍କ ଦ୍ୱାରା ତ୍ରୟୋଦଶ ଲୋକସଭା ତାର ୫ବର୍ଷ ଅବଧି ପୂରଣ କରିପାରିଥିଲା।୨୦୦୪ରେ ଘୋଷଣା ହୋଇଥିଲା ଚତୁର୍ଦ୍ଦଶ ଲୋକସଭା ନିର୍ବାଚନ। ଏପ୍ରିଲ ୨୦ରୁ ମେ ୧୦ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ।

ବିଜେପି ନେତୃତ୍ୱାଧୀନ ସରକାର  ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପାଇଥିବା ସଫଳତା ଏହି ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ  କରିବ ବୋଲି ସମସ୍ତଙ୍କର ଧାରଣା ଥିଲା। ୫ବର୍ଷ ମଧ୍ୟରେ ବିଜେପି ସରକାରର ଫିଲ ଗୁଡ୍‌ ଫ୍ୟାକ୍ଟ ଏବଂ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ‘ଇଣ୍ଡିଆ ସାଇନିଂ’ ଭୋଟ ବାକ୍ସକୁ ହେଭି କରିବ ବୋଲି ଦଳ ଆଶା କରିଥିଲା । ତେଣୁ ଚତୁଦ୍କର୍ସଦ୍ଭାଦଶ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇ କ୍ଷମତାକୁ ଆସିବ ଏମିତି ଏକ ଧାରଣ ସମସ୍ତଙ୍କ ମନରେ ଥିଲା । ଏପରି ଭାବିବା ବି ଯଥାର୍ଥ ଥିଲା। କାରଣ ବିଜେପି ଶାସନ ସମୟରେ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ବିକାଶ ପରିଲକ୍ଷିତ ହୋଇଥିଲା। ଭାରତର ବିଦେଶୀ ମୁଦ୍ରାଭଣ୍ଡାରରେ ୧୦୦ ବିଲିୟନ ଡଲାର ଗଚ୍ଛିତ ଥିଲା। ଏହା ବ୍ୟତୀତ ବିଜେପି ନେତୃତ୍ୱଧୀନ ସରକାର ସମୟରେ ନିଯୁକ୍ତି ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥିଲା।

୯୦ ଦଶକରେ ହୋଇଥିବା ସମସ୍ତ ଲୋକସଭା ନିର୍ବାଚନଠାରୁ ଏହି ନିର୍ବାଚନ ଭିନ୍ନ ଥିଲା। କାରଣ ଏହି ନିର୍ବାଚନରେ ଯୁଦ୍ଧ ଖାଲି ଦୁଇ ଦଳ ମଧ୍ୟରେ ଲାଗି ନ ଥିଲା। ବରଂ ଦୁଇ ବରିଷ୍ଠ ରାଜନେତା ସୋନିଆ ଗାନ୍ଧି ଏବଂ ବାଜପେୟୀଙ୍କ ମଧ୍ୟରେ ହୋଇଥିଲା।

ଗୋଟିଏ ପଟେ ଥିଲେ ବିଜେପି ଓ ତାର ସହଯୋଗୀ ଦଳ ଏବଂ ଅନ୍ୟପଟେ ଥିଲେ କଂଗ୍ରେସ ଓ ତାର ସହଯୋଗୀ ଦଳ। ଏହି ନିର୍ବାଚନରେ ଏନଡିଏର ଏକ ମୁଖ୍ୟ ଦଳ  ବିଜେପି କେତେକ ଆଞ୍ଚଳିକ ଦଳ ଯେମିତି ଆନ୍ଧ୍ରର ତେଲଗୁ ଦେଶମ୍‌ ପାର୍ଟି, ତାମିଲନାଡୁର ଏଆଇଏଡିଏମ୍‌କେ ସହ ଆସନ ବୁଝାମଣା କରିଥିଲା।

ନିର୍ବାଚନ ପୂର୍ବରୁ କଂଗ୍ରେସ ଜାତୀୟ ସ୍ତରରେ ବିରୋଧୀଙ୍କ ସହ ମେଣ୍ଟ କରିବାକୁ ଚାହୁଁଥିଲା। ହେଲେ ବୁଝାମଣା ଅଭାବରୁ ତାହା ସମ୍ପର୍ଣ୍ଣ ସଫଳ ହୋଇ ପାରିଲା ନାହିଁ। ଅବଶ୍ୟ ଅନେକ ରାଜ୍ୟରେ କଂଗ୍ରେସ ଓ ଆଞ୍ଚଳିକ ଦଳ ମଧ୍ୟରେ ରାଜ୍ୟସ୍ତରୀୟ ମେଣ୍ଟ ହୋଇଥିଲା। ସେ ଯାହାହେଉ, ପ୍ରଥମ ଥର ପାଇଁ କଂଗ୍ରେସ ଲୋକସଭା ନିର୍ବାଚନ ସହଯୋଗୀ ଦଳ ସହ ମିଶି  ଲଢିଥିଲା।

ପଶ୍ଚିମବଙ୍ଗ, ତ୍ରିପୁରା, କେରଳ ପରି ରାଜ୍ୟ ଯେଉଁଠାରେ ବାମପନ୍ଥୀ ଦଳ ଯଥା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କସିଷ୍ଟ )ର ଦବ୍‌ଦବା ରହିଥିଲା ସେଠାରେ ଦଳ ଏକାକୀ ଲଢି ବିଜେପି ଓ କଂଗ୍ରେସର ମୁକାବିଲା କରିଥିଲା। ପଞ୍ଜାବ ଓ ଆନ୍ଧ୍ର ପରି କେତକ ରାଜ୍ୟରେ କଂଗ୍ରେସ ସହ ଆସନ ବୁଝାମଣା କରିଥିଲା। ହେଲେ ତାମିଲନାଡୁରେ ଡିଏମ୍‌କେ ନେତୃତ୍ୱାଧୀନ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଲଏନ୍ସ ସହ ମେଣ୍ଟ କରିଥିଲା। କିନ୍ତୁ ଉତ୍ତରପ୍ରଦେଶର ଦୁଇ ଆଞ୍ଚଳିକ ଦଳ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି କୌଣସି ଦଳ ସହ ମେଣ୍ଟ କରି ନ ଥିଲା।

ପ୍ରାକ୍‌- ନିର୍ବାଚନୀ ସର୍ଭେରେ ବିଜେପିକୁ ବହୁମତ ମିଳିବ ବୋଲି ଅନୁମାନ କରାଯାଇଥିଲା। ଏକ୍‌ଜିଟ ପୁଲ ଝୁଲା ସରକାରର ଅନୁମାନ କରିଥିଲା। ସାଧାରଣରେ ଏପରି ବିଶ୍ୱାସ କରାଯାଉଥିଲା ଯେ, ବିଜେପି ଶେଷ ସମୟରେ ହୃଦବୋଧ କରିଥିଲା ଯେ,   ଜନମତ ସମ୍ପୂର୍ଣ୍ଣ ଭାବେ ଦଳ ସପକ୍ଷରେ ନାହିଁ  । ତେଣୁ  ଇଣ୍ଡିଆ ସାଇନିଂରୁ ଦଳ ନିଜ ଧ୍ୟାନ ହଟାଇ ନେଇଥିଲା। ଅନ୍ୟପକ୍ଷେ କଂଗ୍ରେସ ବହୁ ସଂଖ୍ୟକ ଗରିବ, ଗ୍ରାମୀଣ ଏବଂ ନିମ୍ନ ବର୍ଗର ଲୋକଙ୍କ ସମର୍ଥନ ହାସଲ କରିପାରିଥିଲା ଯେଉଁମାନେ କି ପୂର୍ବ ସରକାରଙ୍କ ଅର୍ଥନୈତିକି ବିକାଶ ସହ ଜଡିତ ନ ଥିଲେ। ଫଳରେ ବହୁସଂଖ୍ୟକ ମଧ୍ୟବିତ୍ତ ଭୋଟରଙ୍କ ସମର୍ଥନ ହାସଲ କରି କଂଗ୍ରେସ ପୁଣି କ୍ଷମତାକୁ ଫେରିଲା।

ସେହିବର୍ଷ ମେ ୧୩ ତାରିଖ ବିଜେପି ସରକାର ପରାଜୟ ସ୍ୱୀକାର କଲା ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ୫୪୩ ସିଟ୍‌ରୁ ୩୩୫ ସିଟ ହାସଲ କରି ସରକାର ଗଠନ କଲା। ପରେ ଏହି ମେଣ୍ଟ ୟୁନାଇଟେଡ ପ୍ରୋଗ୍ରେସିଭ ଆଲଏନ୍ସ ବା ଉପା ସରକାର ନାମରେ ପରିଚିତ ହେଲା।

ପରବର୍ତ୍ତୀ ସରକାରକୁ ନେଇ ଅଙ୍କକଷା ଚାଲିଥିଲାବେଳେ ସୋନିଆ ଗାନ୍ଧୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଘୋଷଣା କଲେ ଯେ ସେ ପ୍ରଧାନମନ୍ତ୍ରୀ ହେବେ ନାହିଁ।  ସେ ପୂର୍ବତନ ଅର୍ଥ ମନ୍ତ୍ରୀ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ କରାଇଥିଲେ। ଏଠି କହି ରଖିବୁ, ୧୯୯୦ରେ ମନମୋହନ ସିଂ କଂଗ୍ରେସ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଅଧୀନରେ କାମ କରିଥିଲେ। ସେତେବେଳେ ଦେଶ ଏକ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ମନମୋହନ ସିଂଙ୍କ ଉଦାରୀକରଣ ନୀତି ଅର୍ଥନୀତିକୁ ସଜାଡି ଦେଇଥିଲା।



from Odisha Reporter https://ift.tt/2CwqJOT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages