ସରିନି ପ୍ରାର୍ଥୀ ଘୋଷଣା: ପଢ଼ନ୍ତୁ, ଆଉ କାହାର କେତେ ଆସନ ବାକି ରହିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ସରିନି ପ୍ରାର୍ଥୀ ଘୋଷଣା: ପଢ଼ନ୍ତୁ, ଆଉ କାହାର କେତେ ଆସନ ବାକି ରହିଲା

election1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଚାଲିଛି। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟର ତିନି ପ୍ରମୁଖ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି।

ବର୍ତ୍ତମାନ ସୁଦ୍ଧା ବିଜେଡ଼ି ୧୧୯ଟି ବିଧାନସଭା ଓ ୧୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆହୁରି ୩ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନି। ଦଳ ୨୧ଟି ଲୋକସଭା ଆସନରୁ କଟକ, ଢେଙ୍କାନାଳ ଓ କେନ୍ଦୁଝର ପାଇଁ ପ୍ରାର୍ଥୀ ଘୋଷଣା କରିନି।

ବିଜେପି ୧୭ଟି ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆନନ୍ଦପୁର ବିଧାନସଭା ଆସନରୁ ଦଳ ଭାଗିରଥୀ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ତେଣୁ ଏହି ଆସନ ପାଇଁ ଦଳକୁ ପୁଣି ଥରେ ପ୍ରାର୍ଥୀ ଘୋଷଣା କରିବାକୁ ପଡ଼ିବ। ଏହା ବାଦ୍ ଦଳ ଆଉ ୧୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ସେହିପରି ଭଦ୍ରକ, ଜଗତସିଂହପୁର, ଯାଜପୁର ଓ ମୟୁରଭଞ୍ଜ ଲୋକସଭା ଆସନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିବ।

କଂଗ୍ରେସ ତିନିଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ଅଛି। ୨୧ଟି ଲୋକସଭା ଆସନରୁ ଦଳ ୧୯ଟିରେ ଲଢ଼ିବ। ଆସ୍କା ଓ ଭୁବନେଶ୍ୱର ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବନି। ଏହି ଦୁଇ ଆସନରୁ ଯଥାକ୍ରମେ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଓ ସିପିଆଇ (ଏମ୍‌) ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢ଼ିବେ।

କଂଗ୍ରେସ ୧୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ ୩୬ ଟି ଆସନ ପାଇଁ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ।

 



from Odisha Reporter https://ift.tt/2YCSgaW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages