ଏକାଧିକ ନେତାଙ୍କୁ ହରାଇଥିଲା କଂଗ୍ରେସ, ବିଗିଡ଼ିଗଲା ସ୍ଥିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଏକାଧିକ ନେତାଙ୍କୁ ହରାଇଥିଲା କଂଗ୍ରେସ, ବିଗିଡ଼ିଗଲା ସ୍ଥିତି

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ସ୍ୱାଧୀନ ଭାରତର ତୃତୀୟ ଲୋକସଭା ନିର୍ବାଚନ ହୁଏ ୧୯୬୨ରେ। ୧୯୬୨ରୁ ୬୬ ଖାଲି କଂଗ୍ରେସ ପାଇଁ ଖରାପ ସମୟ ନ ଥିଲା ଦେଶ ପାଇଁ ମଧ୍ୟ ଥିଲା ଖରାପ ସମୟ। ଏହା ପୂର୍ବରୁ ଦୁଇ ଦୁଇ ଥର ନେହରୁ ପ୍ରଧାନମନ୍ତ୍ରୀ ହେବା ପରେ ସ୍ୱାଧୀନ ଭାରତର ସ୍ୱରୂପ ସୁଧାରୁ ଥାଆନ୍ତି। ଦେଶ ଏକ ଉତ୍ତମ ସ୍ଥିତିକୁ ଆସୁଥାଏ। ଯାହାର ଶ୍ରେୟ କଂଗ୍ରେସ ଦଳକୁ ଯାଉଥାଏ।

କଂଗ୍ରେସ ଦଳର ଅନ୍ୟ ଦଳୀୟ ନେତାମାନେ ମଧ୍ୟ ବିକାଶ କ୍ଷେତ୍ରରେ ଦେଶକୁ ଏକ ନୂଆ ଦିଗନ୍ତକୁ ନେଇ ଯାଉଥିବା କଥା କହି ପ୍ରିୟଭାଜନ ହୋଇଥାନ୍ତି। ଆଉ ଏଇ ସମୟରେ ସରକାର ଆରମ୍ଭ କରନ୍ତି ପଞ୍ଚ ବାର୍ଷିକ ଯୋଜନା। ପ୍ରାକୃତିକ ସମ୍ପଦକୁ ଉତ୍ତମ ରୂପେ ବ୍ୟବହାର କରି ଦେଶର ପାଣ୍ଠି ସୁଦୃଢ ପାଇଁ ବ୍ୟବସ୍ଥା ହୁଏ। ବିଜ୍ଞାନ, ବିବିଧ ଉଦ୍ୟୋଗ, ଦୂର ସଞ୍ଚାର ଆଦି କ୍ଷେତ୍ରକୁ ଗୁରୁତ୍ୱ ଦେଉଥାଏ ନେହରୁ ସରକାର।

ବିକାଶଶୀଳ ଦେଶ ଭାବେ ଧୀରେ ଧୀରେ ସୁଦୃଢ ହେଉଥିବା ଭାରତରେ ପ୍ରସ୍ତୁତି ଆରମ୍ଭ ହୁଏ ୩ୟ ଲୋକସଭା ନିର୍ବାଚନ ଲାଗି। ୧୯୬୨ରେ ଗଠିତ ହୁଏ ୩ୟ ଲୋକସଭା। ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି ପଣ୍ଡିତ ନେହରୁ । ଏହି ସମୟରେ ଭାରତ-ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥାଏ।  ପାକିସ୍ତାନ ସହ ସମ୍ପର୍କ ଠିକ୍‌ଠାକ୍‌ ଥିଲେ ବି ୧୯୫୬-୫୭ରେ ରାଜମାର୍ଗ ଗଠନ ଆରମ୍ଭ ହୋଇଥାଏ। ଚୀନ୍‌-ଭାରତ ଯୁଦ୍ଧ ଲାଗି ସରକାର ଚିନ୍ତିତ ଥାଆନ୍ତି। ଏହି ସମୟରେ ତତ୍କାଳୀନ ରକ୍ଷାମନ୍ତ୍ରୀ କୃଷ୍ଣ ମେନନ୍‌ଙ୍କୁ ବରଖାସ୍ତ କରିବା ତଥା ଆମେରିକାଠାରୁ ସୈନ୍ୟ ସହାୟତା ପାଇଁ ଚାପ ପଡ଼େ ନେହରୁଙ୍କ ଉପରେ। ତାଙ୍କ ଶରୀର ବିଗିଡିଯାଏ। ଅନିଚ୍ଛା ସତ୍ୱେ ୧୯୬୩ରେ କାଶ୍ମୀରରେ ଦିନ କାଟିବାକୁ ପଡେ ତାଙ୍କୁ।  ୧୯୬୪ ମେ ୨୭ରେ ପରଲୋକ ଗମନ କରନ୍ତି ପଣ୍ଡିତ୍‌ ନେହରୁ।

ଚୀନ୍‌ ଭାରତ ଉପରେ ଆକ୍ରମଣ କରେ। ଗୁଲଜାରିଲାଲ୍‌ ନନ୍ଦା ପ୍ରଧାନମନ୍ତ୍ରୀ ନେହରୁଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳନ୍ତି। ସାମୟିକ ଭାବେ ଏକ ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପୂର୍ବରୁ ସେ ଦାୟିତ୍ୱ ନିଅନ୍ତି ମାତ୍ର ୧୩ ଦିନ ପାଇଁ । ସମସ୍ତଙ୍କ ପ୍ରିୟ ଲାଲ୍‌ବାହାଦୁର ଶାସ୍ତ୍ରୀ ହୁଅନ୍ତି ଦେଶର ୨ୟ ପ୍ରଧାନମନ୍ତ୍ରୀ। ତାଙ୍କର ନିରଳସ ବ୍ୟକ୍ତିତ୍ୱ ଲାଗି ସେ ଦଳରେ ହୁଅନ୍ତି ପ୍ରିୟଭାଜନ। ଭାରତ-ପାକ୍‌ ସମ୍ପର୍କ ତିକ୍ତ ହେଉଥିବା ଦେଖି ଶାନ୍ତି ପ୍ରସ୍ତାବ ସ୍ୱାକ୍ଷର ପାଇଁ ତାସ୍‌କେଣ୍ଟ ଯାଇଥିଲେ। ୧୯୬୬ ଜାନୁଆରୀ ୧୦ରେ ତାସକେଣ୍ଟ ଚୁକ୍ତି ସ୍ୱାକ୍ଷର ପରେ ଅତର୍କିତ ଭାବେ ତାଙ୍କୁ ହତ୍ୟା କରାଯାଏ। ଗୁଲଜାରୀଲାଲ୍‌ ପୁଣି ହୁଅନ୍ତି କାମଚଳା ପ୍ରଧାନମନ୍ତ୍ରୀ।

ଶାସ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ନେହେରୁ ନନ୍ଦିନୀ ଇନ୍ଦିରାଙ୍କ ପାଳି ପଡ଼େ ପ୍ରଧାନମନ୍ତ୍ରୀ ହେବା ପାଇଁ। ୧୯୬୬ରେ ବା ୩ୟ ଲୋକସଭା କାର୍ଯ୍ୟକାଳ ଶେଷ ବର୍ଷରେ କଂଗ୍ରେସ ଅଧ୍ୟକ୍ଷ କେ.କାମରାଜଙ୍କ ପ୍ରରୋଚନାରେ ପ୍ରଧାନମନ୍ତ୍ରୀ ହୁଅନ୍ତି ଇନ୍ଦିରା ।

ପ୍ରମୁଖ କଂଗ୍ରେସ ନେତା ମୋରାର ଜୀ ଦିଶାଇଙ୍କ ଦୃଢ ବିରୋଧ ସତ୍ୱେ ୧୯୬୬ ଜାନୁୟାରୀ ୨୪ରେ ଗାଦିସୀନ ହୁଅନ୍ତି ଇନ୍ଦିରା। କଂଗ୍ରେସ ପାଇଁ ଆରମ୍ଭ ହୁଏ ସବୁଠାରୁ ଖରାପ ସମୟ।  ଦେଶର ଆର୍ଥକ ସ୍ଥିତି ବିଗୁଡୁଥିବା ସହ ଯୁଦ୍ଧ ପରିସ୍ଥିତି ଉପୁଜେ। ଶ୍ରମିକ ଅଶାନ୍ତି, ଅକାଳ ମରୁଡି ଭଳି ପରିସ୍ଥିତିରେ ଦେଶ ସନ୍ତୁଳି ହେଉଥାଏ । ଆଉ ଏମିତି ପରିସ୍ଥିତିରେ ସରିଯାଏ ୩ୟ ଲୋକସଭାର କାର୍ଯ୍ୟକାଳ।



from Odisha Reporter https://ift.tt/2TJAgvU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages