ଗୁଗୁଲରେ ସର୍ବାଧିକ ଏହି ବିଷୟରେ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଗୁଗୁଲରେ ସର୍ବାଧିକ ଏହି ବିଷୟରେ ସର୍ଚ୍ଚ କରୁଛନ୍ତି ପାକିସ୍ତାନୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବୃୟାରୀ ୧୪ ତାରିଖର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଗଲେ। ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ କରିଥିବା ସ୍ୱୀକାର କରିଥିଲା। ଏହାପରେ ଫେବୃୟାରୀ ୨୬ ତାରିଖରେ ଭାରତର ବାୟୁସେନା ଏୟାର ସ୍ଟ୍ରାଇକ୍‌  କରି ପାକିସ୍ତାନର ବାଲାକୋଟ ଆତଙ୍କବାଦୀ କ୍ୟାମ୍ପରେ  ଥିବା  ୩୦୦ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲେ ।  ପୁଲୱାମା ଆକ୍ରମଣର ସଠିକ୍‌ ବଦ୍‌ଲା ନେବା ପରେ ଭାରତରେ ଖୁସିର ଲହରୀ ଖେଳୁଥିବା ବେଳେ ପାକିସ୍ତାନକୁ ଝଟକା ଲାଗିଛି।

ଏୟାର ସ୍ଟ୍ରାଇକ୍‌ ପରେ ଏବେ ଗୁଗଲ୍‌ରେ ଭାରତୀୟ ସେନା ବିଷୟରେ ଅଧିକ ସର୍ଚ୍ଚ କରିବାରେ ଲାଗିଛି ପାକିସ୍ତାନ । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଦେଶରେ ‘ସର୍ଜିକାଲ୍‌ ସ୍ଟ୍ରାଇକ୍‌’ ପପୁଲାର୍‌ ଟର୍ମ ଭାବେ ସାମ୍ନାକୁ ଆସିଛି।  ‘ବାଲାକୋଟ’ ସ୍ଥାନକୁ ପାକିସ୍ତାନୀ ମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଥିବାର ଜଣାପଡିଛି। ଏପରିକି ପାକିସ୍ତାନୀମାନେ  ପାକ୍ ଏୟାରଫୋର୍ସ  ଅପେକ୍ଷା ଇଣ୍ଡିଆନ୍ ଏୟାରଫୋର୍ସ ବିଷୟରେ ଅଧିକ ପଢୁଛନ୍ତି। ସେତିକି ନୁହେଁ, ପାକିସ୍ତାନୀମାନେ ଯେଭଳି ଦ୍ରୁତମାତ୍ରାରେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ବିଷୟରେ ଗୁଗୁଲରେ ସର୍ଚ୍ଚ କରି ପଢୁଛନ୍ତି ତାହା ପାକିସ୍ତାନ ଆର୍ମି ଏବଂ ଏୟାରଫୋର୍ସଠାରୁ ଖୁବ୍ ଅଧିକ । କିଛି ୱେବସାଇଟ୍ ରହିଛି ଯାହା ଏହି ତଥ୍ୟକୁ ବାହାର କରିଥାଏ । ଲୋକମାନେ କେଉଁ ବିଷୟ ଉପରେ ଅଧିକ ସର୍ଚ୍ଚ କରନ୍ତି ଏବଂ ତାହାକୁ କେତେ ସମୟ ଦେଖନ୍ତି ତଥା ପଢନ୍ତି ତାହା ଏହି ୱେବ ସାଇଡ୍‌ରୁ ଜଣା ପଡ଼ିଥାଏ।



from Odisha Reporter https://ift.tt/2SEsezI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages