
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ଗ୍ଲାକୋମା ଏକ ସାଧାରଣ ରୋଗ ଭାବେ ମୁଣ୍ଡ ଟେକିଛି। ଏହା ଏକ ଚକ୍ଷୁରୋଗ। ଠିକ୍ ସମୟରେ ଏହାକୁ ଚିହ୍ନଟ କରି ଉପଚାର କରା ନ ଗଲେ, ଦୃଷ୍ଟିଶକ୍ତି ହ୍ରାସ ପାଇବାର ଅଧିକ ଆଶଙ୍କା ରହିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପ୍ରମୁଖ ଚକ୍ଷୁ ଚିକିତ୍ସାଳୟ ଏଲ୍.ଭି. ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ‘ଗ୍ଲାକୋମା ସଚେତନତା’ ସପ୍ତାହ ପାଳନ କରାଯାଉଛି। ମାର୍ଚ୍ଚ ୧୦ରୁ ଏହି ସଚେତନତା ସପ୍ତାହ ଆରମ୍ଭ ହୋଇଛି। ମାର୍ଚ୍ଚ ୧୬ ତାରିଖ ଯାଏ ଏହା ଚାଲିବ।

ଏହି ଅବସରରେ ଏଲ୍.ଭି. ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ପକ୍ଷରୁ ପଟିଆ ଛକରୁ ବିଗ୍ ବଜାର ଛକ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ରୋଗରୁ ଦୂରେଇ ରହିବା ପାଇଁ ମାର୍ଚ୍ଚ ୧୧ରୁ ୧୫ ତାରିଖ ଯାଏ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରାଯାଇଛି।
ରାୟଗଡ଼ା, ରାଜଗାଙ୍ଗପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ ଥିବା ଚକ୍ଷୁ ଚିକିତ୍ସା କେନ୍ଦ୍ରରେ ମଧ୍ୟ ଗ୍ଲାକୋମା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ପ୍ରତିଷ୍ଠାନର ଗ୍ଲାକୋମା ବିଭାଗର ମୁଖ୍ୟ ଡାକ୍ତର ଶିରିଶ ସେନଥିଲ୍ କହିଛନ୍ତି, ସାରା ବିଶ୍ୱରେ ଗ୍ଲାକୋମା ସମସ୍ୟା ଚିନ୍ତାର କାରଣ ପାଲଟିଛି। ବିଶେଷକରି ଭାରତରେ ଏହି ରୋଗ ବୃଦ୍ଧି ପାଇଛି। ଗ୍ଲାକୋମା ସମ୍ପର୍କରେ ସଚେତନତା ଅଭାବରୁ ବହୁ ଗରିବ ରୋଗୀମାନଙ୍କର ଦୃଷ୍ଟିଶକ୍ତିରେ ପ୍ରଭାବ ପଡ଼ୁଛି। ଏଣୁ ଆଖିରେ ଗ୍ଲାକୋମା ସମସ୍ୟା ଦେଖାଦେବା ମାତ୍ରେ ଚିକିତ୍ସା ଜରୁରୀ।
ଭାରତରେ ଅନେକ ଲୋକ ଗ୍ଲାକୋମାରେ ପୀଡ଼ିତ। ପ୍ରାୟ ୪୦ ବର୍ଷ ବୟସର ୧୧.୨ ମିଲିଅନ ରୋଗୀ ଗ୍ଲାକୋମାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ରୋଗ ସମ୍ପର୍କରେ ସଚେତନ ନ ଥିବାରୁ ପ୍ରାୟ ୧.୧ ମିଲିଅନ ଲୋକ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2W1Jr8u
No comments:
Post a Comment