ଅଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏମିତି କରନ୍ତୁ ସହାୟତା, ବଞ୍ଚିଯିବ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଅଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏମିତି କରନ୍ତୁ ସହାୟତା, ବଞ୍ଚିଯିବ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ମାସ ଆରମ୍ଭରୁ ତାତି ବଢ଼ିବାରେ ଲାଗିଲାଣି । ଆଗକୁ ଆହୁରି ତାତି ବଢ଼ିବ। ଏପରି ସ୍ଥିତିରେ ଅଂଶୁଘାତ ହେବାର ଅନେକ ଆଶଙ୍କା ରହିଛି। ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ। ଯେତେବେଳେ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ବା ୧୦୫.୧ ଡିଗ୍ରୀ ଫାରେନାଇଟ୍ରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ।

ଲକ୍ଷଣ: ସାଧାରଣତ ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ତ୍ଵଚା ଶୁଖିଯାଏ ଓ ଶରୀର ତାତିଯିବା ସହ ଲାଲ୍ ପଡ଼ିଯାଏ। ଏଥିସହ ଶ୍ଵାସକ୍ରିୟାର ବେଗ ବଢିଯିବା, ରୋଗୀ ଚେତା ଶୂନ୍ୟ ହୋଇଯିବା, ତଣ୍ଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହ ହାତ ଘୋଳାବିନ୍ଦ ହେବା ସହ ବାନ୍ତି ଓ ଦୁର୍ବଳ ଲାଗିବା ପରି ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ଆମର ହୃତ୍‌ସ୍ପନ୍ଦନ ମଧ୍ୟ କମିଯାଏ। ତେଣୁ ଅନେକ ଲୋକଙ୍କର ଏହି ଅବସ୍ଥାରେ ହୃତ୍‌ଘାତ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ଜୀବନ କିପରି ରକ୍ଷା କରିହେବ।

୧) ପ୍ରଥମେ ଅଂଶୁଘାତରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ। ଏସି ରୁମ୍‌କୁ ନେଇଯିବା ଭଲ। ଯଦି ଏହି ସୁବିଧା ନ ଥାଏ ତେବେ ଛାଇ ସ୍ଥାନରେ ରଖନ୍ତୁ।

୨) ରୋଗୀକୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି, ଲେମ୍ବୁ–ଲୁଣ ସରବତ ତୋରାଣି, କାଞ୍ଜି ପାଣି, ପଇଡ ପାଣି ଏବଂ ଓ.ଆର.ଏସ୍ ପାଣି ପିଇବାକୁ ଦିଅନ୍ତୁ।

୩) ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡାରେ ଦେହକୁ ବାରମ୍ବାର ପୋଛନ୍ତୁ । ରୋଗୀକୁ ଥଣ୍ଡା ପାଣିରେ ଗାଧୋଇ ଦେଇପାରିବେ। ଉତ୍ତମ ରକ୍ତ ସଞ୍ଚାଳନପାଇଁ ରୋଗୀର ଚର୍ମକୁ ସମାଜ୍ କରନ୍ତୁ ।

୪) ରୋଗୀ ଚେତାଶୁନ୍ୟ ହୋଇଥିଲେ, ତା’ ପାଟିରେ କୌଣସି ଜିନିଷ ପୁରାଇ ରଖନ୍ତୁ ନାହିଁ। ପାଟି ଖୋଲିବା ପାଇଁ କିଛି ପୁରାଉଥିଲେ, ସଙ୍ଗେ ସଙ୍ଗେ ବାହାର କରି ଆଣିବା ଦରକାର।

୫) ଆଚେତ ଅବସ୍ଥାରେ ରୋଗୀ ଥିଲେ ତାଙ୍କୁ ପାଣି ପିଆନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।

ଅଂଶୁଘାତ ସତର୍କତା

୧) ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି, ଯଥାସମ୍ଭବ ସୂର୍ଯ୍ୟ କିରଣରୁ ନିଜକୁ ଦୂରେଇ ରଖିବା। ବାହାରକୁ ଯିବା ପୂର୍ବରୁ ଫିକା ରଙ୍ଗର, ସୂତା ଏବଂ ଢ଼ିଲା ପୋଷାକ ପିନ୍ଧନ୍ତୁ। ଏହା ବ୍ୟତୀତ ମୁଣ୍ଡରେ ଟୋପି ଲଗାଇବା ସହ ଛତା ବ୍ୟବହାର କରନ୍ତୁ।

୨) ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଦିନକୁ ୧୨ ଗ୍ଲାସ୍ ପାଣି ପିଇବା ଉଚିତ୍। ପ୍ରଚୁର ପାଣି ପିଇବା ସହିତ ପଇଡ଼ ପାଣି ଓ ଜଳୀୟ ଅଂଶ ଥିବା ଫଳମୂଳ ଖାଆନ୍ତୁ।

୩) ଯେତେ ଦୂର ସମ୍ଭବ ପୂର୍ବାହ୍ନ 10ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାକୁ ନ ଯିବାକୁ ଚେଷ୍ଟା କରନ୍ତୁ। ଯଦି ବାହାରେ କିଛି କାମ ଥାଏ ତେବେ ସକାଳ ବେଳା ବା ଅତ୍ୟଥିକ ଖରା ହେବା ଆଗରୁ ବାହାରି ଯିବା ଭଲ।

୪) ମନେ ରଖନ୍ତୁ ଯଦି ଅଧଘଣ୍ଟାରୁ ଅଧିକ ସମୟ ଏସି ରୁମ୍‌ରେ ବସିଛନ୍ତି ତେବେ କେବେ ହେଲେ ଏସିରୁ ବାହାରି ହଠାତ୍‌ ଖରାକୁ ଯିବେ ନାହିଁ। ବାହାରକୁ ଯିବା ପୂର୍ବରୁ ଏସିକୁ ବନ୍ଦ କରି ଶରୀରର ତାପମାତ୍ରାକୁ ଅଧିକ କରିଦେବା ଭଲ। ଫଳରେ ଖରାକୁ ବାହାରିଲେ ଏହା ବାହାରର ତାପମାତ୍ରା ସହ ଖାପ ଖୁଆଇ ପାରିବ।

 

 



from Odisha Reporter https://ift.tt/2WjkLIs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages